28.1 C
Bhubaneswar
Saturday, April 27, 2024
Homeଓଡିଶାଚାଷୀ ଅସନ୍ତୋଷରୁ ମୁକ୍ତି ପାଇବା ପାଇଁ ପଳାୟନ ପନ୍ଥୀ ଭୂମିକାରେ ବିଜେଡି : ପ୍ରଦୀପ ପୁରୋହିତ

ଚାଷୀ ଅସନ୍ତୋଷରୁ ମୁକ୍ତି ପାଇବା ପାଇଁ ପଳାୟନ ପନ୍ଥୀ ଭୂମିକାରେ ବିଜେଡି : ପ୍ରଦୀପ ପୁରୋହିତ

 ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନ ପଡି ରହି ନଷ୍ଟ ହେଉଛି
 ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ ଓଡିଆ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭୁଷୁଡି ପଡିଛି
 ମଣ୍ଡି ପରିଚାଳନା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ପଠାଉଥିଲେ ରାଜ୍ୟ ସରକାର ତାକୁ ଠିକ୍ ଭାବେ ପରିଚାଳନା
କରିପାରୁନାହାଁନ୍ତି
 ଡି ସେଂଟ୍ରାଲାଇଜଡ ପ୍ରକ୍ୟୁରମେଂଟ ପାଇଁ ଭାରତ ସରକାର, ଓଡିଶା ସରକାର ଏବଂ ଏଫସିଆଇ ମଧ୍ୟରେ ହୋଇଥିବା
ଏମଓୟୁ ଅନୁସାରେ ଭାରତ ସରକାରଙ୍କ ପକ୍ଷରୁ ଓଡିଶା ସରକାର ଖରିଫ ଋତୁ ପାଇଁ ପ୍ରତ୍ୟେକ୍ଷ କିମ୍ବା ଏଜେନ୍ସି ମାଧ୍ୟମରେ
ଧାନ କିମ୍ବା ବାସୁମତି ଚାଉଳ କେନ୍ଦ୍ର ପାଇଁ ସଂଗ୍ରହ କରିବ
 ଏଫସିଆଇ ପକ୍ଷରୁ ବଳକା ଚାଉଳ ଗ୍ରହଣ କରିବାରେ କୌଣସି ଅଙ୍କୁଶ ନାହିଁ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ
କରାଯାଉଥିବା ଅଣବାସୁମତି ଚାଉଳକୁ ମଧ୍ୟ ଗ୍ରହଣ କରି ଆସୁଛି
 ପିଏମସି କିମ୍ବା ପିପିସି ସଚିବଙ୍କ ଦ୍ୱାରା ୩୦ଦିନିଆ ଟୋକନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଛି
 ଶାସନରେ ଅବ୍ୟବସ୍ଥା ଯୋଗୁଁ ମଣ୍ଡି ପରିଚାଳନାରେ ସ୍ୱଚ୍ଛତା, ଉତରଦାୟିତ୍ୱ ଏବଂ ଅନୁପାଳନରେ ତ୍ରୁଟି ପରିଲକ୍ଷିତ
ହୋଇଛି ।
 ଧାନ ରଖିବା ପାଇଁ ଗୋଦାମ ଘର ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ
 ରାଜ୍ୟ ସରକାର ଇ -ପ୍ରକ୍ରିୟା ମାଧ୍ୟମରେ ସ୍ୱତନ୍ତ୍ର ମଣ୍ଡି ଲେବର କଂଟ୍ରାକ୍ଟର ଏବଂ ମଣ୍ଡି ଟ୍ରାନ୍ସପୋର୍ଟ କଂଟ୍ରାକ୍ଟର ନିୟୋଜିତ
କରନ୍ତୁ
 ଟୋକନ ବ୍ୟବସ୍ଥାରେ ଧାନ ସଂଗ୍ରହ ବ୍ୟବସ୍ଥା ଅଧିକ ଏବଂ ନିରପକ୍ଷପାତିତା କରାଯାଉ
 ରାଜ୍ୟ ସରକାର ଧାନର ସ୍ଥିତି ମିଲୱାରୀ ଏବଂ ଷ୍ଟୋରେଜ ପଂଏଟ ୱାରୀ ଲୋକଲୋଚନକୁ ଆଣନ୍ତୁ ଏବଂ ଏହାକୁ ଅଡିଟ
କରନ୍ତୁ
ଭୁବନେଶ୍ୱର, : ରାଜ୍ୟ ସରକାର ସବୁଠୁ ଚାଷୀଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା କହି କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ
ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଓଲଟା । ରାଜ୍ୟ ସରକାରଙ୍କ ଟୋକନ ଓ ଟାର୍ଗର୍ଟ ବ୍ୟବସ୍ଥା କାରଣରୁ ଚାଷୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ
ଦେଖାଦେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଂଟାଲ ଧାନ ପଡି ରହି ନଷ୍ଟ ହେଉଛି । ଦୀର୍ଘ ୨୧ ବର୍ଷ ଶାସନ ବ୍ୟବସ୍ଥାରେ
ରହିବା ପରେ ରାଜ୍ୟରେ ଧାନ ସଂରକ୍ଷଣର ବ୍ୟବସ୍ଥା ନାହିଁ । ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ ଓଡିଆ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭୁଷୁଡି
ପଡିଛି । ଧାନ କିଣି ନପାରି ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରୁଛନ୍ତି । ରାଜ୍ୟ ସରକାର ଧାନ କିଣି ପାରୁ ନାହଁନ୍ତି । ଧାନର
ସଂରକ୍ଷଣ ପାଇଁ ଭିତିଭୂମି ପ୍ରସ୍ତୁତ ନକରି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଉପରେ ବାରମ୍ବାର ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।
ବିଜେଡି ପଳାୟନ ପନ୍ଥୀ ଭୂମିକା ଗ୍ରହଣ କରିଛି । ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀକୁ ଦେଉ ନାହାଁନ୍ତି । ମଣ୍ଡିରେ
କଟନି ଛଟନି ନାଁରେ ମିଲର୍ସମାନେ ଚାଷୀଙ୍କଠାରୁ ଲୁଟ୍ କରୁଛନ୍ତି । ମଣ୍ଡି ପରିଚାଳନା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ପଠାଉଥିଲେ ରାଜ୍ୟ
ସରକାର ତାକୁ ଠିକ୍ ଭାବେ ପରିଚାଳନା କରିପାରୁନାହାଁନ୍ତି । ଏହାକୁ ଘଂଟ ଘୋଡାଇବା ପାଇଁ ବିଜେଡି ଏଫସିଆଇ ଆଗରେ ଧାରଣା ଦେଉଛି ।
ଚାଷୀ ଅସନ୍ତୋଷରୁ ମୁକ୍ତି ପାଇବା ପାଇଁ ଘଂଟଘୋଡା ଅଭିଯାନ ବିଜେଡି ଚଲାଇଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।
ଶ୍ରୀ ପୁରୋହିତ କହିଛନ୍ତି ଯେ, ବିଜେଡିର ଚାଷୀ ବିରୋଧୀ ନୀତି, ଖାଦ୍ୟ ସବସିଡିର ପ୍ରତିପୂରଣ ନଦେବା ଏବଂ ଅଣବାସୁମତି ଚାଉଳ
ନଉଠାଇବା ଆଦି ମିଥ୍ୟା ତଥ୍ୟ ରଖି ଶାସକ ଦଳ ଯେଉଁ ଅଭିଯୋଗ କରିଥିଲା ଏଫସିଆଇ ତାହା ଖୁଲାସା କରିଛି । ଏଫସିଆଇ ପକ୍ଷରୁ କୁହାଯାଇଛି
ଯେ, ଓଡିଶା ଏକ ଡିସିପି (ଡି ସେଂଟ୍ରାଲାଇଜଡ ପ୍ରକ୍ୟୁରମେଂଟ) ରାଜ୍ୟ । ଡି ସେଂଟ୍ରାଲାଇଜଡ ପ୍ରକ୍ୟୁରମେଂଟ ପାଇଁ ଭାରତ ସରକାର, ଓଡିଶା
ସରକାର ଏବଂ ଏଫସିଆଇ ମଧ୍ୟରେ ହୋଇଥିବା ଏମଓୟୁ ଅନୁସାରେ ଭାରତ ସରକାରଙ୍କ ପକ୍ଷରୁ ଓଡିଶା ସରକାର ଖରିଫ ଋତୁ ପାଇଁ ପ୍ରତ୍ୟେକ୍ଷ
କିମ୍ବା ଏଜେନ୍ସି ମାଧ୍ୟମରେ ଧାନ କିମ୍ବା ବାସୁମତି ଚାଉଳ କେନ୍ଦ୍ର ପାଇଁ ସଂଗ୍ରହ କରିବ । ମାତ୍ର ରାଜ୍ୟ ସରକାର ଧାନ ନକିଣି କେନ୍ଦ୍ର ଉପରେ ଦୋଷ
ଲଦିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।
ଚଳିତ ଖରିଫ୍ ଋତୁ ୨୦୨୦-୨୧ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ଦିଅ।।ଇଥିବା ବଳକା ଚାଉଳ ଏଫସିଆଇ ଦ୍ୱାରା ଗ୍ରହଣ
କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ପାଖରେ ଥିବା ବଳକା ଚାଉଳ(ଆନୁମାନିକ ୭ ଲକ୍ଷ ମେଟ୍ରିକ ଟନ)କୁ ମଧ୍ୟ ଚଳିତ ଖରିଫ ଋତୁରେ
ନିର୍ଦ୍ଧାରିତ ସମୟ ମଧ୍ୟରେ ଏଫସିଆଇ ଦ୍ୱାରା ଗ୍ରହଣ କରାଯିବ । ଏଫସିଆଇ ଦ୍ୱାରା ଅଧିକ ଚାଉଳ ଗ୍ରହଣ କରାଯିବାରେ କୈାଣସି ବାଧା ନାହିଁ
ଏବଂ ରାଜ୍ୟ ଦ୍ୱାରା ଦିଆଯାଉଥିବା ଅଧିକ ଅଣବାସୁମତି ଚାଉଳକୁ ମଧ୍ୟ ଏଫସିଆଇ ନିୟମିତ ଭାବରେ ଗ୍ରହଣ କରିଆସୁଛି । ଅଣବାସୁମତି ଚାଉଳ
ଗ୍ରହଣ କରିବା କିମ୍ବା ଚାଉଳ ଖାଲି କରିବା ଏକ ନିରନ୍ତର ପ୍ରକ୍ରିୟା । ଏହି ଅନୁସାରେ ଏଫସିଆଇ ରାଜ୍ୟ ଦ୍ୱାରା ଦିଆଯାଉଥିବା ଚାଉଳ ଗ୍ରହଣ
କରିବା ଏବଂ ଆବଶ୍ୟକତା ଥିବା ରାଜ୍ୟକୁ ସେହି ଚାଉଳ ପ୍ରଦାନ କରିବ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୭ ଜୁଲାଇ ୨୦୨୧ ମଧ୍ୟରେ
ଏଫସିଆଇ ୧୩.୦୭ ଲକ୍ଷ ମେଟ୍ରିକ ଟନ୍ ଅଣବାସୁମତି ଚାଉଳ ଗ୍ରହଣ କରିଛି ଏବଂ ୧୨.୩୧ ଲକ୍ଷ ମେଟ୍ରିକ ଟନ୍ ଅଣବାସୁମତି ଚାଉଳ ଖାଲି
କରାଯାଇଛି । ଭାରତ ସରକାର ରାଜ୍ୟ ସରକାରଙ୍କୁ ସିଧାସଳଖ ଖାଦ୍ୟ ସବସିଡି ପ୍ରଦାନ କରିଥାନ୍ତି । ରାଜ୍ୟ ସରକାରଙ୍କ ଏଜେନ୍ସି ୩ ହଜାର ୯୬
କୋଟି ଟଙ୍କାର ବିଲ୍ ଏଫସିଆଇ ପାଖରେ ପଇଠ କରିଛନ୍ତି । ସେଥିମଧ୍ୟରୁ ଏଫସିଆଇ ୧୪ ଜୁଲାଇ ୨୦୨୧ ସୁଦ୍ଧା ୨ ହଜାର ୯୫୭ କୋଟି
ଟଙ୍କା ରାଜ୍ୟ ସରକାରଙ୍କୁ ଦେଇ ସାରିଛି । ବକେୟା ରାଶି ମଧ୍ୟ ଦିଆଯିବ । ଏହା ଏକ ନିରନ୍ତର ପ୍ରକ୍ରିୟା । ଚଳିତ ଖରିଫ ଋତୁରେ ୨୦୨୦-୨୧
ଆର୍ଥିକ ବର୍ଷରେ ଏଫସିଆଇ ରାଜ୍ୟ ଦ୍ୱାରା ଦିଆଯାଇଥିବା ବଳକା ଚାଉଳକୁ ଗ୍ରହଣ କରିଛି ଏବଂ ରାଜ୍ୟ ସରକାରଙ୍କ ପାଖରେ ବଳକା ୭ଲକ୍ଷ
ମେଟ୍ରିକ ଟନ୍ ଚାଉଳକୁ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଖରିଫ ଋତୁରେ ଗ୍ରହଣ କରିବ । ଏଫସିଆଇ ପକ୍ଷରୁ ବଳକା ଚାଉଳ ଗ୍ରହଣ କରିବାରେ
କୌଣସି ଅଙ୍କୁଶ ନାହିଁ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଅଣବାସୁମତି ଚାଉଳକୁ ମଧ୍ୟ ଗ୍ରହଣ କରି ଆସୁଛି ବୋଲି ଶ୍ରୀ
ପୁରୋହିତ କହିଛନ୍ତି ।
ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ନେଇ ଆମ ଦଳର ସାଂସଦମାନେ ଚଳିତ ବର୍ଷ
ମାର୍ଚ୍ଚ ୧୬ରେ ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସହ ସାକ୍ଷାତ୍ କରିଥିଲେ । ଏହା ପରେ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ଅତିରିକ୍ତ
ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଧାନ କିଣା ବ୍ୟବସ୍ଥା ନେଇ ତଦନ୍ତ କରାଯାଇଥିଲା । ଓଡିଶାରେ ଧାନ ସଂଗ୍ରହ ପ୍ରକ୍ରିୟା, ପ୍ରଚଳିତ
ବ୍ୟବସ୍ଥା ଏବଂ ବିଭିନ୍ନ ସମସ୍ୟା ନେଇ ଚଳିତବର୍ଷ ମାର୍ଚ୍ଚ ୨୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ସରଜମିନ୍ ତଦନ୍ତ କରିବା ପାଇଁ ଖାଉଟି ବ୍ୟ।।ର
ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଫୁଡ୍ ଏବଂ ବ୍ଲିକ୍ ଡିଷ୍ଟ୍ରିବୁସନ ବିଭାଗର ଅଧିକାରୀ ଏବଂ ଏଫସିଆଇର ବରିଷ୍ଠ ଅଧିକାରୀମାନେ ବରଗଡ ଜିଲ୍ଲା
ସୋହେଲା ମାର୍କେଟ୍ ୟାର୍ଡ ସ୍ଥିତ ଆରଏମସି ପଦ୍ମପୁର, ବଲାଙ୍ଗୀର ଜିଲ୍ଲା ସ୍ଥିତ ଆରଏମସି ସାଲେଭଟା, ସୋନୁର ଜିଲ୍ଲା ସ୍ଥିତ ଆରଏମସି
ଡୁଙ୍ଗୁରିପାଲି ଏବଂ ନୟାଗଡ ଜିଲ୍ଲାର ରଣପୁର ବ୍ଲକ ସ୍ଥିତ ଆରଏମସି କେରାଣ୍ଡଟାଙ୍ଗି ପରିଦର୍ଶନ କରିବା ସହ ଆରଏମସି, ପିଏସଇଏସ, ରାଜ୍ୟ
ସିଭିଲ ସ୍ଲାଏ କର୍ପୋରେସନର ଅଧିକାରୀ ତଥା ଅନୁସନ୍ଧାନକାରୀ ଟିମଙ୍କ ସହ ଆଲୋଚନା କରିଥିଲେ । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନ କିଣିବା
ସମୟ ସୀମାକୁ ସମସ୍ତ ଆରଏମସି ଗୁଡିକରେ କମାଇ ଦିଆଯାଉଛି । ଯାହାଦ୍ୱାରା କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଚାଷୀମାନେ ହତାଶ ହୋଇଯାଉଛନ୍ତି ।
ଧାନ କିଣିବା ସମୟକୁ ନିର୍ଦ୍ଧାରିତ କରାଯିବା ଫଳରେ ଚାଷୀମାନେ ମଣ୍ଡିକୁ ନିଜ ଫସଲକୁ ଆଣି ବିକ୍ରି କରି ଅର୍ଥ ଉପାର୍ଜନ କରିବାରେ ବିଫଲ
ହେଉଛନ୍ତି । ସରକାରୀ ସ୍ତରରେ ଧାନ କିଣିବା ପାଇଁ ୧୫୧ ଦିନର ସମୟ ଅବଧି କମାଇ ଦିଆଯାଇଛି । ପିଏମସି କିମ୍ବା ପିପିସି ସଚିବଙ୍କ ଦ୍ୱାରା
୩୦ଦିନିଆ ଟୋକନ ବ୍ୟବସ୍ଥାର ଅପବ୍ୟବହାର କରାଯାଉଛି । ଏକ ନିର୍ଦ୍ଦିଷ୍ଟ ଦିନରେ ଚାଷୀଙ୍କୁ ନିଜର ଫସଲକୁ ବିକ୍ରି କରିବାକୁ ଆଣିବା ନିମନ୍ତେ
ନିର୍ଦ୍ଦେଶ ଦିଆଯାଉଛି । ଯାହା ପକ୍ଷପାତିତାକୁ ପ୍ରୋତ୍ସାହିତ କରୁଛି ଏବଂ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ଦିଆଯାଇଥିବା ଟୋକନ୍ ନଷ୍ଟ ହୋଇଯାଉଛି ।
ନିର୍ଦ୍ଦାରିତ କ୍ରମ ସମୟ ମଧ୍ୟରେ ଯେଉଁ ଚାଷୀମାନେ ଟୋକନ ବ୍ୟବସ୍ଥା ମଧ୍ୟରେ ନିଜ ଧାନ ବିକ୍ରି କରି ଅର୍ଥ ଉପର୍ଜନ କରିପାରିଥାନ୍ତେ, ସେମାନଙ୍କୁ
ମଣ୍ଡି ମାଫିଆମାନେ ଅର୍ଥ ଉପାର୍ଜନ କରିବା ପାଇଁ ଦେଉନାହାଁନ୍ତି । ବରଗଡ ଜିଲ୍ଲା ଆରଏମସି ପଦ୍ମପୁରରେ ୨୫୧ଟି ଟୋକନ ନଷ୍ଟ ହୋଇଗଲା ।
ଯାହା ଦ୍ୱାରା ୬ ହଜାର ୬୨୫ ପ୍ୟାକେଟ୍ ଧାନ କିଣାଯାଇ ପାରିଥାନ୍ତା । ବଲାଙ୍ଗୀର ଜିଲ୍ଲା ସ୍ଥିତ ଆରଏମସି ସାଲେଭଟା ଆରଏମସିରେ
୧୪୧୧.୪୯ କ୍ୱିଂଟାଲ ଧାନ ସମାନ ୧୩ଟି ଟୋକନ୍ ନଷ୍ଟ ହୋଇଯାଇଛି ।ସୋନପୁର ଜିଲ୍ଲା ଆରଏମସି ଡୁଙ୍ଗୁରିପାଲି ଆରଏମସିରେ
୧୯୬୪.୬୬ କ୍ୱିଂଟାଲ ଧାନ ସମାନ ୧୬ଟି ଟୋକନ୍ ନଷ୍ଟ ହୋଇଯାଉଛି ଅର୍ଥାତ୍ ଟୋକନର ବ୍ୟବହାର କରାଯାଇନାହିଁ । ଅନୁରୂପ ଭାବରେ
ନୟାଗଡ ଜିଲ୍ଲା କେରଣ୍ଡା ଟାଙ୍ଗି ଆରଏମସିରେ ୧୯୬୪.୬୬ କ୍ୱିଂଟାଲ ଧାନ ସମାନ ୧୬ଟି ଟୋକନ୍ ନଷ୍ଟ ହୋଇଯାଇଛି । ଶାସନରେ
ଅବ୍ୟବସ୍ଥା ଯୋଗୁଁ ମଣ୍ଡି ପରିଚାଳନାରେ ସ୍ୱଚ୍ଛତା, ଉତରଦାୟିତ୍ୱ ଏବଂ ଅନୁପାଳନରେ ତ୍ରୁଟି ପରିଲକ୍ଷିତ ହୋଇଛି । ବରଗଡ ଜିଲ୍ଲା ଆରଏମସି
ପଦ୍ମପୁର ଏବଂ ସୋନପୁର ଜିଲ୍ଲାର ଆରଏମସି ଡୁଙ୍ଗୁରିପାଲି ୬୦ ଏମଟି ୱେଟ ବ୍ରିଜ୍ ଥିବା ସତ୍ୱେ ମାନୁଆଲ ଭାବରେ ୱେଟ ସ୍ଲିପ୍ ପୂରଣ
କରାଯାଉଛି । ଯାହା ଦ୍ୱାରା ଓଜନ ମାପରେ ତାରତମ୍ୟ ରହୁନାହିଁ । ଏହା ଦ୍ୱାରା ଚାଷୀମାନେ ନିଜ ହକର ପଇସା ପାଉନାହାଁନ୍ତି । ଏହା ମଧ୍ୟ
ଜଣାପଡିଛି ଯେ, ମିଲରଙ୍କ ପାଖରେ ଏମଏସପି ଠାରୁ ବହୁତ କମ୍ ମୂଲ୍ୟରେ ନିଜ ଧାନକୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି ଏବଂ ପିଏସି ଦ୍ୱାରା
ମାନୁଆଲ ଭାବରେ ଏହାର ରେକର୍ଡ ପ୍ରସ୍ତୁତ କରାଯାଉଛି । ବଲାଙ୍ଗୀର ଜିଲ୍ଲାର ଆରଏମସି ସାଲେଭଟାରେ ୬ଟି ମିଲର ମଧ୍ୟରେ ଅସମାନ
ବିତରଣ ହେଉଥିବା ପରିଲକ୍ଷିତ ହୋଇଛି । ଯାହା ପିଏସି ଏବଂ ମିଲରଙ୍କ ମଧ୍ୟରେ ଥିବା ମଧୂଚନ୍ଦ୍ରିକାକୁ ଦର୍ଶାଉଛି । ନୟାଗଡ ଜିଲ୍ଲା କେରଣ୍ଡା ଟାଙ୍ଗି
ଆରଏମସି ଠାରେ ତ୍ରୁଟିପୂର୍ଣ୍ଣ ଆର୍ଦ୍ରତା ମିଟର କାରଣରୁ ଧାନର ଗୁଣବତା ମାନ ନିୟନ୍ତ୍ରଣ କରିବାରେ ବିଫଲ ହେଉଛନ୍ତି । ଯାହାଫଳରେ ବେଆଇନ
ଭାବରେ ଧାନ କ୍ରୟ କରାଯାଇଛି ।ରାଜ୍ୟ ସରକାର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ କହୁଥିଲେ ମଧ୍ୟ ଧାନ କିଣା ବ୍ୟବସ୍ଥାରେ ଆଂଶିକ
ଡିଜିଟାଲାଇଜେସନ ହୋଇଛି । ଗୁଣାତ୍ମକ ମାନ ଯାଂଚ୍ କରିବାରେ ପଦ୍ଧତିକୁ ମଧ୍ୟ ମାନୁଆଲି (ଜାଣିଶୁଣି) କରାଯାଉଛି । ସ୍ୱଚ୍ଛତା ଓ ଉତର ଦାୟିତ୍ୱ
ନଥିବା କାରଣରୁ ଚାଷୀ ମାନଙ୍କୁ ମଣ୍ଡି ମାଫିଆଙ୍କ ଦ୍ୱାରା ଲୁଟ୍ ର ଶିକାରୀ ହେଉଛନ୍ତି । ଧାନର ଗୁଣବତା ନିୟନ୍ତ୍ରଣ କରିବା ପାଇଁ ଚୁକ୍ତିଭିତିକ ଭାବେ
ଅଧିକାରୀ ବା କ୍ୱାଲିଟି କଂଟ୍ରୋଲ ଇନସ୍ପେକ୍ଟରଙ୍କୁ ନିୟୋଜିତ କରାଯାଇଛି । ଯେଉଁମାନେ ନିଜ ଇଚ୍ଛା ମୁତାବକ କ୍ୱାଲିଟି ପାରାମିଟରକୁ ପୂରଣ
କରନ୍ତି । ସମଗ୍ର କ୍ରୟ ପ୍ରକ୍ରିୟା ମିଲର ମାନଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ ବୋଲି ଜଣାପଡିଛି । ଆଶ୍ଚର୍ଯ୍ୟର କଥା ହେଉଛି, ବ୍ୟବହୃତ ହୋଇଥିବା
ବସ୍ତା, ଧାନର ପରିବହନ, ଲୋଡିଂ ଏବଂ ମଣ୍ଡିରେ ଶ୍ରମ କାର୍ଯ୍ୟ ଭଳି ମଣ୍ଡିରେ ପରିଚାଳନା ପାଇଁ ଥିବା ସମସ୍ତ କାର୍ଯ୍ୟକୁ କରିବା ପାଇଁ ରାଜ୍ୟ
ସରକାର ମିଲରମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହା ଭାରତ ସରକାରଙ୍କ ଦ୍ୱାରା ଇ- ଟେଣ୍ଡର ମାଧ୍ୟମରେ ଧାନର ପରିବହନ ମୂଲ୍ୟ ଏବଂ ପରିବହନ
ଦର ନିର୍ଦ୍ଧାରଣ ପାଇଁ ଏସଓଆର ୦୬.୦୫.୨୦୧୯ (ଇଦ୍ଭଦ୍ଭରଙ୍ଘଙ୍କକ୍ସର – ଢଢଠ) ନିୟମର ଉଲ୍ଲଘଂନ କରୁଛି । ଏହା ମଧ୍ୟ ଦେଖାଯାଇଛି ଯେ
ମିଲର ମାନଙ୍କ ଦ୍ୱାରା ଟ୍ରାନଜିଟ୍ ପାସ୍ ବା ସ୍ୱୀକୃତି ପତ୍ର ଦେଲା ପରେ ହିଁ ଚାଷୀ ମାନଙ୍କୁ ପଇସା ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହା
ଭାରତ ସରକାରଙ୍କ ନିୟମ ବିରୋଧୀ । ମଣ୍ଡିରୁ ଧାନ ଉଠାଇବା ପାଇଁ ଚାଷୀ ମାନଙ୍କୁ ଦିଆଯାଉଥିବା ଅର୍ଥ ମିଲର ମାନଙ୍କ ଦ୍ୱାରା ଜାରୀ
କରାଯାଉଥିବା ଗ୍ରହଣୀୟ ପତ୍ର ସମ୍ପୂର୍ଣ୍ଣ ଭାବରେ ପୃଥକ ରହିବା ଦରକାର । ଚାଷୀମାନେ ମଣ୍ଡିରେ ସେମାନଙ୍କର ଉତ୍ପାଦନକୁ ମଣ୍ଡିରେ ଅନୁମତି
ଦିଆଯିବା ପରେ ଶୀଘ୍ର ପଇସା ମିଳିଯିବା ଉଚିତ୍ । ଏଥିପାଇଁ ମିଲର ମାନଙ୍କର ଅନୁମତିର ଆବଶ୍ୟକତା ନାହିଁ । ମଣ୍ଡିରେ ଶ୍ରମିକ ପାରଶ୍ରମିକ ମୂଲ୍ୟ
ଟେଣ୍ଡର ପ୍ରକ୍ରିୟା ମାଧମୟମରେ ଚୂଡାନ୍ତ ହେବା ଉଚିତ୍ । କିନ୍ତୁ ରାଜ୍ୟ ସରକାର ଏହାକୁ ପାଳନ କରୁନାହାଁନ୍ତି । ମାର୍କେଟ ୟାଡର ଭିତିଭୂମି ତଥା
ଅଧିକ ଧାନ ସଂଗ୍ର କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ । ଧାନ ରଖିବା ପାଇଁ ଗୋଦାମ ଘର ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ । ରାଜ୍ୟ
ସରକାର ଇ -ପ୍ରକ୍ରିୟା ମାଧ୍ୟମରେ ସ୍ୱତନ୍ତ୍ର ମଣ୍ଡି ଲେବର କଂଟ୍ରାକ୍ଟର ଏବଂ ମଣ୍ଡି ଟ୍ରାନ୍ସପୋର୍ଟ କଂଟ୍ରାକ୍ଟର ନିୟୋଜିତ କରନ୍ତୁ । ଟୋକନ ବ୍ୟବସ୍ଥାରେ
ଧାନ ସଂଗ୍ରହ ବ୍ୟବସ୍ଥା ଅଧିକ ଏବଂ ନିରପକ୍ଷପାତିତା କରାଯାଉ । ରାଜ୍ୟ ସରକାର ଧାନର ସ୍ଥିତି ମିଲୱାରୀ ଏବଂ ଷ୍ଟୋରେଜ ପଂଏଟ ୱାରୀ
ଲୋକଲୋଚନକୁ ଆଣନ୍ତୁ ଏବଂ ଏହାକୁ ଅଡିଟ କରନ୍ତୁ । ତଦନ୍ତକାରୀ ଦ୍ୱାରା ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଦିଆଯାଇଥିବା ପରାମର୍ଶକୁ ରାଜ୍ୟ ସରକାର ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ କାମାକ୍ଷା ପ୍ରସାଦ ପ୍ରଧାନ, କୋଷାଧକ୍ଷ ବିଶ୍ୱକେତନ ସ୍ୱାଇଁ, ମିଡିଆ ସଂଯୋଜକ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking