30.1 C
Bhubaneswar
Friday, April 26, 2024
Homeଓଡିଶାବିଜେଡି ରୁ ବହିଷ୍କୃତ ଛାତ୍ର ନେତାଙ୍କ ସାମ୍ବାଦିକ ସମ୍ମିଳନୀ

ବିଜେଡି ରୁ ବହିଷ୍କୃତ ଛାତ୍ର ନେତାଙ୍କ ସାମ୍ବାଦିକ ସମ୍ମିଳନୀ

ଯାଜପୁର: ଜିଲ୍ଲାର ଦଶରଥପୁର ବ୍ଲକ ର ବରିଷ୍ଠ ଛାତ୍ର ନେତା ତଥା ସାଧୁ ଗୈାଡେଶ୍ଵର ମହାବିଦ୍ୟାଳୟ ର ପ୍ରାକ୍ତନ ସଭାପତି ଦିପକ କୁମାର ବାରିକ ଙ୍କୁ ବିଜୁଜନତା ଦଳ ରୁ ଚଳିତ ମାସ 11 ତାରିଖ ରେ ବହିଷ୍କୃତ କରା ଯାଇଛି ।ସେ ବହିଷ୍କୃତ ହେବା ସେ ଏବେ ପ୍ରଥମ ଥର ପାଇଁ ମୁହଁ ଖୋଲି ଛନ୍ତି। ଏଥିଲାଗି ସେ ଝୁମ୍ଫୁ୍ରି ବଜାର ସ୍ଥିତ ସାଈ ପ୍ୟାଲେସ ରେ ସାମ୍ବାଦିକ ସମ୍ମିଳନୀ ରେ ନିଜର ପକ୍ଷ ରଖିଛନ୍ତି।ଦଳ ତରଫରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇ ନ ଥିବା ବେଳେ ସାଙ୍ଗେ ସାଙ୍ଗେ ବହିଷ୍କୃତ ହେବା କେତେ ଯୁକ୍ତି ଯୁକ୍ତ ତାହା ପ୍ରଶ୍ନ କରିଛନ୍ତି ।2007 ରୁ ଛାତ୍ର ରାଜନୀତି ସହିତ ସଂଶ୍ଳିଷ୍ଟ ରହି ଆଜି ପର୍ଯ୍ୟନ୍ତ ନିଃସ୍ଵାର୍ଥପର ସମାଜସେବା କାର୍ଯ୍ୟ କରୁଛି।ଏ ସମ୍ପର୍କରେ ଦଳର ମୁଖ୍ୟ ନବିନ ପଟ୍ଟନାୟକ ଓ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି। ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଦଶରଥପୁର ବ୍ଲକ ର 15ଟି ପଞ୍ଚାୟତରେ ଚାଲିଥିବା ପିସି କାରବାର ଓ ମଙ୍ଗଳପୁର,ରଡଗା,କୟା, ବଡ଼କୁଆଲ ଓ ଦକ୍ଷିଣ ବନ୍ଦ ଆଦି ସ୍ବାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା ସଂପର୍କରେ ବିଧାୟିକା ଙ୍କ ସହିତ ଆଲୋଚନା କରି ବାକୁ ଚେଷ୍ଟା କରି ବିଫଳ ହୋଇଥିଲି ତେଣୁ ବାଧ୍ୟହୋଇ ଦଳିୟ ଫୋରମ୍ ତଥା ଛାତ୍ର ବିଜେଡ଼ି ଗ୍ରୁପରେ ଅଭିଯୋଗ କରିବାରୁ କିଛି କ୍ରୁଚକ୍ରିଗୋଷ୍ଟି ଙ୍କଚକ୍ରାନ୍ତ ରେ ମୋତେ ବହିଷ୍କାର କରାଯାଇଛି।ସେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମନର କଥା କହିଛନ୍ତି ଯେ ଆଗାମୀ ଦିନରେ ବିଜେଡି ଦଳରେ ସାଧାରଣ କର୍ମୀ ଭାବରେ ଜନସାଧାରଣଙ୍କ ସେବା କରିବେ।ଏହି ସମ୍ମିଳନୀରେ ଛାତ୍ର ନେତା ମନୋଜ ପୁଷ୍ଟି, ସତ୍ୟଜିତ ବାରିକ, ନିଳମଣୀ ବାରିକ ଓ ପ୍ରେମାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking