28.1 C
Bhubaneswar
Saturday, April 27, 2024
Homeଓଡିଶାରଥଯାତ୍ରା ପୂର୍ବରୁ ଶେଷ ହେବ ଶ୍ରୀସେତୁର ଗୋଟିଏ ରାସ୍ତା

ରଥଯାତ୍ରା ପୂର୍ବରୁ ଶେଷ ହେବ ଶ୍ରୀସେତୁର ଗୋଟିଏ ରାସ୍ତା

ପୁରୀ : ରଥଯାତ୍ରା ପୂର୍ବରୁ ଶ୍ରୀସେତୁର ଗୋଟିଏ ରାସ୍ତା ଖୋଲିବା ପାଇଁ ଜୋର୍ସୋର୍ରେ ଲାଗିପଡିଛି ପ୍ରଶାସନ । ବାଟଗାଁ ଛକରୁ ମଙ୍ଗଳାଘାଟ ବାଇପାସରେ ଚାରିଚକିଆ ଯାନ ଜଗନ୍ନାଥ ବଲ୍ଲଭ ପରିସରକୁ ଯାଇପାରିବ କିନ୍ତୁ ଶ୍ରୀସେତୁ ବା ଟ୍ରମ୍ଫେଠ ବ୍ରିଜ ରଥଯାତ୍ରା ପୂର୍ବରୁ ଶେଷ ହୋଇପାରିବ ନାହିଁ । ମାଳତୀପାଟପୁର ବାଇପାସ ଠାରୁ ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ସଂଯୋଗୀକରଣ କରୁଥିବା ଏହି ସେତୁର ମଙ୍ଗଳାଘାଟ ବାଇପାସରେ ଥିବା ବ୍ରିଜର ନିର୍ମାଣ ଶେଷ ହୋଇପାରି ନାହିଁ ଏବଂ ନରେନ୍ଦ୍ର ପୁଷ୍କରଣୀ ମାଟିତୋଟି ରାସ୍ତାରେ ମଧ୍ୟ ବ୍ରିଜ ଶେଷ ହୋଇନାହିଁ । ଫଳରେ ବିଳମ୍ବ ଘଟିବ କିନ୍ତୁ ବ୍ରହ୍ମଗିରି ପଟୁ ଏବଂ ଭୁବନେଶ୍ୱର ପଟୁ ଉଭୟ ରାସ୍ତା ଶେଷ ହୋଇ ଯାତାୟାତ ସୁଗମ ହୋଇପାରିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଥିଲେ ।

ପୁରୀକୁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ଅନେକ ଗୁଡ଼ିଏ ପ୍ରକଳ୍ପରୁ ଶ୍ରୀସେତୁ ଦୀର୍ଘ ଓ ସ୍ୱତନ୍ତ୍ର ପ୍ରକଳ । ଶ୍ରୀସେତୁ ପ୍ରକଳ୍ପ ପୁରୀକୁ ଭୁବନେଶ୍ୱର ଓ ବ୍ରହ୍ମଗିରି ପଟୁ ସୁଗମ ସଂଯୋଗର ପ୍ରମୁଖ ପ୍ରକଳ୍ପ ହୋଇଥିବା ବେଳେ ମାଳତୀପାଟପୁର ବାଇପାସ ରାସ୍ତାରୁ ଶ୍ରୀଜଗନ୍ନାଥ ବଲ୍ଳଭ ମଠ ପର୍ଯ୍ୟନ୍ତ ଏହା ସଂଯୋଗ କରିବ । ଏହି ସେତୁ ମୁଖ୍ୟତଃ ଟ୍ରମ୍ପେଡ଼ ବ୍ରିଜ ଆକାରର ହେବାକୁ ଥିବା ବେଳେ ଦ୍ରୁତ ଗତିରେ ନିର୍ମାଣ ଜାରି ରହିଛି । ୪୦ ଏକର ଜମି ଅଧିଗ୍ରହଣ କରାଯାଇଥିବା ବେଳେ ସେତୁ ନିର୍ମାଣ ପାଇଁ ପିଲାର ନିର୍ମାଣ ଜାରି ରହିଥିବା ଦେଖିବାକୁ ମିଳିଛି । ବାଟଗାଁ ଛକରୁ ମଙ୍ଗଳାଘାଟ ବାଇପାସରେ ଚାରିଚକିଆ ଯାନ ଜଗନ୍ନାଥ ବଲ୍ଲଭ ପରିସରକୁ ଯାଇପାରିବା ପାଇଁ ଗୋଟିଏ ରାସ୍ତା କରାଯାଉଛି କିନ୍ତୁ ଶ୍ରୀସେତୁ ବା ଟ୍ରମ୍ଫେଟ ବ୍ରିଜ ରଥଯାତ୍ରା ପୂର୍ବରୁ ଶେଷ ହୋଇପାରିବ ନାହିଁ ।

ମାଳତୀପାଟପୁର ବାଇପାସ ଠାରୁ ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ସଂଯୋଗୀକରଣ କରୁଥିବା ଏହି ସେତୁର ମଙ୍ଗଳାଘାଟ ବାଇପାସରେ ଥିବା ବ୍ରିଜର ନିର୍ମାଣ ଶେଷ ହୋଇପାରି ନାହିଁ ଏବଂ ନରେନ୍ଦ୍ର ପୁଷ୍କରଣୀ ମାଟିତୋଟି ରାସ୍ତାରେ ମଧ୍ୟ ବ୍ରିଜ ଶେଷ ହୋଇନାହିଁ । ଫଳରେ ବିଳମ୍ବ ଘଟିବ କିନ୍ତୁ ବ୍ଳହ୍ମଗିରି ପଟୁ ଏବଂ ଭୁବନେଶ୍ୱର ପଟୁ ଗୋଟିଏ ରାସ୍ତା ଶେଷ ହୋଇ ଯାତାୟାତ ସୁଗମ ହୋଇପାରିବ । ପ୍ରାୟ ୧୬୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପ ଶେଷ ହେଲେ ପୁରୀକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କ ଗମନାଗମନ ନେଇ ସମସ୍ୟା ଦୂରୀଭୂତ ହେବ ବୋଲି ଆଶା କରାଯାଏ । ଯାହା ଫଳରେ ବାହାରୁ ଆସୁଥିବା ଗାଡି ଗୁଡିକ ସିଧାସଳଖ ଶ୍ରୀଜଗନ୍ନାଥ ବଲ୍ଳଭ ପାର୍କିଙ୍ଗକୁ ପହଞ୍ଚିବା ସହ ସେଠାରୁ ବିନା ଟ୍ରାଫିକ ସମସ୍ୟାରେ ପ୍ରତ୍ୟାବର୍ତ୍ତନ କରିପାରିବା ନେଇ ସୁବିଧା ହୋଇ ପାରିବ । ସେଥି ପାଇଁ ଗୋଟିଏ ବ୍ରିଜ ମଙ୍ଗଳାଘାଟ ବାଇପାସରେ କରାଯାଉଛି । ଆଉ ଗୋଟିଏ ବ୍ରିଜ ମାଟିତୋଟା ରାସ୍ତା ନରେନ୍ଦ୍ର ପୁଷ୍କରଣୀ ରାସ୍ତାରେ କରାଯାଉଛି ଯାହା ଶେଷ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking