୨୩ ଜୁଲାଇ ପର୍ଯ୍ୟନ୍ତ ପୁଲିସ ହେପାଜତରେ ରହିବେ ରାଜ୍ କୁନ୍ଦ୍ରା

ନୂଆଦିଲ୍ଲୀ: ପର୍ଣ୍ଣ ଭିଡିଓ ବନାଇବା ମାମଲାରେ ଗିରଫ ହୋଇଥିବା ଶିଲ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ୨୩ ଜୁଲାଇ ଯାଏଁ ପୋଲିସ ହେପାଜତରେ ରଖିବାକୁ କୋର୍ଟ କହିଛନ୍ତି ।  ଆଜି ମୁମ୍ବାଇ ପୋଲିସ ର କ୍ରାଇମ ବ୍ରାଂଚ ରାଜ କୁନ୍ଦ୍ରାଙ୍କୁ କୋର୍ଟରେ ଉପସ୍ଥାପନ କରିଥିଲେ । ଶୁଣାଣୀ ମଧ୍ୟରେ ରାଜ୍ କହିଥିଲେ ଯେ ସେ ଏହା ମାଧ୍ୟମରେ ଅନେକ ପଇସା ଆୟ କରୁଥିଲେ । ମାମଲାର ତଦନ୍ତ କରୁଥିବା କ୍ରାଇମ ବ୍ରାଂଚ ରାଜ୍ କୁନ୍ଦ୍ରାଙ୍କ ମୋବାଇଲ ସିଜ୍ କରିଛି । କୋର୍ଟରେ ପୋଲିସ ରାଜ୍ ଙ୍କ ଅଧିକରୁ ଅଧିକ ଦିନ ପାଇଁ କଷ୍ଟଡୀ ମାଗିଥିଲା । ଏହାପରେ କୋର୍ଟ ତାଙ୍କୁ ୨୩ ଜୁଲାଇ ପର୍ଯ୍ୟନ୍ତ କଷ୍ଟଡୀକୁ ପଠାଇ ଦେଇଛନ୍ତି । ୧୯ ଜୁଲାଇ ରାତିରେ ମୁମ୍ବାଇ ପୋଲିସ ର କ୍ରାଇମବ୍ରାଂଚ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିଥିଲା । ପୁଲିସ କହିଥିଲା ରାଜଙ୍କ ଉପରେ ପର୍ଣ୍ଣୋଗ୍ରାଫିକ ଫିଲ୍ମ ବନାଉଥିଲେ ଓ ଏହାକୁ ଆପ୍ ଜରିଆରେ ପବ୍ଲିସ କରାଯାଉଥିଲା । ରାଜଙ୍କ ବିରୋଧରେ ପୁଲିସ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ବି ରହିଛି । ଏହି ବ୍ୟବସାୟରେ ସେ ୧୦ କୋଟି ଟଙ୍କା ଲଗାଇଥିଲେ ।

LEAVE A REPLY

Please enter your comment!
Please enter your name here