28.1 C
Bhubaneswar
Saturday, May 11, 2024
Homeଓଡିଶାଭିକାରୀ ମୁକ୍ତ ହେବ ରାଜଧାନୀ

ଭିକାରୀ ମୁକ୍ତ ହେବ ରାଜଧାନୀ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଆଉ ବୁଲିବେନି ଭିକାରୀ । ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି ବିଭିନ୍ନ ପଦକ୍ଷେପ ନେବାକୁ ଯାଉଛି। ଯେଉଁ ଭିକାରି ନିରାଶ୍ରୟ ସେମାନଙ୍କୁ ବିଗର ରିହାବିଟେସନ ସେଣ୍ଟରରେ ରଖିବ ବିଏମସି । ଭିକାରି ମାନଙ୍କୁ ରଖିବା ପାଇଁ ବିଏମସି ପାଖରେ ଜାଗାର ଅଭାବ ନାହିଁ ବୋଲି ବିଏମସି କମିଶନର କହିଛନ୍ତି। ସବୁ ବ୍ୟବସ୍ଥା ରହିଛି । ମନ୍ଦିର, ଷ୍ଟେସନ, ବସଷ୍ଟାଣ୍ଡରୁ ଉଦ୍ଧାର କରି ରିହାବିଟେସନ ସେଣ୍ଟରରେ ରଖିବ ବିଏମସି । ଏ ନେଇ ୩ ଟା ଟିମ ଗଠନ ହୋଇଛି। ପୁଲିସ, ଏନଜିଓ ଓ ବିଏମସି ଟିମ ମିଳିତ ଭାବେ ଭିକାରି ଉଦ୍ଧାର କାର୍ଯ୍ୟରେ ଲାଗିବେ।

ବିଆରସି ସେଣ୍ଟରରେ ଭିକାରୀଙ୍କ ଚିକିତ୍ସା, ଖାଦ୍ୟ ପେୟ ଓ ରହିବା ବ୍ୟବସ୍ଥା ରହିଛି। ଯେଉଁ ମାନଙ୍କ ଘର ପରିଚୟ ସଠିକ ମିଳିବ ତାଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିବ ବିଏମସି । ଶୀତ ଦିନରେ ବାହାରେ ଆଶ୍ରୟ ଲୋକଙ୍କୁ ମଧ୍ୟ ଉଠାଇବ ବିଏମସି । ବାହାର ରାଜ୍ୟରୁ ମଧ୍ୟ ଭିକାରୀ ଆସି ବସଷ୍ଟାଣ୍ଡ ଓ ଟ୍ରାଫିକରେ ପେନ, ବେଲୁନ ଆଦି ଖେଳନା ବିକିବା ଆଳରେ ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ ମଧ୍ୟ ବିଏମସି ଉଠାଇବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking