କରୋନା ସମୟରେ ଓଡିଶାକୁ ମୋଦି ସରକାରଙ୍କ ୨୨,୨୬୭.୬୬ କୋଟିର ସହାୟତା – ଧର୍ମେନ୍ଦ୍ର ପ୍ରଧାନ

dharmendra pradhan

-ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ
-ରାଜ୍ୟକୁ ବିପୁଳ କେନ୍ଦ୍ରୀୟ ସହାୟତା ଦିଆଯାଉଥିବା ବେଳେ ରାଜ୍ୟ ସରକାର ଯତ୍ନଶୀଳ ହୋଇ କାମ କରିବା ଦରକାର
– କେନ୍ଦ୍ରର ଏଲଟିସି କ୍ୟାସ ଭାଉଚର ସ୍କିମ୍ ପରି ରାଜ୍ୟ ସରକାର ନିଜ କର୍ମଚାରୀ ଓ ରାଜ୍ୟର ପିଏସୟୁ କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ
– ରାଜ୍ୟର ୩.୧୭ କୋଟି ହିତାଧିକାରୀଙ୍କୁ ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ ପ୍ରଦାନ
– ୯୨.୮୫ ଲକ୍ଷ ପରିବାରକୁ ୪୪ ହଜାର ୧୩୦ ଟନ୍ ଡାଲି ଦିଆଯାଇଛି
– ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ମାଗଣା ଏଲପିଜି ସିଲିଣ୍ଡର ଯୋଗାଣ
– ୨୦.୮୩ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମୋଟ ୩୧୨.୪୯ କୋଟି ଟଙ୍କା ପ୍ରଦାନ
– କୋଭିଡ୍‌-୧୯ ପରିଚାଳନା ପାଇଁ ଓଡ଼ିଶାକୁ ୧୦୨ କୋଟି କେନ୍ଦ୍ରୀୟ ସହାୟତା
– ୨୦୧୯-୨୦ ପାଇଁ ଜିଏସଟି କ୍ଷତିପୂରଣ ସ୍ୱରୂପ ୫ ହଜାର ୧୨୨ କୋଟି ଓ ୨୦୨୦-୨୧ ପାଇଁ ଜିଏସଟି ୨ ହଜାର ୨୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି
– ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଂଟାଲ ପିଛା ୫୩ ଟଙ୍କା ବୃଦ୍ଧି
– ଓଡ଼ିଶାରୁ ଭାରତର ବିଭିନ୍ନ ରାଜ୍ୟକୁ ପ୍ରବାସୀଙ୍କ ପାଇଁ ୨୪୭ରୁ ଅଧିକ ସ୍ପେଶାଲ ଟ୍ରେନ୍ ଚାଲୁ
ନୂଆଦିଲ୍ଲୀ/ଭୁବନେଶ୍ୱର, – କୋଭିଡ୍‌-୧୯ ସମୟରେ ମୋଦି ସରକାର ଓଡ଼ିଶା
ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମେତ କୋଭିଡ୍ ପରିଚାଳନା ଓ ମୁକାବିଲା ଏବଂ ବିଭିନ୍ନ
ଯୋଜନା ମାଧ୍ୟମରେ ମୋଟ୍ ୨୨,୨୬୭.୬୬ କୋଟିର ସହାୟତା ପ୍ୟାକେଜ୍ ପ୍ରଦାନ କରିଛନ୍ତି
ବୋଲି ଶୁକ୍ରବାର ନୂଆଦିଲ୍ଲୀରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୁତ ସୂଚନା ଦେଇ କହିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କରୋନା ମହାମାରୀ ସମୟରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା
ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହାସହ ଓଡିଶାକୁ ବିପୁଳ କେନ୍ଦ୍ରୀୟ
ସହାୟତା ଦିଆଯାଉଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଯତ୍ନଶୀଳ ହୋଇ କାମ କରିବା ଦରକାର
ବୋଲି ସେ କହିଛନ୍ତି । ସେହିପରି ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଉପଭୋକ୍ତାଙ୍କ ଅତିରିକ୍ତ
ଚାହିଦା ପାଇଁ ଏଲଟିସି କ୍ୟାସ ଭାଉଚର ସ୍କିମ୍ କରାଯାଇଛି । ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ଅଧୀନରେ
କାମ କରୁଥିବା କର୍ମଚାରୀମାନେ ଲାଭ ପାଇବେ । ତେବେ ଏହି କଠିନ ସମୟରେ ରାଜ୍ୟ ସରକାରମଧ୍ୟ ନିଜ କର୍ମଚାରୀ ତଥା ଓଡିଶାର ପିଏସୟୁ କର୍ମଚାରୀଙ୍କ ପାଇଁ ଏପରି ସମାନ ଭାବେ ଏକ ସ୍ୱତନ୍ତ୍ର
ପ୍ରୋତ୍ସାହନର ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରତି ମାସରେ ବ୍ୟକ୍ତି ପିଛା ୫ କେଜି
ଚାଉଳ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟର ୩.୧୭ କୋଟି ହିତାଧିକାରୀଙ୍କୁ
ମାସିକ ୫ କେଜି ଚାଉଳ ପ୍ରଦାନ କରାଯାଇଛି । ଏହି ମର୍ମରେ ମୋଟ ୭ ଲକ୍ଷ ୫୧ ହଜାର ୯୩୦
ଟନ୍ ଚାଉଳ ଓଡିଶାକୁ ପ୍ରଦାନ କରାଯାଇଛି । ସେହିପରି ପ୍ରତି ପରିବାରକୁ ମାସିକ ୧ କେଜି ଡାଲି
ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ଓଡିଶାର ୯୨.୮୫ ଲକ୍ଷ ପରିବାରକୁ ଡାଲି
ଯୋଗାଇ ଦିଆଯାଇଛି । ମୋଟ ୪୪ ହଜାର ୧୩୦ ଟନ୍ ଡାଲି ଓଡିଶାକୁ ଯୋଗାଇ ଦିଆଯାଇଛି ।
ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର
ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି
ସିଲିଣ୍ଡର ଦିଆଯାଇଛି ।
ଜନଧନ ଆକାଉଣ୍ଟଧାରୀ ମହିଳାଙ୍କ ପାଇଁ ୧୫୦୦ ଟଙ୍କାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶାର ୮୫.୨୦
ଲକ୍ଷ ହିତାଧିକାରୀ ଏହାର ଲାଭ ପାଇଛନ୍ତି । ଓଡ଼ିଶା ପାଇଁ ମୋଟ ୧୨୫୮.୦୨ କୋଟି ଟଙ୍କା ବ୍ୟାଙ୍କ୍
ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତ୍ତା (ଏନଏସଏପି)ର ଯୋଜନାରେ
ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ
ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ
କିଷାନ(କୃଷକ ସମ୍ମାନ ନିଧି) ଯୋଜନାରେ ରାଜ୍ୟର ୨୦.୩ ଲକ୍ଷ ହିତାଧିକାରୀଙ୍କୁ ୨ ହଜାର ଟଙ୍କା
ପ୍ରଦାନ କରାଯାଇଛି । ଏହି ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ମୋଟ ୪୦୦.୬୩ କୋଟି ଟଙ୍କା ପ୍ରଦାନ
କରାଯାଇଛି । କରୋନା ସମୟରେ ଓଡ଼ିଶାର ୨୦.୮୩ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କୋଠା ଏବଂ ନିର୍ମାଣ
ଶ୍ରମିକ କଲ୍ୟାଣ ପାଣ୍ଠିରୁ ମୁଣ୍ଡ ପିଛା ୧୫୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୋଟ ୩୧୨.୪୯
କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଓଡ଼ିଶାରେ ୧.୫୪ ଲକ୍ଷ ଇପିଏଫଓ ଆକାଉଣ୍ଟଧାରୀଙ୍କୁ ଇ-ଚାଲାଣ କମ୍ ରସିଦ୍ ଆକାରରେ ୫୯.୦୭
କୋଟି ଦିଆଯାଇଛି । ୪୦, ୬୬୬ ଇପିଏଫଓ ହିତାଧିକାରୀ ୮୭.୭୧ କୋଟି ଟଙ୍କା ଇପିଏଫଓ
ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି । ୧.୬୨ ଲକ୍ଷ ହିତାଧିକାରୀଙ୍କ ପାଇଁ ୨୪ ପ୍ରତିଶତ ଇପିଏଫ୍ ଭାରତ
ସରକାର ଦେଇଛନ୍ତି । ଓଡ଼ିଶା ପାଇଁ ୧୦୧.୪୮ କୋଟି ଟଙ୍କା ସରକାର ଦେଇଛନ୍ତି । ସେହିପରି
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଜିଏସଟି କ୍ଷତିପୂରଣ ସ୍ୱରୂପ ୫ ହଜାର ୧୨୨ କୋଟି
ଟଙ୍କା ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ସ୍ୱରୂପ ଓଡ଼ିଶାକୁ ୨ ହଜାର୨୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ୧୧୨୯ କୋଟି ଟଙ୍କା ଦିଆଯାଇଛି । ଜିଏସଟି
କ୍ଷତିପୂରଣ ବାବଦରେ ରାଜ୍ୟ ମୋଟ ଘରୋଇ ଉତ୍ପାଦର(ଜିଏସଡ଼ିପି)ର ୦.୫ ପ୍ରତିଶତ ମୂଲ୍ୟ ସମାନ
ଅତିରିକ୍ତ ୨, ୮୫୮ କୋଟି ଋଣ ନେବା ପାଇଁ ଓଡ଼ିଶାକୁ ଅନୁମତି ଦିଆଯାଇଛି । ଓଡ଼ିଶାକୁ ଆଶ୍ରୟ ସ୍ଥଳ
ଏବଂ ୩ ଓଳା ଖାଇବା ପାଇଁ କେନ୍ଦ୍ର ସରକାର ଏସଡ଼ିଆରଏଫ ପାଣ୍ଠିରୁ ୨ ହଜାର ୧୩୯ କୋଟି
ଅଗ୍ରୀମ ରାଶି ଜାରୀ କରାଯାଇଛି । ତନ୍ମଧ୍ୟରୁ ପ୍ରଥମ କିସ୍ତିରେ ୮୦୨ କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ
କରାଯାଇଛି ।
ଓଡ଼ିଶାର ନନ୍ ମିଲିୟନ ପ୍ଲସ ସିଟିକୁ ପ୍ରଥମ କିସ୍ତିରେ ମୌଳିକ ଅନୁଦାନ ଆକାରରେ ୨୭୧.୭୫
କୋଟି ଟଙ୍କା ଦିଆଯାଇଛି । ବିନିଯୋଗ କରିବା ପାଇଁ ଡ଼ିଏମଏଫ ପାଣ୍ଠିରୁ ୨ ହଜାର ୧୨ କୋଟି
ମଞ୍ଜୁର ଦିଆଯାଇଥିବା ବେଳେ ୬୪.୫ କୋଟି ଟଙ୍କା କରୋନା ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି ।
ଏନଡିଆରଏଫ ପାଣ୍ଠିରୁ ୧୭୯.୬୪ କୋଟି ଜାରୀ କରାଯାଇଛି । ୨୦୨୦ ମଇ ମାସରେ ହୋଇଥିବା
ଅମ୍ପନ ବାତ୍ୟା ପାଇଁ ୫୦୦ କୋଟି ଟଙ୍କା ଦିଆଯାଇଛି । ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ
ରାଷ୍ଟ୍ରୀୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ଲକ୍ ଡ଼ାଉନ ସମୟରେ ଓଡ଼ିଶା ବିଦ୍ୟୁତ୍ ବିତରଣ
ସଂସ୍ଥା(ଡ଼ିସକମ୍‌)କୁ ବିଜୁଳି କିଣିବା ପାଇଁ ୮୪.୯୩ କୋଟିର ରିହାତି ପ୍ରଦାନ କରାଯାଇଛି । ୨୦୨୦-
୨୧ ଆର୍ଥିକ ବର୍ଷ ପାଇଁ ଜଳ ଜୀବନ ମିଶନ ଅଧୀନରେ ଓଡ଼ିଶା ପାଇଁ ୮୧୨ କୋଟି ଟଙ୍କା ଆବଣ୍ଟନ
କରାଯାଇଛି । ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା ଅଧୀନରେ ଓଡ଼ିଶାର ଚିହ୍ନଟ ହୋଇଥିବା ୬୩,୨୨୨
ସହରାଂଚଳର ଉଠା ଦୋକାନୀଙ୍କ ପାଇଁ ୮.୨ କୋଟି ମଞ୍ଜୁର କରାଯାଇଛି ।
ମନରେଗା ଏବଂ ପିଏମ ଗରିବ କଲ୍ୟାଣ ରୋଜଗାର ଯୋଜନାରେ ବର୍ଷ ୨୦୨୦ ଏପ୍ରିଲରୁ
ସେପ୍ଟେମ୍ବର ମଧ୍ୟରେ ୪.୫୧ ଲକ୍ଷ ଯବ୍ କାର୍ଡ୍ ଜାରୀ କରାଯାଇଛି । ଏହା ୯.୨୫ କୋଟି ଶ୍ରମ ଦିବସ
ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ଅଧୀନରେ ଓଡ଼ିଶାରେ ୭୪.୪୨
ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି ।
କୋଭିଡ୍‌-୧୯ ପରିଚାଳନା ପାଇଁ ଓଡ଼ିଶାକୁ ୧୦୨ କୋଟି କେନ୍ଦ୍ର ସରକାର ଦେଇଛନ୍ତି । ୮.୫୦ ଲକ୍ଷ
ଏନ୍ ୯୫ ମାସ୍କ୍‌, ୨.୫୩ ଲକ୍ଷ ପିପିଇ କିଟ୍‌, ୧୩.୫ ଲକ୍ଷ ଏଚସିକ୍ୟୁ ଡୋଜ୍ ଏବଂ ୫୬୭
ଭେଣ୍ଟିଲେଟର ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ
ଯଥା ନାଲକୋ, ଏମସିଏଲ, ଏନଟିପିସି, ଆଇଓସିଏଲ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍
ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ।
ନୂଆ କୃଷି ବିଲ୍ କାରଣରୁ ରାଜ୍ୟର ଚାଷୀମାନେ ଏପିଏମସି (ଏଗ୍ରିକଲଚ୍ୟୁରାଲ ପ୍ରଡ୍ୟୁସ ମାର୍କେଟ୍ କମିଟି)
ମଣ୍ଡି ସମେତ ବାହାରେ ବିକ୍ରି କରିବାକୁ ମଧ୍ୟ ସାମର୍ଥ୍ୟ ହେବେ । ଏହି ନୂଆ ନୀତି ଆସିବା ଦ୍ୱାରାଯେକୌଣସି ସ୍ଥାନରେ ଚାଷୀମାନେ କୃଷିଜାତ ସାମଗ୍ରୀ କିଣିପାରିବେ ଏବଂ ବିକ୍ରି କରିବାର ସ୍ୱାଧୀନତା
ପାଇବେ ଓ ସଠିକ୍ ମୂଲ୍ୟ ପାଇପାରିବେ । ଏହି ନୂଆ କୃଷି ନୀତି କଂଟ୍ରାକ୍ଟ ଫାର୍ମିଂକୁ ସୁବିଧା ପ୍ରଦାନ
କରିବ । ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି କୃଷି ଭିତ୍ତିଭୂମି ଏବଂ
ଫାର୍ମ ଗେଟକୁ ମଜବୁତ୍ କରିବ । କୃଷି ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ନାବାର୍ଡ ଦ୍ୱାରା ଓଡ଼ିଶାରେ
୨୮.୧୩ କୋଟି ମୂଲ୍ୟର ୧୦୩ଟି ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଛି । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ
ଯୋଜନାରେ ୨୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କାରଣରୁ ଓଡ଼ିଶାର ୧୫ ଲକ୍ଷ ମତ୍ସ୍ୟଚାଷୀ ଉପକୃତ
ହେବେ । ପଶୁ ପାଳନ ଦୁଗ୍ଧ ଭିତ୍ତିଭୂମି ବିକାଶ ପାଣ୍ଠିରେ ୧୫ ହଜାର କୋଟି ଦ୍ୱାରା ଓଡ଼ିଶା ଓ
ଭାରତବର୍ଷର ଚାଷୀମାନେ ଉପକୃତ ହେବେ । ୨୦୧୯ ରବି ଫସଲ ସମୟରେ ଓଡିଶାର ୨.୦୨
ଲକ୍ଷ ଚାଷୀ ବୀମା ଆପ୍ଲିକେସନ ଗ୍ରହଣ କରାଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)
କ୍ୱିଂଟାଲ ପିଛା ୫୩ ଟଙ୍କା ବୃଦ୍ଧି କରାଯାଇଛି । ମୁଗ ଡ଼ାଲିର ଏମଏସପି କ୍ୱିଂଟାଲ ପିଛା ୧୪୬ ଟଙ୍କା,
ହର ଡ଼ାଲି କ୍ୱିଂଟାଲ ପିଛା ୩୦୦, ଟୁର ଡାଲି କ୍ୱିଂଟାଲ ପ୍ରତି ଏମଏସପି ୨୦୦ ଟଙ୍କା ବୃଦ୍ଧି କରାଯାଇଛି
। ୨୦୨୦-୨୧ରେ ଓଡ଼ିଶା ଚାଷୀଙ୍କ ଠାରୁ ୪୯.୪୩ କୋଟି ଡାଲି ୭,୦୪୯ ଏମଏସପି ମୂଲ୍ୟରେ
କିଣାଯାଇଛି । ୨୦୨୦-୨୧ରେ ୫୧୨୧ ଟଙ୍କାର ଏମଏସପି ମୂଲ୍ୟରେ ୧୦.୯୨ କୋଟିର
ତୈଳଜାତ ସାମଗ୍ରୀ କିଣାଯାଇଛି ।
ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନିମନ୍ତେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡର ବ୍ୟବସ୍ଥା ହୋଇଛି
। ଓଡ଼ିଶାରୁ ଭାରତର ବିଭିନ୍ନ ରାଜ୍ୟକୁ ୨୪୭ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁ କରାଯିବା ଦ୍ୱାରା
୪.୪୦ ଲକ୍ଷ ଯାତ୍ରୀ ଉପକୃତ ହୋଇଛନ୍ତି । ମିଶନ ବନ୍ଦେ ଭାରତରେ ବିମାନ ଯୋଗେ ଫସି ରହିଥିବା
ଲୋକଙ୍କୁ ଦୁବାଇରୁ ଭୁବନେଶ୍ୱର ଅଣାଯିବାର ବ୍ୟବସ୍ଥା ହୋଇଛି । ସହାରାଞ୍ଚଳର ଗରିବଙ୍କ ପାଇଁ ପିଏମ
ଆବାସ ଯୋଜନାରେ ସୁଲଭ ମୂଲ୍ୟରେ ଭଡ଼ା ଘରକୁ ବିକଶିତ କରାଯାଇଛି । ଆତ୍ମନିର୍ଭର ଭାରତ
ପ୍ୟାକେଜରେ ଓଡ଼ିଶାରୁ ୩୯ ଲକ୍ଷ ମୁଦ୍ରା ଶିଶୁ ଋଣ ହିତାଧିକାରୀଙ୍କୁ ୨ ପ୍ରତିଶତ ଇଣ୍ଟ୍ରେଷ୍ଟ୍ ସବଭିନସନ୍
ଦିଆଯାଇଛି । ଓଡ଼ିଶାରେ ଥିବା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦ ଲକ୍ଷରୁ ୨୦ ଲକ୍ଷ
ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣକୁ ବୃଦ୍ଧି କରାଯିବ ।

LEAVE A REPLY

Please enter your comment!
Please enter your name here