32.1 C
Bhubaneswar
Friday, April 26, 2024
Homeଓଡିଶାଓଡିଶା ସରକାର ପଛୁଆବର୍ଗଙ୍କୁ କେବେ ଦେବେ ସଂରକ୍ଷଣ ସୁବିଧା : ବିଜେପି

ଓଡିଶା ସରକାର ପଛୁଆବର୍ଗଙ୍କୁ କେବେ ଦେବେ ସଂରକ୍ଷଣ ସୁବିଧା : ବିଜେପି

ଭୁବନେଶ୍ୱର : ମଣ୍ଡଳ କମିଶନଙ୍କ ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ପରେ ପଛୁଆ ବର୍ଗକୁ ସରକାରୀ
ଚାକିରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖା ଏବଂ ପଂଚାୟତ ଓ ମୁନିସିପାଲିଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି ।
କେନ୍ଦ୍ରସରକାରଙ୍କ ସମେତ ଦେଶର ଅନେକ ରାଜ୍ୟରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେଉଛି । କିନ୍ତୁ ରାଜ୍ୟସରକାର ଆରକ୍ଷଣ
ବ୍ୟବସ୍ଥାତୁ ପଛୁଆ ବର୍ଗଙ୍କ ପାଇଁ ଲାଗୁ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜମନ ବୋଲି ବରିଷ୍ଠ ବିଜେପି ନେତା ଶ୍ରୀ ଐର ଖାରବେଳ ସ୍ୱାଇଁ
କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ
ଆରକ୍ଷଣ ୫୦ ପ୍ରତିଶତରୁ ଅଧିକା ରହିବା କଥା ନୁହେଁ । ସ୍ୱାଧୀନତା ପରଠାରୁ ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ତାଙ୍କର
ଜନସଂଖ୍ୟା ଅନୁସାରେ ରାଜ୍ୟରେ ୩୮.୭୫ ଭାଗ ଆରକ୍ଷଣ ଦିଆଯାଇଛି । ସମ୍ବିଧାନରେ ନିୟମ ଅନୁଯାୟୀ ଅନୁସୂଚିତ ଜାତି ଓ
ଜନଜାତି ମାନଙ୍କୁ ୨୨.୫ ଭାଗ ସଂରକ୍ଷଣ ଦିଆଯିବ । ଆଦିବାସୀମାନଙ୍କୁ ୧୫ ଭାଗ ଏବଂ ଦଳିତ ଆଦିବାସୀମାନଙ୍କୁ ୭.୫ ଭାଗ
ସଂରକ୍ଷଣ ଦିଆଯିବ । କିନ୍ତୁ ଓଡିଶାରେ ରାଜ୍ୟସରକାର ସଂଖ୍ୟା ଅଧିକା ଦେଖାଇ ମୂଳରୁ ୩୮.୭୫ ଭାଗ ଆରକ୍ଷଣ ଦେଉଛନ୍ତି ।
ଯେତେବେଳ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ୩୮.୭୫ ଭାଗ ଆରକ୍ଷଣ ଦିଆଯାଉଥିଲା ସେତେବେଳେ ପଛୁଆ ବର୍ଗଙ୍କୁ ୨୭
ପ୍ରତିଶତ ଆରକ୍ଷଣ ଦେବାର ବ୍ୟବସ୍ଥା ନଥିଲା । ଏହି ଦୁଇଟିଯାକ ଆରକ୍ଷଣକୁ ଯୋଡିଲେ ୬୫ ଭାଗରୁ ଅଧିକା ହେଉଛି । ଏହି ଆଳ
ଦେଖାଇ କିଛି ବ୍ୟକ୍ତି ବିଶେଷ ହାଇକୋର୍ଟରେ ମକୋଦ୍ଦମା କଲେ ଏବଂ ହାଇକୋର୍ଟ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଆରକ୍ଷଣ ଦିଆଯିବ
ନାହିଁ ବୋଲି ରାୟ ଶୁଣାଇଲେ । ରାଜ୍ୟରେ ମୋଟ ଆରକ୍ଷଣ ୫୦ ଭାଗ ରହିଛି । କିନ୍ତୁ ଏବେ ୧୧.୨୫ ଭାଗ ଆରକ୍ଷଣ ଦିଆଯାଉଛି
ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।
ଓଡିଶାରେ ପାଖାପାଖି ୫୪ ଭାଗ ପଛୁଆ ବର୍ଗ ରହିଛନ୍ତି । ଏହା ସତ୍ୱେ ବି ୨୭ ପ୍ରତିଶତ ଆରକ୍ଷଣ ସେମାନଙ୍କୁ ମିଳୁନାହିଁ ।
ଯେତେବେଳ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ କାଟିଦିଆଗଲା ସେତେଳେ ରାଜ୍ୟସରକାର ସୁପ୍ରିମକୋର୍ଟ ଯାଇ ଏହା ବିରୁଦ୍ଧରେ
ଚ୍ୟଲେଂଚ କରିପାରିଥାନ୍ତେ । କିନ୍ତୁ ରାଜ୍ୟସରକାର ତାହା କଲେ ନାହିଁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।
ଗତ ୩ ଦିନ ତଳେ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ ଓଡିଶା ଗସ୍ତରେ ଆସିଥିଲେ । ତାଙ୍କୁ ବିଜେପି ପକ୍ଷରୁ ଏ ସମସ୍ତ ଘଟଣା
ଜଣାଇବା ପରେ ସେ ଏହି ପ୍ରସଙ୍ଗ ଉଠାଇବାରୁ ହଠାତ୍ ରାତାରାତି ପଛୁଆ ବର୍ଗ କମିଶନ ଘୋଷଣା କରାଯାଇଛି । ରାଜ୍ୟସରକାର ଏବେ
ପଛୁଆ ବର୍ଗ କମିଶନ ଘୋଷଣା କଲେ । ପୂର୍ବ କମିଶନଙ୍କ ମୃତ୍ୟୁ ପରେ ୪ ବର୍ଷ ଧରି ଏହି ପଦବୀ ଖାଲି ଥିଲା । ପଛୁଆବର୍ଗ ଅଧ୍ୟକ୍ଷ
ନିଯୁକ୍ତି ନେଇ ପୂର୍ବରୁ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ ରାଜ୍ୟସରକାର ଶୁଣିନଥିଲେ । ପଛୁଆ ବର୍ଗଙ୍କୁ ସୁବିଧା କି ଅଧିକାର
ଦେବା ପାଇଁ ଏ ସରକାର ଚାହୁଁ ନାହାଁନ୍ତି । ଏ ସରକାର ପଛୁଆ ବର୍ଗ ବିରୋଧୀ । ସମ୍ବିଧାନର ବ୍ୟବସ୍ଥାକୁ ପଛୁଆ ବର୍ଗଙ୍କୁ ଦେବା ପାଇଁ
ସରକାର ଚାହୁଁ ନାହାଁନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି ।
ଆଗାମୀ ଦିନରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଆରକ୍ଷଣ ଦେବା ପ୍ରସଙ୍ଗ ଆମେ କମିଶନଙ୍କୁ ଜଣାଇବୁ । କର୍ଣ୍ଣାଟକରେ ୭୩
ଭାଗ, ତାମିଲନାଡୁରେ ଆରକ୍ଷଣ ୬୯ ଭାଗ ଆରକ୍ଷଣର ବ୍ୟବସ୍ଥା ରହିଛି । ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ
ବର୍ଗଙ୍କୁ ତାଙ୍କର ହକ ଦେବା ପାଇଁ ରାଜ୍ୟସରକାର ରାଜି ନୁହଁନ୍ତି । ଯଦି କର୍ଣ୍ଣାଟକରେ ଏବଂ ତାମିଲନାଡୁରେ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ
ଆରକ୍ଷଣ ଦିଆଯାଇ ପାରୁଛି ତେବେ ଓଡିଶାରେ କାହିଁକି ଦିଆନଯିବ ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି ।
ଓଡିଶା ସରକାର ସୁପ୍ରିମକୋର୍ଟ ଯାଇ ଏହି ପ୍ରସଙ୍ଗ ଉଠାଇ ପଛୁଆ ବର୍ଗଙ୍କ ହିତ ଦୃଷ୍ଟିରୁ ସେମାନଙ୍କୁ ଆରକ୍ଷଣ ଯୋଗାଇ ଦିଅନ୍ତୁ ।
ଓଡିଶା ହାଇକୋର୍ଟ ୨୭ ପ୍ରତିଶତ ଆରକ୍ଷଣକୁ ଖଣ୍ଡନ କରିବା ସମୟରେ ସରକାରୀ ଓକିଲ କର୍ଣ୍ଣାଟକ ଏବଂ ତାମିଲନାଡୁର ଆରକ୍ଷଣ
ବ୍ୟବସ୍ଥା କଥା ଉଠାଇନଥିଲେ ।
ପଛୁଆ ବର୍ଗଙ୍କୁ ସମ୍ବିଧାନ ସମ୍ମତ ୨୭ ପ୍ରତିଶତ ଆରକ୍ଷଣ ନିଯୁକ୍ତି କ୍ଷେତ୍ରରେ, ଶିକ୍ଷାନୁଷ୍ଠାନରେ ନାମଲେଖା ଏବଂ ପଂଚାୟତ ଓ
ମୁନିସିପାଲିଟି ନିର୍ବାଚନରେ ଦିଆଯାଉ । ପଛୁଆ ବର୍ଗର ହିତ ଚାହୁଁଥିଲେ ରାଜ୍ୟସରକାର ସୁପ୍ରିମକୋର୍ଟ ଶୀଘ୍ର ଯାଆନ୍ତୁ ବୋଲି ଶ୍ରୀ ସ୍ୱାଇଁ
ପରାମର୍ଶ ଦେଇଛନ୍ତି ।
ଚଳିତ ବିଧାନସଭାରେ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ନକଲେ ଆଗାମୀ ପେବୃଆରୀ ୨୫ ତାରିଖରୁ ସାରା
ରାଜ୍ୟରେ ‘ଓବିସି ଜାଗରଣ ଅଭିଯାନ’ କାର୍ଯ୍ୟକ୍ରମ ଚାଲିବ ବୋଲି ଓବିସି ମୋର୍ଚ୍ଚା ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking