28.1 C
Bhubaneswar
Friday, April 26, 2024
Homeଓଡିଶାସମ୍ ହସ୍ପିଟାଲ୍‌ରେ ଦୁଇ ଦିନିଆ କର୍ମଶାଳା

ସମ୍ ହସ୍ପିଟାଲ୍‌ରେ ଦୁଇ ଦିନିଆ କର୍ମଶାଳା

ଭୁବନେଶ୍ୱର, : ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଦୁଇଦିନିଆ ଡାକ୍ତରୀ ଶିକ୍ଷା ଓ
ତାଲିମ୍ ଉପରେ ଏକ କର୍ମଶାଳା ଆରମ୍ଭ ହୋଇଯାଇଛି । ଏହି କର୍ମଶାଳାକୁ ଅଣଆନୁଷ୍ଠାନିକ ଭାବେ ଶିକ୍ଷା ଓ
ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍
ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ
ସାମନ୍ତସିଂହାର ଉଦ୍‌ଘାଟନ କରିଥିଲେ ।
ଏହି କର୍ମଶାଳାରେ ଜାତୀୟ ସ୍ତରରେ ଡାକ୍ତରୀ ଶିକ୍ଷାର ମାନ ନିର୍ଦ୍ଧାରଣ ଓ ସୁପରିଚାଳନା ନିମିତ ମେଡିକାଲ
କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ବା ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ସର୍ବଦା ଚେଷ୍ଟିତ ଯାହାର ଏବେ ନୂତନ
ନାମକରଣ କରାଯାଇଛି ‘ନ୍ୟାସ୍‌ନାଲ୍ ମେଡିକାଲ୍ କମିଶନ୍‌’ ବା ‘ଜାତୀୟ ଆୟୁର୍ବିଜ୍ଞାନ କମିଶନ’ ଉପରେ
ଆଲୋଚନା କରାଯାଇଥିଲା ।
ଏହି କର୍ମଶାଳାରେ ଫ୍ୟାକଲ୍ଟି ଡାକ୍ତରମାନେ ତାଲିମପ୍ରାପ୍ତ ହୋଇ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଉତମ ମାନର
ଶିକ୍ଷା ଦାନ କରିବେ ଯାହା ଦ୍ୱାରା ନିଜକୁ ଉଚ୍ଚମାନର ଡାକ୍ତର ସୃଷ୍ଟି କରିବେ ତଥା ନିଃସ୍ୱାର୍ଥ ଭାବେ ସମାଜରେ
ସ୍ୱାସ୍ଥ୍ୟ ସେବା ପ୍ରଦାନ କରିପାରିବେ ସେନେଇ ପ୍ରଶିକ୍ଷଣ ଦିଆଯାଇଥିଲା ।
ଜାତୀୟ ମେଡିକାଲ୍ କମିଶନ ଦ୍ୱାରା ଅନୁମୋଦିତ ଏହି କର୍ମଶାଳାକୁ ପରିଚାଳନା କରିଥିଲେ ଆଇଏମ୍‌ଏସ୍‌
ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରୀ ଶିକ୍ଷାର ସଂଯୋଜକ ତଥା ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ପ୍ରକାଶ
କୁମାର ସାହୁ । ଏହି କର୍ମଶାଳାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜର ପ୍ରଫେସର ଡାକ୍ତର
ରୋମା ରତନ, ନ୍ୟାସ୍‌ନାଲ୍ ମେଡିକାଲ୍ କମିଶନ୍ ତରଫରୁ ପରିଦର୍ଶନ ନୟୋଜିତ ହୋଇଥିଲେ ।
କର୍ମଶାଳାରେ ୩୦ ଜଣ ଫ୍ୟାକଲ୍ଟି ଡାକ୍ତର ଯୋଗ ଦେଇଥିଲେ ଏବଂ ୧୨ ଜଣ ବରିଷ୍ଠ ପ୍ରଫେସର ତାଲିମ
ଦେଇଥିଲେ । ଏହି କର୍ମଶାଳାରେ କୋଭିଡ ନିୟମାବଳୀ କଡାକଡି ପାଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking