26.1 C
Bhubaneswar
Friday, March 29, 2024
Homeଓଡିଶାଓଡିଶା ଜୀବିକା ମିଶନ ତରଫରୁ ସଚେତନତା

ଓଡିଶା ଜୀବିକା ମିଶନ ତରଫରୁ ସଚେତନତା

ମାଲକାନାଗିରି : ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଲୋକଙ୍କ ପାଖରେ ଏହାର ସଠିକ ରୂପରେଖ ପହଞ୍ଚାଇବା ପାଇଁ ଓଡିଶା ଜୀବିକା ମିଶନ ବିଭିନ୍ନ ଢଙ୍ଗରେ ସଚେତନତା ସୃଷ୍ଟି କରୁଥିବା ର ଦେଖିବାକୁ ମିଳିଛି । ତେବେ ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ଓଡିଶା ଜିବିକା ମିଶନ ଆନୁକୂଲ୍ୟରେ ଚଳିତ ବର୍ଷ କରାଯାଇଥିବା ପୋଷଣ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଏକ ଅଭିନବ ଉପାୟରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପୁଣି ଥରେ ଆଜିଏହି କାଲିମେଳା ବ୍ଲକ୍‌ର ଏମଭି ୭୯ ଗ୍ରାମ୍ୟ ବ୍ୟାଙ୍କର ବ୍ୟାଙ୍କ ମିତ୍ର ସୁପ୍ରିୟା ଜେନା,MBK ଅଞ୍ଜଳି ମାଖା ଏବଂ CRP ମାନେ ଭାବେ ପୁଣି ଗ୍ରାମ ଗ୍ରାମ ବୁଲି ମହିଳା SHG ଏବଂ ଗ୍ରାମବାସୀ ମାନଙ୍କୁ କିପରି ବ୍ୟାଙ୍କ ମାଧ୍ୟମ ରେ ଖାତା ଖିଲିବେ ଏବଂ ବୀମା କରିବାସହ ଋଣ ନେଇ ସ୍ୱାବଲମ୍ବୀ ହେବେ ବୋଲି ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଆଦିବାସୀ ବହୁଳ ଲାଛିପେଟା ଗ୍ରାମରେ UGB ବ୍ୟାଙ୍କ ମିତ୍ର ସୁପ୍ରିୟା ଜେନା ନିଜ ରଚିତ ଗୀତ ମାଧ୍ୟମରେ ନିଜର ସୁମଧୁର କଣ୍ଠରେ ମହିଳାଙ୍କ ପାଇଁ ନିଜେ ରଚନା କରିଥିବା କଉତୁକିଆ ଗୀତ ଗାଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ମାଢିକ ଦାୟିତ୍ବକୁ ନେଇ ଏକାଧୁକ ଗୀତ ରଚନା କରି ଗ୍ରାମାଞ୍ଚଳର ମହିଳା ଙ୍କୁ ସଚେତନ କରିବା ପାଇଁ ସୁପ୍ରିୟା ବିଭିନ୍ନ ବୈଠକରେ ଏହି ଗୀତ ଗାଇ ଶୁଣାଉଥିବା ଦେଖିବାକୁ । ମିଳୁଛି । ଓଡିଶା ଜୀବିକା ମିଶନ ରଏହି ସବୁ ପ୍ରୟାସ କୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking