40.1 C
Bhubaneswar
Thursday, April 25, 2024
Homeଓଡିଶାଲିଟର ୮୦ ଟଙ୍କାରେ ପେଟ୍ରୋଲ ବିକିଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଲିଟର ୮୦ ଟଙ୍କାରେ ପେଟ୍ରୋଲ ବିକିଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର – ଆଜି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଅଭିନବ ଉପାୟରେ ୮୦ ଟଙ୍କା ପ୍ରତି ଲିଟର ଦରରେ ଜନସାଧାରଣଙ୍କୁ ପେଟ୍ରୋଲ
ବିକ୍ରି କରିଛି ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ୟୁନିଟ-୨ (ମାର୍କେଟ ବିଲିଡିଂ)
ପେଟ୍ରୋଲ ପମ୍ପ ସାମନାରେ ଆଜି ଜିଲ୍ଲାର କର୍ମକର୍ତା ମାନେ ୧୦୦୦ ଲିଟର ପେଟ୍ରୋଲ, ୮୦ ଟଙ୍କା ପ୍ରତି ଲିଟର
ହିସାବରେ ସାଧାରଣ ଜନତାଙ୍କୁ ଯୋଗାଇ ଦେଇଛନ୍ତି । ଶ୍ରୀ ଦାଶ କହିଥିଲେ କରୋନା ମହାମାରୀ ସମୟରେ
ଆଜକୁ ପ୍ରାୟ ୨ ବର୍ଷ ହେବ ଲୋକଙ୍କ ରୋଜଗାର ଶୂନ ପ୍ରାୟ ହୋଇଯାଇଥିବା ବେଳେ ତୈଳଦର ଓ ରନ୍ଧନ
ଗ୍ୟାସର ଅହେତକୁ ଦରବୃଦ୍ଧି ନୈରାଶ୍ୟଜନକ, ଆଗକୁ କେନ୍ଦ୍ର ଓ ରାଜ୍ୟ ସରକାର ନଚେତିଲେ ଭୁବନେଶ୍ୱର ଜିଲ୍ଲା
କଂଗ୍ରେସ ପୂନର୍ବାର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ । ସେହିପରି ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି
ଶ୍ରୀ ମାନସ ଚୌଧୁରୀ ଯୋଗଦେଇ କହିଥିଲେ ୟୁପିଏ ସରକାର ସମୟରେ ଅଶୌଧିତ ତୈଳଦର ବର୍ତମାନ
ଅଶୌଧିତ ତୈଳଦରର ଦୁଇଗୁଣ ଥିବା ବେଳେ କଂଗ୍ରେସ ସରକାର ୬୦ଟଙ୍କାର ପେଟ୍ରୋଲ ଯୋଗାଇଦେଇଥିଲେ
ଏବେ ଆର୍ନ୍ତଜାତିକ ବଜାରରେ ଅଶୌଧିତ ତୈଳଦର କମ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟ୍ୟାକ୍ସ
ଯୋଗୁଁ ଆଜି ତୈଳଦର ୧୦୦ ଟଙ୍କା ଟପିଲାଣି । ଯଦି ଉଭୟ ସରକାର ଏହି ଦରବୃଦ୍ଧି ଉପରେ ତୁରନ୍ତ ଅଙ୍କୁଶ
ନଲାଗନ୍ତି ତେବେ ଜିଲ୍ଲା, ଛାତ୍ର, ଯୁବ ଓ ମହିଳା କଂଗ୍ରେସ ସାଧାରଣ ଜନତାଙ୍କ ପାଇଁ ବିକ୍ଷୋଭ ଜାରି ରଖିବ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପସଭାପତି ଶ୍ରୀ ସୁବ୍ରତ ମହାପାତ ପରିଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
ଏସ୍‌କେ ଅକତାବ ଅଲ୍ଲି, ମନୋରଞ୍ଜନ ଜେନା, ଅଶୋକ ଦାସ, ମିହିର ଆଚର୍ଯ୍ୟ, ଶ୍ରୀଧର ବଳିଆର ସିଂ,
ଦେବରାଜ ମିଶ୍ର, ଇନ୍ଦ୍ରଜିତ ପରିଡ଼ା, ଜୟକୃଷ୍ଣ ସୁବୁଦ୍ଧି, ପ୍ରଶନ୍ନ ନାୟକ, ମନୋଜ ସାହୁ, ଦୀପକ କୁମାର
ମହାପାତ୍ର, କୁଶୁମ ପ୍ରଧାନ, ଶ୍ରୀୟା ପଣ୍ଡା, କୁଳମଣି ସାହୁ, ମୋହନ ଜେନା, ଏସ୍‌କେ ତାକୁୱିନ, ଶୁଭ୍ରଜ୍ୟୋତି
ଲେଙ୍କା, ମାନସ ସେଠୀ, ଦେବାଶିଷ ଦାସ, ଅକ୍ଷୟ ଦାସ, ଦୁର୍ଗାପ୍ରସାଦ ମାହଲା, ରଜନୀ ମହାନ୍ତି, ପବିତ୍ର
ମହାନ୍ତି, ପ୍ରକାଶ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking