31.1 C
Bhubaneswar
Tuesday, April 30, 2024
Homeଓଡିଶାବିଜେପିରେ ଯୋଗ ଦେଲେ ବିଜେଡିର ପୂର୍ବତନ ବିଧାୟକ ବେଦଭ୍ୟାସ ନାୟକ

ବିଜେପିରେ ଯୋଗ ଦେଲେ ବିଜେଡିର ପୂର୍ବତନ ବିଧାୟକ ବେଦଭ୍ୟାସ ନାୟକ

ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ଚେୟାରମ୍ୟାନ ଶ୍ରୀ ବେଦଭ୍ୟାସ ନାୟକ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ଶ୍ରୀ ନାୟକଙ୍କ ସହ ବିଜେଡି ନେତା ଅକ୍ଷୟ କୁମାର ରାଉତ, ଶ୍ରୀଧର ନାୟକ, ପୂର୍ବତନ ସରପଂଚ ମନୋଜ କୁମାର ନାୟକ, ଦୟାନନ୍ଦ ନାୟକ ବିଜେପିରେ ଯୋଗ ଦେଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ଶର୍ମା ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking