26.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗଆଜିଠୁ ବଜେଟ ଅଧିବେଶନ

ଆଜିଠୁ ବଜେଟ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ବଜେଟ ଅଧିବେଶନ ଚାଲିବ । ୨୭ ତାରିଖରେ ଶେଷ ହେବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ଏପ୍ରିଲ ୯ ଯାଏଁ ଚାଲିବ । ଆସନ୍ତା ୨୨ରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ । ତେବେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରୁ ଆରମ୍ଭ ହେବ ଗୃହ । ପୂର୍ବ ଅଧିବେଶନରେ କରୋନା କଟକଣା ଯୋଗୁଁ ପ୍ରଶ୍ନକାଳ ନଥିବା ବେଳେ ଏଥର କିନ୍ତୁ ପ୍ରଶ୍ନକାଳ ରହିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ଦେଢ ଘଣ୍ଟା ଧରି ମୁଲତବୀ ପ୍ରସ୍ତାବ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । ଅଧିବେଶନରେ କୋଟିଆ ବିବାଦ ସହ ସୀମାବର୍ତ୍ତୀ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ, ମଣ୍ଡି ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର, ବିପଯର୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଖଣି ଦୁର୍ନୀତି, ଡିଏମଏଫର ଅପବ୍ୟବହାର, ଆବାସ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗ ସ୍ଥାନ ପାଇପାରେ । ମଣ୍ଡି ଅବ୍ୟବସ୍ଥା, ଚାଷୀ ସମସ୍ୟା, ବେକାରୀ, ପାନୀୟ ଜଳ ସମସ୍ୟା ଓ ଆଞ୍ଚଳିକ ବୈଷମ୍ୟ କଥା ଉଠାଇବ କଂଗ୍ରେସ୍ । ସେହିପରି ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ୍ ଦର ବୃଦ୍ଧିକୁ ବି ପ୍ରମୁଖ ପ୍ରସଙ୍ଗ କରିବାକୁ ଯାଉଛି ଦଳ । ବିଧାନସଭା ଅଧିବେଶନକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ମୋଟରଯାନ ଚଳାଚଳ ଉପରେ କଟକଣା କରାଯାଇଛି । ବିଧାନସଭା ସଂଲଗ୍ନ ରାସ୍ତାଗୁଡିକରେ ନିରାପତ୍ତାକୁ ଦୃଷ୍ଟିରେ ରଖି ଏସବୁ କଟକଣା କାର୍ଯ୍ୟକାରୀ କରାଯାଇଛି। ଆଜିଠାରୁ ବିଧାନସଭାର କାର୍ଯ୍ୟଦିବସ ଗୁଡିକରେ ଲାଗୁ ହେବ କଟକଣା। ୧୨୦ ବାଟାଲିୟନ ଛକପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଗାଡି ପାଓ୍ୱାର ହାଉସ ଛକ ଦେଇ ଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking