27.1 C
Bhubaneswar
Tuesday, May 7, 2024
Homeମନୋରଞ୍ଜନବିଗ ବସ୍ ମେକର୍ସ କମାଇ ଦେଲେ ପ୍ରାଇଜ ମନି; ଜାଣନ୍ତୁ କେତେ ପାଇବେ ବିଜେତା

ବିଗ ବସ୍ ମେକର୍ସ କମାଇ ଦେଲେ ପ୍ରାଇଜ ମନି; ଜାଣନ୍ତୁ କେତେ ପାଇବେ ବିଜେତା

ମୁମ୍ବାଇ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ଫେମ ରିଲିଟି ଶୋ’ ବିଗ ବସ୍ ର ୧୬ତମ ସଂସ୍କରଣରେ ହୋଇଛି ବଡ ପରିବର୍ତ୍ତନ । ଫାଇନାଲକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ୱିନରଙ୍କ ନାମ ଜାଣିବା ପାଇଁ ଅପେକ୍ଷା କରିଛନ୍ତି ହଜାର ହଜାର ଫ୍ୟାନ୍ସ । କିନ୍ତୁ ଏହା ପୂର୍ବରୁ ଆଉ ଏକ ବଡ ଖବର ସାମନାକୁ ଆସିଛି । ବିଗ ବସ-୧୬ର ବିଜେତାଙ୍କୁ କେତେ ପ୍ରାଇଜ ମନି ମିଳିବ ସେ ନେଇ ନୂଆ ଖବର ଆସିଛି ।

ମହଙ୍ଗା ବୃଦ୍ଧି ସହିତ ପ୍ରାଇଜ ମନିରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । କିନ୍ତୁ ବିଗ-ବସ ଏମିତିଏକ ଶୋ’ ଯେଉଁଠି ପ୍ରତି ସିଜନ ସହ ପ୍ରାଇଜ ମନି କମ୍ ହେଉଥିବା ଦେଖିବାକୁ ମିଳିଛି । ପ୍ରଥମ ୫ଟି ସିଜନରେ ବିଜେତାଙ୍କୁ ୧ କୋଟି ଟଙ୍କା ଧନରାଶି ମିଳିଥିବା ବେଳେ ଆଗାମୀ ୬ଟି ସିଜନ ବିଜେତାଙ୍କୁ ୫୦ ଲକ୍ଷ ଟଙ୍କା ରହିଥିଲା । ତେବେ ବର୍ତ୍ତମାନ ଏହି ପୁରସ୍କାର ରାଶି ଆହୁରି କମ ହୋଇଯାଇଛି । ବିଗ ବସ୍ ର ୧୬ତମ ସଂସ୍କରଣ ପାଇଁ ପ୍ରାଇଜ ମନିରେ ୭୮.୨ ପ୍ରତିଶତ ହ୍ରାସ କରାଯାଇଛି ।

ଅର୍ଥାତ ବିଗ ବସ୍‌-୧୬ ସିଜନର ବିଜେତାଙ୍କୁ ୨୧ ଲକ୍ଷ ୮୦ ହଜାର ଟଭ୍‌କା ପୁରସ୍କାର ପ୍ରଦାନ କରାଯିବ । ତେବେ ପୂର୍ବରୁ ଶେଷ ୩ ସିଜନ ଭଳି ଏହି ସିଜନରେ ମଧ୍ୟ ପୁରସ୍କାର ରାଶି ୮୦ ହଜାର ଟଙ୍କା ରହିଥିଲା । କିନ୍ତୁ ।ଥୀ ପ୍ରତିଯୋଗୀଙ୍କୁ ବଞ୍ଚାଇବା ଚକ୍କରରେ ଏଥିରେ କିଛି ଟଙ୍କା ହ୍ରାସ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking