28.1 C
Bhubaneswar
Saturday, April 27, 2024
Homeଓଡିଶାବିଜୁ ପଟ୍ଟନାୟକ ଦକ୍ଷତା ବିକାଶ କୌଶଳ ସଂସ୍ଥା ତରଫରୁ ଆଲୋଚନା ସଭା ଅନୁଷ୍ଠିତ

ବିଜୁ ପଟ୍ଟନାୟକ ଦକ୍ଷତା ବିକାଶ କୌଶଳ ସଂସ୍ଥା ତରଫରୁ ଆଲୋଚନା ସଭା ଅନୁଷ୍ଠିତ

ମାଲକାନଗିରି: ଜିଲ୍ଲା ସଦର ମହକୁମାର ଲାଠିଆଗୁଡା ଠାରେ ଥିବା ବିଜୁ ପଟ୍ଟନାୟକ ଦକ୍ଷତା ବିକାଶ କୌଶଳ ସଂସ୍ଥା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୫ ତମ ପୁଣ୍ୟ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ମାଡକାମି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୌରପରିଷଦ ର ପୂର୍ବତନ ଅଧ୍ୟକ୍ଷ ରାଜୱନ୍ତ କୌର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ବରିଷ୍ଠ ନେତା ଅକ୍ଷୟ କୁମାର ମହନ୍ତ, ଆଇନଜୀବୀ ଲମ୍ବୋଦର ତୁରୁକ,ଦୃଗା ପ୍ରସାଦ ପଣ୍ଡା ହୃଷୀକେଶ ପଣ୍ଡା,ମାନସ କୁମାର ସ୍ବାଇଁ କୋରକୋଣ୍ଡା ବ୍ଳକ ସଭାପତି ସତ୍ୟ ପାଣିଗ୍ରାହୀ,ମା ଘର ସଭାପତି ପ୍ରଶାନ୍ତି ଲତା ବିସୋଇ ସମ୍ପାଦକ ଦୁଲାଲି ଥଣ୍ଡାର,ନଗର ପୂର୍ବତନ ଉପସଭାପତି ସତ୍ୟ ସ୍ବାଇଁ ,ଦିପକ ବିସ୍ସାସ ତପନ କୁମାର ନାଥ ସପନ ନାଥ ଦିବାସ ମିସ୍ତ୍ରି ବରିଷ୍ଠ ନେତା ଅଖିଳ ମଣ୍ଡଳ ବରିଷ୍ଠ ଯୁବ ନେତା ତ୍ରିଲୋଚନ ଚୌଧୁରୀ,ଉମାଶଙ୍କର ସାହୁ ବରିଷ୍ଠ ସାମ୍ବାଦିକ ସିମାନ୍ଚଳ ପାଣିଗ୍ରାହୀ ଜିଲ୍ଲା ପୂର୍ବତନ ଛାତ୍ର ସଭାପତି ସୋମେଶ ବାଘ ,ବରିଷ୍ଠ ନେତା ତଥା ପୂର୍ବତନ ନଗରପାଳ ଧନୁର୍ଯୟ ମାଡକାମି ବ୍ଳକ ପୂର୍ବତନ ସମ୍ପାଦକ ସଦାନନ୍ଦ ଖରା ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୀର୍ଘ ସୁସ୍ଥ ଜିବନ କାମନା କରିବା ସହ ମାଲକାନଗିରି ଜିଲ୍ଲାର ଆରାଧ୍ୟ୍ୟ ଦେବୀ ମା ଭୌରବିଙ୍କ ନିକଟରେ ପ୍ରାର୍ଥନା କରିଥିଲେ ତାଙ୍କୁ ଆହୁରି ଅଧିକ ରୁ ଅଧିକ ସମାଜର କଲ୍ୟାଣ ପାଇଁ ଶକ୍ତି ସାମର୍ଥ୍ୟ ଧର୍ଯ୍ୟ ସହ ଦୀର୍ଘ ସୁସ୍ଥ ଜିବନ ପ୍ରଦାନ କରନ୍ତୁ ଏହା ହିଁ ସମସ୍ତ କର୍ମକର୍ତ୍ତା ପ୍ରାର୍ଥନା କରିଥିଲେ ପ୍ରଥମେ ଅତିଥି ମାନେ ବିଜୁ ବାବୁଙ୍କ ପ୍ରତି ମୂତ୍ତିର୍ର ପୁଷ୍ପ ମୂଲ୍ୟ ଅର୍ପଣ କରିବା ସହ ଧୂପ ଦୀପ ପ୍ରଦାନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ର ସଫଳ ରୂପାୟନ ଉପରେ ଓ ଓଡିଶା କୁ ସମସ୍ତ କ୍ଷେତ୍ରରେ ଆଗକୁ ନେଇ ଏକ ଦୃଢ଼ ଶକ୍ତିଶାଳୀ ନେତୃତ୍ଵ ରେ ସ୍ଥିର ସ୍ଥାୟୀ ସରକାର ଦେଇ ଓଡିଶା କୁ ବିଶ୍ବ ଦରବାରରେ ପ୍ରସଂଶିତ କରି ପାରିଛି ଯାହା କି ମହାବାତ୍ୟାର କରାଳ ବିଭୀଷିକା ଠାରୁ ଆରମ୍ଭ କରି ମହାମାରି କରୋନା ଜୀବାଣୁ କୁ ମୁକାବିଲା କରିବା ତାଙ୍କ ଦୃଢ ନେତୃତ୍ଵ ଓ ଦୂରଦୃଷ୍ଟି ଯୋଗୁଁ ସମ୍ଭବ ହୋଇପାରିଛି ଏହି ଭଳି ମହାନ ବ୍ୟକ୍ତିତ୍ବ ପାଇଁ ଆମେ ଗର୍ବିତ ଓଡିଆଭାଷା ଓ ଓଡିଶା ଆଜି ସାରା ବିଶ୍ବରେ ପରିଚିତ ବୋଲି ବରିଷ୍ଠ କର୍ମକର୍ତ୍ତା ମାନେ ଆଲୋଚନା ରେ କହିଥିଲେ ପରିଶେଷରେ ସମସ୍ତ କର୍ମକର୍ତ୍ତା ଙ୍କୁ ଖୁସି ରେ ମିଠା ବଣ୍ଟନ କରିଥିଲେ ସମସ୍ତ କର୍ମକର୍ତ୍ତା ଙ୍କୁ କରୋନା ର ମୁକାବିଲା ପାଇଁ ଦୃଢ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ କୁ ନିଜେ ମାନି ମାକ୍ସ ପରିଧାନ ସହ ହାତ ଧୋଇ ଓ ଗ୍ରାମ ଗ୍ରାମ ରେ ବୁଲି ଲୋକ ମାନଙ୍କୁ ସଚେତନତା କରିବା ସହ ଅଧିକ ରୁ ଅଧିକ ମାକ୍ସ ବଣ୍ଟନ କରିବା ପାଇଁ ସପଥ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking