29.1 C
Bhubaneswar
Friday, April 26, 2024
Homeଅପରାଧଏଥର ନର୍ସ ଆକ୍ରମଣର ଶିକାର, ଦୁର୍ବୁତ୍ତ ଫେରାର,କାମ ଦେଉନି ଫାଣ୍ଡି

ଏଥର ନର୍ସ ଆକ୍ରମଣର ଶିକାର, ଦୁର୍ବୁତ୍ତ ଫେରାର,କାମ ଦେଉନି ଫାଣ୍ଡି

 
ବଲାଙ୍ଗୀର – ବଲାଙ୍ଗିିର ମେଡିକାଲ କଲେଜ ପରିସର ଅପରାଧିଙ୍କ ଆଡ୍ଡା ପାଲଟିଛି । କେତେବେଳେ ରୋଗି ଓ ତାଙ୍କ ସଂପର୍କିୟ ଏମାନଙ୍କ ଶିକାର ହେଉଥିବା ବେଳେ , କେତେବେଳେ ଡାକ୍ତରଖାନାରେ କାମ କରୁଥିବା ଡାକ୍ତର, ନର୍ସ ଓ କର୍ମଚାରୀ ଏମାନଙ୍କ ଶିକାର ହେଉଛନ୍ତି । ରୋଗିଙ୍କ ସାମାନ, ମୋବାଇଲ,ବାଇକ, ସାଇକଲ ଚୋରି ଏଠି ନିତି ଦିନର କଥା । ମେଡିକାଲ କଲେଜରେ ଗୋଟିଏ ପୋଲିସ ଫାଣ୍ଡି ମଧ୍ୟ ରହିଛି । କିନ୍ତୁ ଏହା କୋଉ କାମ କୁ ନୁହେଁ ବୋଲି ଲୋକେ ବାରମ୍ବାର ଅଭିଯୋଗ କରନ୍ତି, ଯାହା ଗତ ରାତିରେ ପୁଣି ଥରେ ପ୍ରମାଣିତ ହୋଇଛି । ଗତ କାଲି ବିଳମ୍ବିତ ରାତି ଦୁଇ ଜଣ ଦୁର୍ବୁତ୍ତ ଜଣେ କାର୍ଯ୍ୟରତ ନର୍ସଙ୍କୁ ମାଡ ମାରି ଫେରାର ମାରିଥିବା ଅଭିଯୋଗ ହୋଇଛି । ନର୍ସଙ୍କ ନାମ ପ୍ରତିମା ପ୍ରଧାନ ହୋଇଥିବା ବେଳେ , ଆକ୍ରମଣରେ ନର୍ସଙ୍କ ମୁହଁ ଓ ଆଖି ରେ ମାଡ ବାଜିଥିବା ଜଣା ପଡିଛି । ଏହାର ପ୍ରତିବାଦ ସ୍ୱରୁପ, ନର୍ସ ମାନେ ତାଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନ କରିବା ସହ, ଦୁର୍ବୁତ୍ତ ଙ୍କୁ ଗିରଫ ଦାବିରେ କାର୍ଯ୍ୟବନ୍ଦର ଡାକରା ଦେଇଥିଲେ । ତବେ ଡାକ୍ତରଖାନା ପ୍ରଶାସନ ଓ ପୋଲିସ ସେମାନଙ୍କୁ ବୁଝା ସୁଝା କରି ୨୪ ଘଣ୍ଟା ଭିତରେ ଦୁର୍ବୁତ୍ତ ଙ୍କ ଗିରଫ୍‌ର ପ୍ରତିଶୃତି ଦେବା ପରେ ନର୍ସ ମାନେ ତାଙ୍କ କାର୍ଯ୍ୟକୁ ଫେରିଥିଲେ । ଏପର୍ଯ୍ୟନ୍ତ ପୋଲିସ ଜଣକୁ ଗିରଫ କରିଥିବା ବେଳେ ଜଣେ ଫେରାର ଥିବାର ସୁଚନା ରହିଛି ।
ପ୍ରାପ୍ତ ସୂଚନା ଅନୁସାରେ, ଗତ କାଲି ରାତି ନର୍ସ ପ୍ରତିମା ମହିଳା ମେଡିସିନ ଓାର୍ଡ ରେ ତାଙ୍କ କାମ କରୁଥିଲେ । ଠିକ ଏହି ସମୟରେ ଜଣେ ରୋଗିଙ୍କ ସଂପର୍କିୟ ଆସି ତାଙ୍କୁ ଅନ୍ୟ ଏକ ଓାର୍ଡକୁ ଯାଇ ରୋଗିଙ୍କ କଥା ବୁଝିବା ପାଇଁ ଅନୁରୋଧ କରିତିଲେ । ନର୍ସ ଜଣକ ଯିବାରେ ଡେରି କରିବାରୁ ସେମାନେ ଫୋନରେ ନର୍ସଙ୍କ ଭିଡିଓ ଉତ୍ତୋଳନ କରିବା ଆରମ୍ଭ କରିଥିଲେ । ନର୍ସ ଏହାକୁ ବାରଣ କରି, ଫୋନ ଛଡାଇ ଆଣିବାର ଚେଷ୍ଟା କରିବାରୁ ସେମାନେ ନର୍ସଙ୍କୁ ମାଡ ମାରିଥିଲେ । ଏଥିରେ ପାଟିତୁଣ୍ଡ ହେବାରୁ ସେମାନେ ଫେରର ମାରିଥିଲେ । ତେବେ ଆକ୍ରମଣରେ ନର୍ସଙ୍କ ମୁହଁ ଓ ଆଖି ରେ ମାଡ ବାଜିଥିବା ବେଳେ ତାଙ୍କର ଭିମ ଭୋଇ ମେଡିକାଲ ରେ ଚିକିତ୍ସା କରଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking