29.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଭୋଟ ଦେବାବେଳେ ସହିପାରିଲେନି ତାତି; ଆଖି ବୁଜିଲେ ୩ ବୟସ୍କ ଭୋଟର

ଭୋଟ ଦେବାବେଳେ ସହିପାରିଲେନି ତାତି; ଆଖି ବୁଜିଲେ ୩ ବୟସ୍କ ଭୋଟର

ଚେନ୍ନାଇ: ସାରା ଦେଶରେ ଜାରି ରହିଛି ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ତେବେ ଆଜି ତାମିଲନାଡୁରେ ମୋଟ ୩୯ଟି ଲୋକସଭା ଆସନ ଲାଗି ପଡ଼ିଥିଲା ଭୋଟ । ହେଲେ ଏହି ସମୟରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ଲାଗି ଆସିଥିବା ୩ ଜଣ ବୟସ୍କ ମତାଦାତା ଅତ୍ୟଧିକ ତାତି କାରଣରୁ ଆଖି ବୁଜିଛନ୍ତି । ପ୍ରଥମେ ଏହି ବୟସ୍କ ମତଦାତାମାନେ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ପରେ ମୃତ୍ୟୁବରଣ କରିଛନ୍ତି । ସଲେମ (ପଶ୍ଚିମ) ବିଧାନସଭା ନିର୍ବାଚନମଣ୍ଡଳୀର ସୁରମଙ୍ଗଲମ ପୋଲିଂ ଷ୍ଟେସନ, କେଙ୍ଗାଭାଲ୍ଲି ବିଧାନସଭା ନିର୍ବାଚନମଣ୍ଡଳୀ ଓ ତିରୁଥାନି ବିଧାନସଭା ନିର୍ବାଚମଣ୍ଡଳୀର ନେମିଲି ପୋଲିଂ ବୁଥ ନଂ-୨୬୯ରୁ ଏହି ଦୁଃଖଦ ଘଟଣା ଆସିଛି । ମୃତକଙ୍କ ନାଁ ଯଥାକ୍ରମେ ପଲାନିସ୍ୱାମୀ (୬୫), ଚିନ୍ନା ପୋନୁ (୭୭), କାଙ୍ଗାରାଜ (୭୨)ଙ୍କ ମୃତ୍ୟୁ ଘଟିଛି ।

ସଲେମ ସଂସଦୀୟ କ୍ଷେତ୍ରର ସଲେମ (ପଶ୍ଚିମ) ବିଧାସନଭା କ୍ଷେତ୍ରରୁ ଆସିଥିବା ୬୫ ବର୍ଷୀୟ ବୃଦ୍ଧ ପଲ୍ଲାନିସ୍ୱାମୀ ହଠାତ ପୋଲିଂ ଷ୍ଟେସନରେ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହାପରେ ତାଙ୍କର ମୃତ୍ୟୁ ଘଟିଛି । ଚିନ୍ନା ପୋନୁ ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁ ବରଣ କରିଛନ୍ତି । ତିରୁଥାନି ବିଧାନସଭା ନିର୍ବାଚନମଣ୍ଡଳୀରୁ ନେମିଲି ପୋଲିଂ ବୁଥ ନଂ-୨୬୯କୁ ନିଜ ପୁଅ ଶ୍ରୀଧର ସହ ଭୋଟ ଦେବା ପାଇଁ ଆସିଥିଲେ ବୟସ୍କ ଭୋଟର କାଙ୍ଗାରାଜ । ମତଦାନ ସମୟରେ ସେ ହଠାତ ଚେତାଶୂନ୍ୟ ହୋଇପଡ଼ିଥିବା ବେଳେ ପରେ ତାଙ୍କର ତିରୁଥାନି ସରକାରୀ ହସ୍ପିଟାଲରେ ମୃତ୍ୟୁ ଘଟିଛି ।

ଆଜି ତାମିଲନାଡୁ ଲୋକସଭା ନିର୍ବାଚନ ପ୍ରଥମ ପର୍ଯ୍ୟାରେ ହିଁ ଶେଷ ହେବାକୁ ଯାଉଛି । ଏଠାରେ ଧରମପୁରି ନିର୍ବାଚନମଣ୍ଡଳୀରେ ସର୍ବାଧିକ ୫୭.୮୬ ପ୍ରତିଶତ ଭୋଟ ପଡ଼ିଥିବା ବେଳେ ସର୍ବନିମ୍ନ ୪୧.୪୭ ପ୍ରତିଶତ ଭୋଟ ଚେନ୍ନାଇ (କେନ୍ଦ୍ର) ନିର୍ବାଚନମଣ୍ଡଳୀରେ ପଡ଼ିଛି । ଅନ୍ୟପଟେ ଇନୋରର ୧୦୦୦ ଭୋଟର ଆମୋନିଆ ଗ୍ୟାସ ଲିକ୍‌? ପାଇଁ ଭୋଟ ବର୍ଜନ କରିବାକୁ ପ୍ରଥମେ ନିଷ୍ପତ୍ତି ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଭୋଟ ଦେବାକୁ ନିଷ୍ପତ୍ତି ନେଇ ମତଦାନ କରିଛନ୍ତି । ଇରୋଡ ଠାରେ ପିଙ୍କ୍‌? ବୁଥ୍‌? ସ୍ଥାପିତ ହୋଇଥିବା ବେଳେ ମହିଳା ଭୋଟରମାନେ ଏଠାରେ ମତଦାନ କରିଛନ୍ତି । ସେପଟେ ରାଜ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ କହିଛନ୍ତି, ରାଜ୍ୟରେ ନିର୍ବାଚନରେ କୌଣସି ହିଂସାକାଣ୍ଡ ଘଟିନାହିଁ । ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ଏଯାବତ ମତଦାନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking