27.1 C
Bhubaneswar
Thursday, April 25, 2024
Homeଓଡିଶାଶିମିଳିପାଳ ଅଭୟାରଣ୍ୟ ସହ ରାଜ୍ୟର ସମ୍ବେଦନଶୀଳ ଜଙ୍ଗଲ ଗୁଡ଼ିକରେ ନିଆଁକୁ ଆୟତ କରିବା ପାଇଁ ତୁରନ୍ତ...

ଶିମିଳିପାଳ ଅଭୟାରଣ୍ୟ ସହ ରାଜ୍ୟର ସମ୍ବେଦନଶୀଳ ଜଙ୍ଗଲ ଗୁଡ଼ିକରେ ନିଆଁକୁ ଆୟତ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ : ବିଜେପି

 ରାଜ୍ୟରେ ଜଙ୍ଗଲରେ ନିଆଁ ଲାଗିବା ଘଟଣାର ପୁନରାବୃତି ରୋକିବା ପାଇଁ ଏମ୍‌ପାୱାର୍ଡ କମିଟି
ଗଠନ କରିବାକୁ ପ୍ରସ୍ତାବ
 ବିଷୟର ଗମ୍ଭିରତାକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏକ ଉଚ୍ଚସ୍ତରୀୟ
ବିଶେଷଜ୍ଞ କମିଟି ପଠାଇବା ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ
ଡାଭଡେକର ପ୍ରତିଶ୍ରୁତି ଦେଇଛନ୍ତି
 ଭବିଷ୍ୟତରେ ଏଭଳି ସ୍ଥିତି ନଉପୁଜିବା ପାଇଁ ପଦକ୍ଷେପ ନିଆଯାଉ
 କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ ହେଉ
 ଜଙ୍ଗଲ ନିଆଁ ଲିଭାଇବା, କ୍ଷୟକ୍ଷତିର ଆକଳନ ଓ ଜଙ୍ଗଲ ଉପରେ ନିର୍ଭର ଥିବା ସମୁଦାୟଙ୍କ ପାଇଁ
ଆବଶ୍ୟକ ପଦକ୍ଷେପ ନେବା ପାଇଁ ବୈଠକ ହେଉ
ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଜି ରାଜ୍ୟ ବିଜେପି
ସାଂସଦର ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀଠାରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ
ଜାଭଡେକରଙ୍କୁ ଭେଟି ଶିମିଳିପାଳ ଜାତୀୟ ଅଭୟାରଣ୍ୟ ସମେତ ଓଡ଼ିଶାର ବିଭିନ୍ନ ପରିବେଶ ସମ୍ବେଦନଶୀଳ ଜଙ୍ଗଲ
ଗୁଡ଼ିକରେ ନିଆଁକୁ ଆୟତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଏବଂ ଆଗକୁ ଏଭଳି ପରିସ୍ଥିତିକୁ କିପରି ଏଡାଇ
ଦିଆଯାଇପାରିବ ସେ ଦିଗରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ମିଳିତ ଭାବରେ ଦୀର୍ଘକାଳୀନ ଯୋଜନା
ପ୍ରସ୍ତୁତ କରିବା ଓ ଏ ନେଇ ଏକ ଏମପାୱାର୍ଡ କମିଟି ଗଠନ ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।
ସେହିପରି ଓଡିଶାରେ ଜଙ୍ଗଲ ନିଆଁକୁ ଲିଭାଇବା, ଜଙ୍ଗଲ ଜମି, ଫ୍ଲୋରା ଏବଂ ଫୋନୀର କ୍ଷୟକ୍ଷତିର ଆକଳନ
କରିବା ତଥା ଜଙ୍ଗଲ ଉପରେ ନିଜର ଜୀବନ ଜୀବିକା ପାଇଁ ନିର୍ଭର କରୁଥିବା ସମୁଦାୟଙ୍କ ପାଇଁ ଆବଶ୍ୟକ ପଦକ୍ଷେପ
ନେବାକୁ ବିଭାଗୀୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ସହ ବୈଠକ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ
କରିବାକୁ ବିଜେପିର ସାଂସଦମାନେ ଶ୍ରୀ ଜାଭଡେକରଙ୍କୁ ଅନୁରୋଧ କରିଛନ୍ତି । ଏହା ବ୍ୟତିତ ଓଡ଼ିଶାରେ ଜଙ୍ଗଲରେ ନିଆଁ
ଲାଗିବା ଘଟଣାର ପୁନରାବୃତିକୁ ରୋକିବା ଏବଂ ଏହାର ମୁକାବିଲା କରିବା ଦିଗରେ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବା
ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଜଙ୍ଗଲ ବିଭାଗର ପ୍ରତିନିଧି, ପରିବେଶବିତ, ଜଙ୍ଗଲ ସୁରକ୍ଷା ଦେଉଥିବା ଲୋକମାନଙ୍କୁ
ନେଇ ଏକ ଏମ୍‌ପାୱାର୍ଡ କମିଟି ଗଠନ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।
ବିଷୟର ଗମ୍ଭିରତାକୁ ଆଖିରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି
ପଠାଇବା ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରତିଶ୍ରୁତି ଦେଇଛନ୍ତି ।
ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ତଥା କରଞ୍ଜିଆ ଡ଼ିଭିଜନ୍‌, ନୀଳଗିରିର
କୁଳଡିହା ଅଭୟାରଣ୍ୟ, ବୌଦ୍ଧ ବନଖଣ୍ଡ, ଅନୁଗୁଳ ଜିଲ୍ଲାର ମାଲ୍ୟାଗିରି, ଭୁବନେଶ୍ୱରର ଖଣ୍ଡଗିରି ପାହାଡ଼, ସୁନାବେଡା ଏବଂ
ଏହାର ଆଖପାଖ ଅଂଚଳରେ ଜଙ୍ଗଲ ନିଆଁ ବ୍ୟାପିଛିା ସେହିପରି ଠାକୁରମୁଣ୍ଡା, କେନ୍ଦୁମୁଣ୍ଡି, ନାଓନା, ଗୁଡ଼ଗୁଡିଆ,
ବରେହିପାଣି, ଦୁଧିଆଣି ଏବଂ ସାତକୋଶିଆ ଜଙ୍ଗଲରେ ନିଆଁ ବ୍ୟାପିଥିବା ଭାରତର ଜଙ୍ଗଲ ସର୍ବେକ୍ଷଣ
ବିଭାଗ(ଏଫଏସଆଇ) ଏବଂ ନାସାର ଫୟାର ଇନଫରମେସନ୍ ଫର୍ ରିସୋର୍ସ ମ୍ୟାନେଜମେଂଟ୍ ସିଷ୍ଟମ ପକ୍ଷରୁ ସୂଚନା
ଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଗତ ଫେବୃୟାରୀ ୨୮ ରୁ ୧୯ ହଜାର ୨୩୩ ଅଗ୍ନିକାଣ୍ଡ ସ୍ଥାନ ଚିହ୍ନଟ
କରାଯାଇଛି ଏବଂ ଗତବର୍ଷ ନଭେମ୍ବର ୨୦ ରୁ ୨୩ ହଜାର ୮୫୯ଟି ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି, ଯାହା
ଭାରତବର୍ଷରେ ସର୍ବାଧିକ । ଭାରତର ଜଙ୍ଗଲ ସର୍ବେକ୍ଷଣର ଅଗ୍ନି ନିରାପତା ବ୍ୟବସ୍ଥା ଅନୁସାରେ ଚଳିତ ମାର୍ଚ୍ଚ ୭ ରୁ ୮
ମଧ୍ୟରେ ଅର୍ଥାତ୍ ଗୋଟିଏ ଦିନର ବ୍ୟବଧାନରେ ୭ ହଜାର ନୂଆ ଅଗ୍ନିକାଣ୍ଡ ସ୍ଥାନ ଦେଖାଯାଇଛି ।
ଦେଶରେ ଗ୍ରୀଷ୍ମ ପ୍ରବାହ ହେବା ପୂର୍ବରୁ ଓଡିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରୀ ରହିଛି ଏବଂ ତାପମାତ୍ରା ୪୦ ଡିଗ୍ରୀ
ସେଲସିୟସରେ ପହଁଚୁଛି । ରାଜ୍ୟ ପ୍ରଶାସନ ଏବଂ ଜନଜାତି ସମୁଦାୟ ମଧ୍ୟରେ ବିଶ୍ୱାସର ଅଭାବ ଯୋଗୁଁ ଏଭଳି ପରିସ୍ଥିତି
ବିଗାଡ଼ିବାରେ ଲାଗିଛି ।
ଓଡ଼ିଶାରେ ୫ ହଜାର ୬୧୯ ବର୍ଗ କିମି ଜଙ୍ଗଲ ପରିସରଭୃକ୍ତ ଥିବାବେଳେ ଏଥିମଧ୍ୟରୁ ୨.୮୨ ପ୍ରତିଶତକୁ ‘ଉଚ୍ଚ
ଅଗ୍ନିପ୍ରବଣ ଅଂଚଳ’ରେ ବିଭକ୍ତ କରାଯାଇଛି । ସେହିପରି ୭.୭୩ ପ୍ରତିଶତକୁ ‘ସର୍ବାଧିକ ଅଗ୍ନିପ୍ରବଣ ଅଂଚଳ’,୧୩.୩୨
ପ୍ରତିଶତକୁ ‘ଅଧିକ ଅଗ୍ନିପ୍ରବଣ ଅଂଚଳ’, ୧୯.୯୬ ପ୍ରତିଶତ ଜଙ୍ଗଲକୁ ‘ମଧ୍ୟମ ଅଗ୍ନିପ୍ରବଣ ଅଂଚଳ’ ଭାବରେ ବିଭକ୍ତ
କରାଯାଇଛି । ଚିହ୍ନଟ କରାଯାଇଥିବା ଅଗ୍ନିପ୍ରବଣ ଅଂଚଳ ମଧ୍ୟରେ ୫ ହଜାର ୫୬୯ ବର୍ଗ କିମି ପରିବ୍ୟାପ୍ତ ଭାରତର ସପ୍ତମ
ସର୍ବବୃହତ ଜାତୀୟ ଉଦ୍ୟାନ ଶିମିଳିପାଳ ଏଥିରେ ଅନ୍ତର୍ଭୃକ୍ତ । ଏହି ଉଦ୍ୟାନରେ ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର
ସରୀସୃପ, ୩୭ ପ୍ରଜାତିର ମାଛ ଏବଂ ବିଲୁପ୍ତ ପ୍ରାୟ ମହାବଳ ବାଘ, ହାତୀ, ଗୟଳ, ଚାଉସିଂଘା ଭଳି ୫୫ ପ୍ରଜାତିର ପଶୁ
ବିତରଣ କରିଥାନ୍ତି । ଜଙ୍ଗଲ ନିଆଁ କେବଳ ଫ୍ଲୋରା ଫୋନାକୁ ସବୁବେଳେ କ୍ଷତି ପହଁଚାଏ ନାହିଁ ବରଂ ଏହା ଉପରେ ନିର୍ଭର
କରୁଥିବା କିମ୍ବା ପାର୍ଶ୍ୱବର୍ତୀ ଅଂଚଳରେ ବସବାସ କରୁଥିବା ଜନଜାତି ତଥା ଚଷାଚାଷୀ ସମ୍ପ୍ରଦାୟର ଲୋକଙ୍କ ଜୀବନଜୀବିକାକୁ
ମଧ୍ୟ ଉଜାଡ଼ିଦିଏ । ତେଣୁ ଏହା ଉପରେ ଦୃଷ୍ଟି ଦେବା ସହ ତରୁନ୍ତ ପଦକ୍ଷେପ ନେବା ତଥା ଆଗାମୀ ଦିନରେ ଏଭଳି ପରିସ୍ଥିତି
ନଉପୁଜିବା ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକରଙ୍କୁ ବିଜେପି ସାଂସଦମାନେ ଦାବୀ ଜଣାଇଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ,
କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ମୟୂରଭଞ୍ଜ ଲୋକସଭା ସାଂସଦ
ବିଶେଶ୍ୱର ଟୁଡୁ, ବଲାଙ୍ଗୀରର ଲୋକସଭା ସାଂସଦ ସଙ୍ଗୀତା ସିଂହଦଓ, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେଓ, ଭୁବନେଶ୍ୱର
ସାସଂଦ ଅପରାଜିତା ଷଡଙ୍ଗୀ, ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରି କେନ୍ଦ୍ର ଜଙ୍ଗଲ, ପରିବେଶ ମନ୍ତ୍ରୀଙ୍କୁ ଭେଟି ଦାବୀ
ପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking