33.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରଥମେ ପ୍ରେମ, ଯୌନ ସମ୍ପର୍କ ପରେ ଧୋକା

ପ୍ରଥମେ ପ୍ରେମ, ଯୌନ ସମ୍ପର୍କ ପରେ ଧୋକା

କୋଟପାଡ଼ : ପ୍ରଥମେ ପ୍ରେମ, ଯୌନ ସମ୍ପର୍କ ପରେ ଧୋକା ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳର ବାସନ୍ତୀ ହରିଜନଙ୍କ ଝିଅ । ମାଆ ବାସନ୍ତୀ ହରିଜନ ଜଣେ ପରିବା ବିକାଳି ସେ ପ୍ରତ୍ୟେକ ମଙ୍ଗଳବାର ଦିନ କୋଟପାଡ଼ ହାଟରେ ପରିବା ବିକ୍ରି କରନ୍ତି।ଝିଅ ପାଠ ପଢ଼ୁଥିବା ଯୋଗୁଁ ହାଟ ଦିନ ବେଳେ ବେଳେ ମାଆ କୁ ସାହାଯ୍ୟ କରୁଥିଲା ସେହି ସମୟରେ ଝିଅକୁ 16 ବର୍ଷ ବୟସ ହୋଇଥିଲା।କୋଟପାଡ଼ ବ୍ଲକର ବସ୍ତାମ୍ବା ଗ୍ରାମର ଲୋଷ୍ମୀଧର ଭୋତ୍ରା ନାମକ ଯୁବକ ପ୍ରତ୍ୟେକ ହାଟ ଦିନ ବାସନ୍ତୀ ହରିଜନ ଙ୍କ ଦୋକାନ ରୁ ପରିବା କିଣିବା ବେଳେ ନାବଳିକାଙ୍କ ସହ କଥାବାର୍ତା ରେ ପ୍ରେମ ହୋଇଗଲା।ଲୋଷ୍ମୀଧର ଭୋତ୍ରା ନାବାଳିକାଙ୍କୁ ବୁଲିଯିବା କହି ନିକଟସ୍ଥ ବନୁଆଗୁଡା ଗ୍ରାମର ମନ୍ଦିରକୁ ନେଇ ମଥାରେ ସିନ୍ଦୂର ଦେଇ ଆଜିଠାରୁ ଆମେ ସ୍ୱାମୀ ସ୍ତ୍ରୀ କହି ଜଙ୍ଗଲ ଭିତରକୁ ନେଇ ନାବଳିକାର ଅନିଚ୍ଛା ସତ୍ୱେ ମନଇଚ୍ଛା ଧର୍ଷଣ କରିଥିଲା।ଏବଂ ନାବାଳିକାଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରି ଭିଡିଓ ଉତ୍ତୋଳନ କରିଥିଲା।

ଏବଂ ସେହି ଭିଡ଼ିଓକୁ ଭାଇରାଲ କରିବି କହି ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖୁଥିଲା।ନାବଳିକାଙ୍କ ପଡିଶା ଘର ର ଲୋକେ ଭାଇରଲ ଭିଡିଓ ବିଷୟରେ ଝିଅକୁ ଜଣାଇଥିଲେ।୨୫/୦୬/୨୧  ତାରିଖ ଦିନ ଲୋଷ୍ମୀଧର ପୁଣି ଝିଅକୁ ଧମକ ଚମକ ଦେଇ ନିଜ ମାମି ଘର ଛତିଶଗଡ଼ ନାଗରନାର ଅଞ୍ଚଳର ବଙ୍ଗୀଗୁଡା କୁ ନେଇ ସେଠାରେ ମଧ୍ୟ ଯୌନ ସମ୍ପର୍କ ସ୍ଥାପନ କରିଥିଲା।ପରେ ଝିଅକୁ ଘରୁ ତୋଡିଦେଇଥିଲା ଯା ମୋ ମନ ଭାଙ୍ଗିଗଲା କହି ଝିଅକୁ ଏକା ଛାଡ଼ିଦେଇ କେଉଁ ଆଡେ ଚାଲିଯାଇଥିଲା ଲଷ୍ମୀଧର।ଝିଅ ନିଜ ମାଆ ପାଖକୁ ଆସି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜଣାଇଥିଲା।ଝିଅର ମାଆ ଲୋଷ୍ମୀଧର ନାମରେ ଏକ ଲିଖିତ ଅଭିଯୋଗ ନେଇ କୋଟପାଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ।ହେଲେ ଦୁଇ ଦିନ ଧରି ଥାନାରେ ଏତଲା କୁ କେହି ଗ୍ରହଣ କରିନଥିଲେ ବୋଲି କହିଛନ୍ତି ଝିଅର ମାଆ।ଶେଷରେ ନିରାଶ ହୋଇ ବୋରିଗୁମ୍ମା ଆରକ୍ଷୀ ଅଧିକାରୀ ହରେକୃଷ୍ଣ ମାଝୀଙ୍କ ଦ୍ୱାରସ୍ଥ ହୋଇଥିଲେ। SDPO ଲିଖିତ ଅଭିଯୋଗ ଆଧାରରେ ସଂଗେ ସଂଗେ ପଦକ୍ଷେପ ଗ୍ରହଣ କରିଥିଲେ ଏବଂ ତୁରନ୍ତ ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking