32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଦେଶରେ ପ୍ରଥମଥର ପାଇଁ ମହିଳାଙ୍କୁ ଦିଆଯିବ ଫାଶୀ

ଦେଶରେ ପ୍ରଥମଥର ପାଇଁ ମହିଳାଙ୍କୁ ଦିଆଯିବ ଫାଶୀ

ନୂଆଦିଲ୍ଲୀ: ଏମିତି ପ୍ରଥମଥର ହେବ ଯେ, ଆଜାଦ ହିନ୍ଦୁସ୍ତାନରେ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ । ପ୍ରେମରେ ଅନ୍ଧ ହୋଇ ନିଜ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା ସବନମଙ୍କୁ ଫାଶି ଦିଆଯିବ । ମଥୁରା ଜେଲରେ ଫାଶୀ ନେଇ ଜେଲ ପ୍ରଶାସନ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାର ବାବନଖେଡୀ ଗାଁ ରେ ରହୁଥିବା ସବନମ ୨୦୦୮ ଏପ୍ରିଲରେ ପ୍ରେମିକ ସଲିମ ସହ ମିଶି ନିଜ ବାପା ମାଙ୍କ ସମେତ ପରିବାରର ୭ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ସବନମ ଓ ସଲିମକୁ ଫାଶୀ ଦେବା ପାଇଁ ମଥୁରାରେ ଫାଶୀ ଘର ବ୍ୟବସ୍ଥା ସରିଛି । ମଥୁରା ଜେଲ ପ୍ରଶାସନ ଏବେ ରଶୀ ଅର୍ଡର ଦେଇସାରିଛନ୍ତି । ନିର୍ଭୟା ଘଟଣାରେ ଦୋଷୀଙ୍କୁ ପାଶୀରେ ଝୁଲାଇଥିବା ପବନ ଜହ୍ଲାଦ ଫାଶୀ ଘର ନିରୀକ୍ଷଣ କରିଛନ୍ତି । ତେବେ ଫାଶୀ କେବେ ଦିଆଯିବ ସେ ନେଇ ତାରିଖ ଘୋଷଣା ହୋଇନାହିଁ । ଯଦି ସବନମକୁ ଫାଶୀ ହୁଏ, ତେବେ ସ୍ୱାଧୀନ ଭାରତରେ ଏହା ପ୍ରଥମ ଘଟଣା ହେବ । ଏହା ମଧ୍ୟରେ ସବନମର କ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ ମଧ୍ୟ କରିଦେଇଛନ୍ତି । ସବନମ ଓ ସଲିମଙ୍କୁ ଫାଶୀ ଦେବା ପାଇଁ କୋର୍ଟ ଏପର୍ଯ୍ୟନ୍ତ ତାରିଖ ସ୍ଥିର କରିନାହାନ୍ତି । ମାତ୍ର ଜେଲ ପ୍ରଶାସନ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking