36.1 C
Bhubaneswar
Sunday, May 19, 2024
Homeଓଡିଶାରମାଦେବୀ କଲେଜରେ ମହାମହିମ ରାଷ୍ଟ୍ରପତି; ବଖାଣିଲେ ଛାତ୍ରୀ ଜୀବନର ପୁରୁଣା ସ୍ମୃତି

ରମାଦେବୀ କଲେଜରେ ମହାମହିମ ରାଷ୍ଟ୍ରପତି; ବଖାଣିଲେ ଛାତ୍ରୀ ଜୀବନର ପୁରୁଣା ସ୍ମୃତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରମାଦେବୀ ମେନ୍ସ କଲେଜରେ ପହଞ୍ଚିଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ତେବେ କଲେଜରେ ପହଞ୍ଚିବା ପରେ ନିଜର ପୁରୁଣା ଅଧ୍ୟୟନ ସମୟର ସ୍ମୃତିକୁ ମନେ ପକାଇ ସେ ଭାବବିହ୍ୱଳ ହୋଇ ଯାଇଛନ୍ତି । ରମାଦେବୀ କଲେଜ ନାରୀ ଜାତିର ନେତୃତ୍ୱ, ଏହି ଅନୁଷ୍ଠାନରେ ପାଦ ଦେବା ମାତ୍ରେ ଅତୀତର ଅଭୁଲା ଛବି ଆଖି ଆଗରେ ନାଚି ଉଠୁଛି ବୋଲି କହିଛନ୍ତି ରାଷ୍ଟ୍ରପତି । ତେବେ ଆଜି ଯେଉଁ ସ୍ଥାନରେ ସେ ପହଞ୍ଚିଛନ୍ତି ସେସବୁ କେବଳ କଲେଜର ଅଧ୍ୟାପକ ଅଧ୍ୟାପିକାଙ୍କ ପାଇଁ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ।

ସେ କହିଛନ୍ତି ଯେ, କଲେଜକୁ ଆସିବାର ସେ ପୁରୁଣା ବାଟକୁ ମୁଁ ଭୁଲି ପାରୁନି । ଆଜି କିନ୍ତୁ ପ୍ରୋଟୋକୋଲ ଦୃଷ୍ଟିରୁ ମୋତେ ଅଲଗା ରାସ୍ତାରେ ଆସିବାକୁ ପଡିଲା । ତେବେ ସେତେବେଳେ ଡ୍ରେସକୋଡ ନଥିଲା । କଲେଜ ବିଶ୍ୱବିଦ୍ୟାୟର ମାନ୍ୟତା ବି ପାଇନଥିଲା, ଗୋଟିଏ କଲେଜରେ ମୁଖ୍ୟମନ୍ତ୍ରୀଙ୍କ ଝିଅଠୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ଝିଅ ମସ୍ତେ ପାଠ ପଢୁଥିଲୁ । ଆମମାନଙ୍କ ଭିତରେ କୌଣସି ଫରକ ନଥିଲା । ତେବେ ବିଶ୍ୱବିଦ୍ୟାଳୟ ବିଷୟରେ କହିଲେ ପ୍ରୋଟୋକୋଲ ସରିଯିବ ବୋଲି କହିଛନ୍ତି ରାଷ୍ଟ୍ରପତି । ଏହାପରେ ରାଷ୍ଟ୍ରପତିଙ୍କର ପୁରୁଣା କ୍ୟାଣ୍ଟିନ କଥା ମଧ୍ୟ ମନେ ପଡିଯାଇଛି । ପାଚେରୀ ପାଖ ଠେଲା ଗାଡିରେ ଖାଇବା ବେଳର ସେ ସମୟ ଚିର ସ୍ମରଣୀୟ ହୋଇ ରହିବ । ଏହାପରେ ନିଜ ପ୍ରାକ୍ତନ ଅଧ୍ୟାପିକାଙ୍କ ସ୍ମୃତି ଚାରଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ।

ଏହାସହିତ ନିଜ ଅଭିଭାଷଣରେ ସେ ମହିଳାମାନଙ୍କ ଅନେକ ସଫଳତାର କାହାଣୀ ବଖାଣିଥିଲେ । ବିଭିନ୍ନ କ୍ଷେତ୍ରରେ ଫଳତା ଅର୍ଜନ କରିଥିବା ମହିଳାମାନଙ୍କୁ ସେ ମନେ ପକାଇଛନ୍ତି ଏବଂ ଉଦାହରଣ ଦେଇଛନ୍ତି ବର୍ତ୍ତମାନର ଯୁବପିଢୀଙ୍କୁ । ଏହାସହିତ କଲେଜରେ ଫଳ ଏବଂ କୃତୀ ଛାତ୍ରୀମାନଙ୍କୁ ସେ ପୁରସ୍କାର ପ୍ରଦାନ କରିଥିଲେ । ରାଷ୍ଟ୍ରପତି ତଥା କଲେଜର ପୂରାତନ ଛାତ୍ରୀଙ୍କୁ ପାଇ ଆଜି ଖୁସିରେ ଉତ୍ସବ ମୁଖର ହୋଇ ପଡିଥିଲା ରମାଦେବୀ ବିଶ୍ୱବିଦ୍ୟାଳୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking