28.1 C
Bhubaneswar
Saturday, April 27, 2024
Homeଓଡିଶାଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା : ବିଜେଡି

ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା : ବିଜେଡି

ଭୁବନେଶ୍ୱର : ଜାତୀୟ ଐତେିହ୍ୟ କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ) ପ୍ରସ୍ତାବିତ ବାଇ-ଲ ପ୍ରସଙ୍ଗ ନେଇ ବିବାଦ ଥମୁନି । ଏ ପ୍ରସଙ୍ଗ ନେଇ ବିଜେପି-ବିଜେଡି ଭିତରେ କଥାକଟାକଟି ରାଜନୀତି ତେଜିବାରେ ଲାଗିଛି । ଏ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରଖିଥିବା ମନ୍ତବ୍ୟରେ କଡ଼ା ଜବାବ ଦେଇଛି ବିଜେଡି । ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ଗଣମାଧ୍ୟମ) ମାନସ ମଙ୍ଗରାଜ କହିଛନ୍ତି, ଅପରାଜିତା ମିଛ କହୁଛନ୍ତି । ବାରମ୍ବାର ମିଛ କହି ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି ।

ଶ୍ରୀ ମଙ୍ଗରାଜ କହିଛନ୍ତି ସେ, ଅପରାଜିତାଙ୍କ ଭଳି ଆଇଏସ୍ ଅଫିସର୍ ନୁହଁନ୍ତି କିମ୍ବା ଗବେଷଣା କରିନାହାନ୍ତି । ହେଲେ ଯେ କୌଣସି ବ୍ୟକ୍ତି ଭାରତ ସରକାରଙ୍କ ବିଜ୍ଞପ୍ତି ପଢ଼ିଲେ, ୫ମିନିଟ୍ ଭିତରେ ବୁଝିପାରିବେ ଯେ, ଐତିହ୍ୟ ଚିଠା ବାଇ-ଲ ପ୍ରସ୍ତୁତିର କ୍ଷମାତାପ୍ରାପ୍ତ ଅଧିକାରୀ ହେଉଛନ୍ତି କୋଲକାତାସ୍ଥିତ ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ । ଆମ୍‌ସାର୍ ଆଇନ୍ ଅନୁସାରେ ଚିଠା ବାଇ-ଲ ପ୍ରସ୍ତୁତ ପାଇଁ ଏଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ ହିଁ ଅଧିକୃତ କର୍ତ୍ତୃପକ୍ଷ । ହେଲେ ଐତିହ୍ୟ ଚିଠା ବାଇ-ଲ ପ୍ରସ୍ତୁତ କରିବା ପାଇଁ ସଂସ୍କୃତି ନିର୍ଦ୍ଦେଶକ ଅଧିକୃତ କର୍ତ୍ତୃପକ୍ଷ କହି ସାଂସଦ ସମ୍ବେଦନଶୀଳ ପ୍ରସଙ୍ଗକୁ ବିବାଦ ଭିତରକୁ ଠେଲି ଦେଇଛନ୍ତି ।

ଶ୍ରୀ ମଙ୍ଗରାଜ କହିଛନ୍ତି, ଏ ପ୍ରସଙ୍ଗରେ ମୁଁ ରଖିଥିବା ବିବୃତିକୁ ସାଂସଦ ଭୂଲ୍ ଭାବେ ଉପସ୍ଥାପନ କରିଛନ୍ତି । ସଂସ୍କୃତି ନିର୍ଦ୍ଦେଶକ ଚିଠା ଐତିହ୍ୟ ବାଇ-ଲ ପ୍ରସ୍ତୁତିରେ ଅଧିକାରୀ ନୁହନ୍ତି । କଲିକତାରେ ଥିବା ଏଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓଡ଼ିଶା ମନ୍ଦିର ଲାଗି ବାଇ-ଲ ପ୍ରସ୍ତାବ ପଠାଇଛନ୍ତି । ଏକଥା ସାଂସଦ ବୁଝିନେବା ଦରକାର । ବୋଧହୁଏ ସାଂସଦ ଆମ୍‌ସାର୍ ଆଇନ୍ ଠିକଣା ଭାବେ ପଢ଼ି ନାହାନ୍ତି କିମ୍ବା ଜାଣିଶୁଣି ମନଗଢ଼ା କଥା କହୁଛନ୍ତି ।

ଶ୍ରୀ ମଙ୍ଗରାଜ କହିଛନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ସଂସ୍କୃତି ବିଷୟରେ ଅବଗତ ନୁହନ୍ତି । ତେଣୁ ଭକ୍ତ, ଭଗବାନ ଓ ସେବାୟତଙ୍କ ମଧ୍ୟରେ ଥିବା ଭାଗବତ ସମ୍ପର୍କ ଓ ଧାର୍ମିକ ପ୍ରସଙ୍ଗରେ ସମ୍ବେଦନଶୀଳତାକୁ ସେ ବୁଝିପାରିନାହାନ୍ତି । ଏହାକୁ ମୁଝିବା ସାଂସଦଙ୍କ ପକ୍ଷେ କଷ୍ଟକର । ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୋଧ ହୁଏ, ଏହି ପ୍ରସଙ୍ଗକୁ ଭଲ ଭାବେ ବୁଝିପାରିଛନ୍ତି । ତେଣୁ ଭୁବନେଶ୍ୱର ସାଂସଦ ଆମ୍‌ସାର୍ ଆଇନ୍‌କୁ ଆଉଥରେ ପଢ଼ିବାକୁ ଶ୍ରୀ ମଙ୍ଗରାଜ ପରାମର୍ଶ ଦେଇଛନ୍ତି ।
ଏକାମ୍ରକ୍ଷେତ୍ର ବିକାଶକୁ ସିଧାସଳଖ ପ୍ରଭାବିତ କରୁଥିବା ଏହି ଐତିହ୍ୟ ବାଇ-ଲ ପ୍ରସ୍ତୁତ କରିବା ପାଇଁ କିଏ କ୍ଷମତାପ୍ରାପ୍ତ ଅଧିକାରୀ ବୋଲି ଶ୍ରୀ ମଙ୍ଗରାଜ ପ୍ରଶ୍ନ କରିଛନ୍ତି । ମିଥ୍ୟା ତଥ୍ୟ ଉପସ୍ଥାପନ କରି ଲୋକଙ୍କୁ ଭୁଆଁ ବୁଲାଇବା ବଦଳରେ ପ୍ରଶ୍ନର ଠିକ୍ ଉତ୍ତର ରଖିବାକୁ ଅପରାଜିତାଙ୍କୁ ଆହ୍ନାନ ଦେଇଛନ୍ତି ମାନସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking