26.1 C
Bhubaneswar
Wednesday, May 8, 2024
Homeଓଡିଶାବିଲ ଭିତରେ ଯୁବକଙ୍କୁ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା

ବିଲ ଭିତରେ ଯୁବକଙ୍କୁ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା

ଭଦ୍ରକ : ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅସୁରାଳି ଉଚ୍ଚପଦା ଗ୍ରାମର ଏକ ବିଲରୁ ଶୁକ୍ରବାର ରାତିରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି।ଗୋଟିଏ ସ୍ଥାନରେ ଶବର ମୁଣ୍ଡ ପଡିଥିବା ବେଳେ ଅନ୍ୟ ଏକ ପରିତ୍ୟକ୍ତ ସ୍ଥାନରେ ଗଣ୍ଡି ପଡିଛି।ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ହୋଇ ପାରେ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଧୂଷୁରୀ ଥାନା ଆଇଆଇସି ପ୍ରଫୁଲ୍ଲ ସିଂ ଏବଂ ଏଏସଆଇ କଳ୍ପତରୁ ପାତ୍ର ଘଟଣା ସ୍ଥଳରେ ତଦନ୍ତ ଚଳାଇଛନ୍ତି ।ଉଚ୍ଚପଦା ଗାଁ ନିକଟରୁ ଗତ କାଲି ସନ୍ଧ୍ୟାରେ ପଚା ଗନ୍ଧ ଆସିଥିଲା।ପରେ ସ୍ଥାନୀୟ ଲୋକମାନେ ଏକ ଘଞ୍ଚ ସ୍ଥାନରେ ଏକ ମୁଣ୍ଡ ବିହୀନ ମୃତଦେହ ପଡିଥିବା ଏବଂ ଏହା ପଚି ଯାଇଥିବା ଦେଖିଥିଲେ। ଏଠାରୁ ପାଖାପାଖି ଦୁଇ ଶହ ମିଟର ଦୂରେ ଶବର ମୁଣ୍ଡ ଏବଂ ଏକ ମୋବାଇଲ ପଡିଥିବା ଦେଖିବାକୁ ମିଳିଥିଲା । ଗତ ଏଗାର ଦିନ ତଳେ ସ୍ଥାନୀୟ ଉଚ୍ଚ ପଦା ଅଞ୍ଚଳର ଜିତେନ୍ଦ୍ର କୁମାର ସେନ ଗତ ୬ ତାରିଖରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲା । ଏହି ଉଦ୍ଧାର ମୃତ ଦେହ ସେହି ଯୁବକଙ୍କର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହା ଏକ ହତ୍ୟାକାଣ୍ଡ ହୋଇଥିବାରୁ ପୋଲିସ ଆଜି ସାଇଣ୍ଟି ଫିକ ଟିମ ଦ୍ୱାରା ତଦନ୍ତ କରିବ ବୋଲି ଜଣାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking