35.1 C
Bhubaneswar
Sunday, May 19, 2024
Homeଖେଳବୋଲିଂ ପରେ ବ୍ୟାଟିଂରେ ଧମାକା କଲେ ସାର ଜାଡେଜା; ଜମାଇଲେ ଅର୍ଦ୍ଧଶତକ

ବୋଲିଂ ପରେ ବ୍ୟାଟିଂରେ ଧମାକା କଲେ ସାର ଜାଡେଜା; ଜମାଇଲେ ଅର୍ଦ୍ଧଶତକ

ନାଗପୁର: ଅଷ୍ଟ୍ରେଲିଆ ବିପକ୍ଷରେ ଧମାଲ ମଚାଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ପ୍ରଥମେ ବୋଲିଂରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଇ ୫ ୱିକେଟ ଅକ୍ତିଆର କରିବା ପରେ ଏବେ ବ୍ୟାଟିଂରେ କରୁଛନ୍ତି କମାଲ । ଦ୍ୱିତୀୟ ଦିନରେ ବ୍ୟାଟିଂ କରିବାକୁ ଆସି ଦମଦାର ଅର୍ଦ୍ଧଶତକ ହାସଲ କରି ଭାରତକୁ ବଡ ସ୍କୋର ଅଭିମୁଖେ ନେଉଛନ୍ତି ଜାଡେଜା ।

ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ୭୭-୧ ସ୍କୋରରୁ ଆରମ୍ଭ କରିଥିଲେ ରୋହିତ ଏବଂ ଅଶ୍ୱୀନ ଯୋଡି । କିନ୍ତୁ ଅଳ୍ପ କିଛି ରନ ଯୋଡିବା ପରେ ଅଶ୍ୱୀନ ରୋହିତଙ୍କ ହାତ ଛାଡିଥିଲେ । ଏହାପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । କିନ୍ତୁ ପରେ ରୋହିତଙ୍କ ସାଥ ଦେଇ ଜାଡେଜା ଆଗେଇ ଚାଲିଲେ । କିନ୍ତୁ ଶତକ(୧୨୦) ପରେ ନିଜ ୱିକେଟ ହରାଇଥିଲେ ରୋହିତ । ତେବେ ଜାଡେଜା ଏବଂ ଅକ୍ସର ପଟେଲ ଏହି ପାଳିକୁ ବଡ ପାର୍ଟନରସିପରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଏହି ଦୁଇ ଅଲରାଉଣ୍ଡର ଅର୍ଦ୍ଧଶତକ ହାସଲ କରିସାରିଛନ୍ତି । ଜାଡେଜା ୬୨ ରନ କରି ଖେଳୁଥିବା ବେଳେ ଅକ୍ସର ୫୨ ରନରେ ଅପରାଜିତ ଅଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ଅଷ୍ଟ୍ରେଲିଆଠୁ ୧୩୪ ରନ ଅଗ୍ରଣୀ ରହିଛି । ତେବେ ଭାରତର ଦୁଇ ଡେବ୍ୟୁଟାଣ୍ଟ ଖେଳାଳି ସୂର୍ଯ୍ୟକୁମାର ଯାଦବ ଏବଂ ଶ୍ରୀକର ଭରତ ୮ ରନ ଲେଖାଏଁ କରି ପାଭିଲିୟନ ଫେରିଛନ୍ତି ।

ଅନ୍ୟ ପକ୍ଷରେ ଭାରତ ଉପରେ ଟଡ ମର୍ଫି ସୁନ୍ଦର ବୋଲିଂ କରିଛନ୍ତି । ଟିମ ଇଣ୍ଡିଆର ଟପ୍ ଅର୍ଡରକୁ ଧ୍ୱସ୍ତ କରିବାରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଭାରତ ମୋଟ ୭ଟି ୱିକେଟ ହରାଇଥିବା ବେଳେ ମର୍ଫିଙ୍କ ଖାତାରେ ୫ଟି ୱିକେଟ ସାମିଲ ରହିଛି । ଏହାବ୍ୟତୀତ ଅଧିନାୟକ ପ୍ୟାଟ କମିନ୍ସ ଏବଂ ନାଥନ ଲାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୩୨୧-୭ କରି ମଜବୁତ ସ୍ଥିତିକୁ ଅଗ୍ରସର ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking