26.1 C
Bhubaneswar
Wednesday, May 8, 2024
Homeଓଡିଶାବାଂଲାଦେଶର ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ ଠାବ

ବାଂଲାଦେଶର ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ ଠାବ

ଯାଜପୁର: ବାଂଲାଦେଶର ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ ଠାବ । ଯୁବତୀ ଜଣଙ୍କୁ ଦେହ ବ୍ୟବସାୟରେ ନିୟୋଜିତ କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରପଂ କରି କୋର୍ଟ ଚାଲାଣ କରିଛି । ଯୁବତୀ ଜଣଙ୍କୁ ଯାଜପୁର ୱାନଷ୍ଟପ ସଖୀ କେନ୍ଦ୍ରରେ ରଖାଯାଇଛି । ଅଭିଯୋଗ ମୁତାବକ ଯାଜପୁର ଜିଲା ଧର୍ମଶାଳା ଅଂଚଳର ଅଜୟ ଦାସ ନାମକ ବ୍ୟକ୍ତି ଯୁବତୀ ଜଣଙ୍କୁ କୋଲକାତାରେ ଏକ ହୋଟେଲରେ ଦେହ ବ୍ୟବସାୟ କରିବା ପାଇଁ ବିକ୍ରି କରିଦେଇଥିଲେ । ପରେ ଅଜୟଙ୍କ ପୁଅ ସୁରଜ ସହିତ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଉଭୟ ସୁରଜ ଓ ଯୁବତୀ ବାଙ୍ଗାଲୋର ରେ ଦୀର୍ଘ ବର୍ଷେ କାଳ ରହିଥିଲେ । ଏକଥା ବାପା ଅଜୟ ଜାଣିବା ପରେ ପୁଅ ଏବଂ ଯୁବତୀଙ୍କୁ ଆଣି ଧର୍ମଶାଳା ଅଂଚଳରେ ଜଣଙ୍କ ଘରେ ରଖିଥିଲେ । ଭୟରେ ଯୁବତୀ ଜଣଙ୍କ ସବୁକଥା ଘର ମାଲିକଙ୍କୁ କହିବା ପରେ ପୋଲିସ କୁ ଖବର ଦିଆଯାଇଥିଲା । ଧର୍ମଶାଳା ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ଯାଜପୁର ୱାନ ଷ୍ଟପ ସକ୍ଷୀ କେନ୍ଦ୍ରରେ ଛାଡିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଜୟ ଦାସଙ୍କୁ ମଧ୍ୟ ପୋଲିସ ଗିରପଂ କରିଛି । ପୋଲିସ ଯୁବତୀଙ୍କ ଧରି ତଦନ୍ତ ଜାରି ରଖିଥିବା ବେଳେ ଯୁବତୀ ଜଣଙ୍କ ନିଜ ଘରକୁ ଚାଲିଯିବାକୁ ନିବେଦନ କରିଛନ୍ତି ।ଏ ସମ୍ପର୍କରେ ଜିଲାପାଳଙ୍କୁ ପଚାରିବାରୁ ଯୁବତୀଜଣଙ୍କ ବାଂଲାଦେଶୀ ହୋଇଥିବା ନେଇ ତଦନ୍ତ ଚାଲିଛି, ଯଦି ସିଏ ବାଂଲାଦେଶରୁ ଆସିଥିବା ପ୍ରମାଣିତ ହୁଏ ତେବେ ଆମ୍ବାସି ସହ ଆଲୋଚନା କରି ପଠାଇବାକୁ ବ୍ୟବସ୍ଥା କରାଯିବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking