32.1 C
Bhubaneswar
Saturday, May 4, 2024
Homeସ୍ୱାସ୍ଥ୍ୟଅନେକ ରୋଗ ବିନାଶ କରେ ପାନ ମଧୁରୀ

ଅନେକ ରୋଗ ବିନାଶ କରେ ପାନ ମଧୁରୀ

ଭୁବନେଶ୍ୱର : ଘର ମାନଙ୍କରେ ପାନ ମଧୁରୀର ପ୍ରୟୋଗ ଆବହମାନ କାଳରୁ ଏକ ମସଲା ଭାବେ କରା ଯାଉଛି । ମାତ୍ର ଏହାର ବୀଜ ଓଜନ କମେଇବାରେ ସହାୟକ ହେଇଥାଏ । ଏହାର ବୀଜ ଦେଖିବାରେ ଛୋଟ ହେଲେ ବି ତାହା ଭିତରେ ଖାଦ୍ୟସାର ର ମାତ୍ରା ଅଧିକ ଥାଏ। ଏହା କ୍ୟାଲସିଆମ, ମ୍ୟାଗ୍ନେସିଅମ, ଫୋସଫରସ ଆଦି ଭରି ରହିଥାଏ । ଏଥିରେ ଫାଇବର ର ମାତ୍ରା ଅଧିକ ଥାଏ ଯାହା କି ଆମର ଭୋକ ମାରି ଦେଇଥାଏ। ଆଉ ଏହା ଆମର ମେଟାବୋଲିଜିମ ରେଟ କୁ ବଢାଏ । ଏହାଦ୍ୱାରା ଆମ ଶରୀର ରେ ହଜମ ଅଧିକ ହୁଏ ଆଉ ଫ୍ୟାଟ କମିଯାଏ। ପାଟି ସତେଜ ହେବା ଏବଂ ଖାଦ୍ୟର ଗନ୍ଧରୁ ଦୂରେଇ ରହିବା ପାଇଁ ଖାଦ୍ୟ ଖାଇବା ପରେ ପାନମହୁରି ସାଧାରଣତ ଖିଆଯାଏ । ତଥାପି, ପାନମହୁରି ଖାଇବା ଶରୀର ପାଇଁ ଅନେକ ଲାଭ ଆଣିଥାଏ ଏବଂ ବହୁତ କମ୍ ଲୋକ ପାନମହୁରି ଖାଇବା ସହିତ ଜଡ଼ିତ ଏହି ଉପକାରିତା ବିଷୟରେ ଅବଗତ ନଥାନ୍ତି ।

ପାନ ମଧୁରୀ ର ପାଣି ଦ୍ୱାରା ଆମ ଶରୀର ରେ ନିଦ ଅଧିକ ହୁଏ ଆଉ ତାହାଦ୍ୱାରା ଶରୀରର ଓଜନ କମିଯାଏ। ତ ଆପଣ ଯଦି ଓଜନ କମ କରିବାକୁ ଚାହୁଁଛନ୍ତି ତ ଆପଣ ପାନ ମହୁରୀ ର ଜଳ ସେବନ କରନ୍ତୁ।ଏହା ବ୍ୟତୀତ ଆପଣ ଖାଇବା ପରେ ପାନ ମହୁରୀ ର ମଞ୍ଜି କୁ ଚୋବେଇ ପାରିବେ ଯାହାଦ୍ୱାରା କି ଆପଣଙ୍କ ହଜମ କ୍ରିୟା ରେ ସୁଧାର ଆସିବ ।

ସେହି ଲୋକମାନେ ଯେଉଁମାନେ ଖାଦ୍ୟକୁ ସଠିକ୍ ଭାବରେ ହଜମ କରିପାରନ୍ତି ନାହିଁ, ସେମାନେ ଖାଇବା ପରେ ପାନ ମଧୁରୀ ଖାଇବା ଉଚିତ୍ । ପାନମହୁରି  ଖାଦ୍ୟକୁ ହଜମ କରିଥାଏ ଏବଂ ପେଟରେ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ । 

ଯେଉଁମାନଙ୍କ ପାଟିରୁ ଦୁର୍ଗନ୍ଧ ବାହାରୁଛି, ସେମାନେ ପାଟିକୁ ପାନମହୁରି ପାଣିରେ ଧୋଇବା ଉଚିତ୍ । ଯଦି ଆପଣ ପ୍ରତିଦିନ ପାନମହୁରି ପାଣିରେ ଧୋଇଦିଅନ୍ତି, ତେବେ ପାଟିର ଦୁର୍ଗନ୍ଧ ବନ୍ଦ ହୋଇଯାଏ ।

ପ୍ରାୟତ ଅନେକ ଝିଅ ଋତୁସ୍ରାବ ସମୟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ ଏହି ଯନ୍ତ୍ରଣା ସହିବା କଷ୍ଟକର ହୋଇଥାଏ ।  କଷ୍ଟ ଦୂର କରିବା ପାଇଁ ପାନ ମଧୁରୀ ପାଣି ପିଇବା ଉଚିତ । ଏହା ବ୍ୟତୀତ, ଯଦି ପାନମହୁରି ଗୁଣ୍ଡ ସହିତ ଖାଆନ୍ତି, ତେବେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

କାଶ ଜନିତ ସମସ୍ୟାରେ ପୀଡିତ ଲୋକମାନେ, ଏକ ଚାମଚ ମହୁରେ ଟିକେ ପାନ ମଧୁରୀ ମିଶାଇ ଏହି ମିଶ୍ରଣ ନିଅନ୍ତୁ । ପାନ ମଧୁରୀ ଏବଂ ମହୁ ଏକାଠି ଖାଇବା ଦ୍ୱାରା କାଶ ଭଲ ହୋଇଯାଏ ଏବଂ ଗଳା ଆରାମ ଲାଗିଥାଏ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking