29.1 C
Bhubaneswar
Saturday, April 27, 2024
Homeଓଡିଶାବିର୍ଷା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ

ବିର୍ଷା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ

ଗୁଣୁପୁର : ମହାନ ଆଦିବାସୀ ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉତ୍ସବ ଆଜି ରାୟଗଡା ଜିଲ୍ଲା ଗୁଣୁପୁର ଭାରତୀୟ ଜନତା ପାର୍ଟି ପକ୍ଷରୁ ପାଳନ କରାଯାଇଛି । ଗୁଣୁପୁର ନଗର ମଣ୍ଡଳ ସଭାପତି ଶ୍ରୀନିବାସ ସ୍ୱାଇଁ, ଗଣପତି, ବିଦ୍ୟାଧର ଶବର, ଫଳଗୁନି ଶବର, ଗୋପାଳ ଦେବ ପାତ୍ର, ସୁରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ବିପ୍ଲବୀ ମୁଣ୍ଡା ଙ୍କ ଆଦିବାସୀଙ୍କ ଅଧିକାର ପାଇଁ ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଜଳତାର ପଂଚାୟତ ଲୁଙ୍ଗୁରତଲ ଠାରେ ସିପିଆଇ ଏମ ଏଲ ପକ୍ଷରୁ ତିରୁପତି ଗମାଙ୍ଗଙ୍କ ନେତୃତ୍ୱରେ ଆଦିବାସୀମାନେ ଏକତ୍ରିତ ହୋଇ ନୃତ୍ୟଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଦିବାସୀଙ୍କ ହକ ହାସଲ କରିବା ପାଇଁ ସଂଗ୍ରାମ ଜାରୀ ରହିବ ବୋଲି ମତ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking