31.1 C
Bhubaneswar
Sunday, May 19, 2024
Homeଓଡିଶାଓମ୍‌ଫେଡ଼୍ ପାଉଜ୍ ଦୁର୍ନୀତି ଅଭିଯୋଗ ମାମଲା : ବିଷ୍ଣୁପଦଙ୍କୁ ଲୋକାୟୁକ୍ତଙ୍କ କ୍ଲିନ୍‌ଚିଟ୍

ଓମ୍‌ଫେଡ଼୍ ପାଉଜ୍ ଦୁର୍ନୀତି ଅଭିଯୋଗ ମାମଲା : ବିଷ୍ଣୁପଦଙ୍କୁ ଲୋକାୟୁକ୍ତଙ୍କ କ୍ଲିନ୍‌ଚିଟ୍

ଭୁବନେଶ୍ୱର : ଓମ୍‌ଫେଡ୍ ପଲିଫିଲ୍ମି ପାଉଜ୍ ଦୁର୍ନୀତି ଅଭିଯୋଗ ମାମଲା ନୂଆ ମୋଡ଼ ନେଇଛି । ଏହି ଘଟଣାରରେ ବରିଷ୍ଠ ଆଇଏସ୍ ଅଫିସର୍ ବିଷ୍ଣୁପଦ ସେଠୀଙ୍କୁ କ୍ଲିନ୍‌ଚିଟ୍ ଦେଇଛି ଓଡ଼ିଶା ଲୋକାୟୁକ୍ତ । ଓମ୍‌ଫେଡ୍ ପଲିରୋଲ କିଣାରେ କୌଣସି ଦୁର୍ନୀତି କିମ୍ବା କ୍ଷତି ହୋଇନଥିବା ତଦନ୍ତ ବେଳେ ଲୋକାୟୁକ୍ତ ଜାଣିବାକୁ ପାଇଛି । ଏପରିକି ୨୦୧୭ ଏପ୍ରିଲ୍ ୨୨ ଓ ୨୦୧୯ମାର୍ଚ୍ଚ ୨୯ରେ ହୋଇଥିବା ସ୍ୱତନ୍ତ୍ର କମିଟି ତଦନ୍ତରେ ମଧ୍ୟ ମିଥ୍ୟା ପ୍ରମାଣିତ ହୋଇଛି । ଶ୍ରୀ ସେଠୀ ନେଇଥିବା ନିଷ୍ପତ୍ତି ଗ୍ରାହକ, ଚାଷୀ ଏବଂ ଓମ୍‌ଫେଡ୍‌ର ହିତକାରୀ ବୋଲି ରିପୋର୍ଟରେ କୁହାଯାଇଛି । ସବୁ ରିପୋର୍ଟକୁ ତର୍ଜମା ଓ ଅନୁସନ୍ଧାନ ପରେ ଓଡ଼ିଶା ଲୋକାୟୁକ୍ତ ଶ୍ରୀ ସେଠୀଙ୍କୁ ଓମ୍‌ଫେଡ୍ ପଲିଫିଲ୍ମ ପାଉଜ୍ ଦୁର୍ନୀତି ମାମାଲାରେ କ୍ଲିନ୍‌ଚିଟ୍ ପ୍ରଦାନ କରିଛନ୍ତି ।

୨୦୧୫ ଅଗଷ୍ଟରୁ ୨୦୧୬ ଜୁନ୍ ମଧ୍ୟରେ ଶ୍ରୀ ସେଠୀ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଥିବା ସମୟରେ ୬୬୮ ମେଟ୍ରିକ୍ ଟନ୍ ପଲିଫିଲ୍ମ ପ୍ୟାକେଜ୍ ମ୍ୟାଟେରିଆଲ୍ କିଣିଥିଲେ । ଯାହାଦ୍ୱାରା ଓମ୍‌ଫେଡ୍ ୬କୋଟି ୩୫ଲକ୍ଷ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା । ଆଉ କଟକର କମଳା ଏଜେନ୍‌ସିକୁ ଲାଭ ମିଳିଥିଲା ବୋଲି କୁହାଯାଉଥିଲା । ଏ ନେଇ ୨୦୧୬ ଡିସେମ୍ବର ୧ରେ ତତ୍କରଳୀନ ଓମ୍‌ଫେଡ୍ ଏମ୍‌ଡି ମଧୁସୂଦନ ପାଢ଼ୀ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଉତ୍ତର ଦେଇଥିଲେ । ଏପରିକି ପାଉଜ୍ ବାବଦକୁ କଟକର କମଳା ଏଜେନ୍ସି ପାଇବାକୁ ଥିବା ୩କୋଟି ୩୧ଲକ୍ଷ ୪୯ ହଜାର ୧୮୦ଟଙ୍କା ଓମ୍‌ଫେଡ୍ ସ୍ଥଗିତ ରଖିବା କହିଥିଲେ ।

୨୦୧୯ରୁ ଓମ୍‌ଫେଡ୍ ଆଇଡିଏମ୍‌ସି ଠାରୁ ପଲିରୋଲ୍‌ସ କିଣୁଛି । ଆଇଡିଏମ୍‌ସି, ଏନ୍‌ଡିଡିବି ଏକ ସବ୍‌ସିଡାରୀ କମ୍ପାନୀ । ୨୦୧୫ ପୂର୍ବ ଯାଏ ଓମ୍‌ଫେଡ୍ ୪୮ ମାଇକ୍ରନ୍‌ର ପଲିରୋଲ୍ କିଣୁଥିଲା । ୨୦୧୫ ଦୁର୍ଗାପୂଜା ସମୟରେ ଓମ୍‌ଫେଡ୍‌ର ଲିକ୍ସିଡ୍ ମାର୍କେଟ ସେୟାର ଖସିଥିଲା । ସେହି ସମୟରେ ଓମ୍‌ଫେଡ୍ କର୍ତ୍ତୃପକ୍ଷ ଆଇଡିଏମ୍‌ସି ଠାରୁ ଉଚ୍ଚକ୍ଷମତା ଅଧିକ ପଲିରୋଲ୍ କିଣିବାକୁ ସ୍ଥିର କରିଥିଲେ । ୬୦ରୁ ପରିରୋଲ୍ ଯାହାର ଭିତର ପଟ ଆସ୍ତରଣ କଳା ଓ ବାହାର ପଟ ୪ ପ୍ରକାରର ରଙ୍ଗ ଥିବା କିଣିବା ନେଇ ନିଷ୍ପତ୍ତି ହୋଇଥିଲା । ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ପଲିରୋଲ୍ କିଣିବାକୁ ନିଷ୍ପତି ନେଇଥିଲା ଓମ୍‌ଫେଡ୍ ।

ଓମ୍‌ଫେଡ୍ ଆଇଡିଏମ୍‌ସିକୁ ଆମନ୍ତ୍ରଣ କରିଥିଲା । ଆଇଡିଏମ୍‌ସି ଉକ୍ତ ମାନର ପଲିରୋଲ୍ ପାଇଁ ତା’ର ଅଧିକୃତ ଷ୍ଟକିଷ୍ଟ କଟକର କମଳା ଏଜେନ୍ସିକୁ ୬୦ରୁ ୬୫ ମାଇକ୍ରନ୍ ପଲିରୋଲ୍ କେଜି ପିଛା ୨୧୯ଟଙ୍କା ୩୪ ପଇସା ଦେବାକୁ ରାଜି ହୋଇଥିଲା । ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ଆଇଡିଏମ୍‌ସି ଓମ୍‌ଫେଡ୍‌କୁ ୫୫୭.୪୩ମେଟ୍ରିକ୍ ଟନ୍ ୪୮ମାଇକ୍ରନ୍ ପଲିରୋଲ୍ ଯୋଗାଇ ଦେଇଥିଲା । ୬୫ ମାଇକ୍ରନ୍‌ର ୫୫୭. ୪୩ମେଟ୍ରିକ୍ ଟନ୍ ପଲିଥିନ୍‌କୁ ୧୦କୋଟି ୭୬ଲକ୍ଷ ଟଙ୍କା ଏବଂ ୪୮ ମାଇକ୍ରନ୍‌ର ୧୪୮ ମେଟ୍ରିକ୍ ଟନ୍ ପଲିରୋଲ୍ ପାଇଁ ୨ମୋଟି ୭୮ଲକ୍ଷ ଟଙ୍କା ଏଭଳି ଭାବେ ୭୦୫. ୩୫ ମେଟ୍ରିକ୍ ଟନ୍ ପରିରୋଲ୍ ପାଇଁ ୧୩ କୋଟି ୫୪ଲକ୍ଷ ଟଙ୍କା ବିଲ୍ ହୋଇଥିଲା । ମୋଟ୍ ଦେୟରୁ ଓମ୍‌ଫେଡ୍ ୧୧କୋଟି ୭୭ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ମାମଲଶ ହାଇକୋର୍ଟରେ ବିଚାରଧିନ ଥିବାରୁ ବଳକା ଅର୍ଥ ଦିଆଯାଇ ନାହିଁ । ଓମ୍‌ଫେଡ୍ ପଲିରୋଲ୍ କିଣାରେ କୌଣସି ଦୁର୍ନୀତି କିମ୍ବା କ୍ଷତି ହୋଇନଥିବା ତଦନ୍ତ ବେଳେ ଜଣାପଡ଼ିଛି । ସେଥିପାଇଁ ତାଙ୍କୁ କ୍ଲିନ୍‌ଚିଟ୍ ଦେଇଛନ୍ତି ଲୋକାୟୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking