28.1 C
Bhubaneswar
Saturday, April 27, 2024
Homeଅପରାଧ୩ ମୋ ବସ୍ ଲୁଟେରା ଗିରଫ

୩ ମୋ ବସ୍ ଲୁଟେରା ଗିରଫ

ଭୁବନେଶ୍ୱର: ଚୋରି ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା କେଶରପୁର ଗହ୍ମାଣ୍ଡିଆ ଅଞ୍ଚଳର ଶେମ୍ ମୁନ୍ନା, ବାସୁ ଖାନ୍ ଏବଂ ମଞ୍ଚେଶ୍ୱର ଥାନା ଗାଡ଼କଣ ଅଞ୍ଚଳର ବିମ୍ବାଧର ବାରିକ । ଅଭିଯୁକ୍ତ ମାନେ ଅଭ୍ୟାସଗତ ଅପରାଧୀ ଅଟନ୍ତି । ସେଥିମଧ୍ୟରୁ ଅଭିଯୁକ୍ତ ଶେଖ ମୁନ୍ନାଙ୍କ ନାମରେ ନାୟାପଲ୍ଲୀ ଥାନାରେ ୪ଟି ଚୋରୀ ମାମଲା ରହିଥିବା ବେଳେ ଅଭିଯୁକ୍ତ ବାସୁ ଖାନଙ୍କ ନାମରେ ୩ଟି ଓ ବିମ୍ବାଧର ବାରିକଙ୍କ ନମରେ ମଧ୍ୟ ୩ଟି ଚୋରୀ ମାମଲା ରହିଛି । ଅଭିଯୁକ୍ତ ମାନେ ଅଭ୍ୟାସଗତ ଭାବେ ଅପରାଧରେ ଲିପ୍ତ ରହୁଥିବାରୁ ସେମାନଙ୍କ ବିରୋଧରେ ସିଆରପିସି-୧୧୦ ଧରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ଯେ, ଘଟଣା ଦିନ ଅଭିଯୋଗକାରିଣୀ ଅବଂ ତାଙ୍କ ପୁଅ କଲ୍ୟାଣୀ ମାର୍କେଟ ଛକରୁ ମୋବସ ଯୋଗେ ସିଆରପି ଛକକୁ ଯାଉଥିବା ବେଳେ, କୌଣସି ଅଭିଯୁକ୍ତ ତାଙ୍କ ଭ୍ୟାନିଟି ବ୍ୟାଗରୁ ୧୦,୦୦୦ଟଙ୍କା ଚୋରୀକରି ନେଇଯାଇଥିଲେ ।

ଅଭିଯୋଗକାରିଣୀଙ୍କ ଅଭିଯୋଗକୁ ଭିତ୍ତି କରି ନୟାପଲ୍ଲୀ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ତଦନ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଜୟଦେବବିହାର ଛକରେ କିଛି ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲା ବେଳେ ନୟାପଲ୍ଲୀ ଥାନା ପୁଲିସକୁ ଖବର ମିଳିଥିଲା । ପୁଲିସ ଘଟଣା ସ୍ଥଳରେ ଚଢଉ କରିବା ସହିତ ୩ଜଣ ଅଭିଯୁକ୍ତଙ୍କୁ ସେଠାରୁ କାବୁ କରି ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ନିଜ ଦୋଷ ସ୍ୱୀକାର କରିବା ସହିତ ନିୟମିତ ଭାବେ ମୋବସର ଯାତ୍ରୀ ମାନଙ୍କ ନିକଟରୁ ପର୍ସ, ଟଙ୍କା, ସୁନା ଗହଣା, ମୋବାଇଲ ଆଦି ଚୋରୀ କରିସାରି ଗାଡକଣ ଠାରେ ଥିବା ବିମ୍ବାଧର ବାରିକଙ୍କ ଘରେ ପରସ୍ପର ମଧ୍ୟରେ ବାଣ୍ଟି ନେଉଥିବା କଥା ମଧ୍ୟ ସ୍ୱୀକାର କରିଥିଲେ । ଛାନଭିନ କରି ପୁଲିସ ଅଭିଯୁକ୍ତ ମାନଙ୍କ ନିକଟରୁ ଅଭିଯୋଗକାରିଣୀଙ୍କ ପର୍ସ ସମେତ ଅନ୍ୟଜଣେ ମହିଳାଙ୍କ ପର୍ସ, ଦୁଇଟି ଆଧାର କାର୍ଡ ଏବଂ ୭୦୦୦ ଟଙ୍କା ଜବତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking