28.1 C
Bhubaneswar
Saturday, April 27, 2024
Homeଅପରାଧବର୍ବର କାଣ୍ଡ: ଦେଢ଼ ମାସର ଶିଶୁକୁ ପିଟିପିଟି ହତ୍ୟା କଲା ବାପା

ବର୍ବର କାଣ୍ଡ: ଦେଢ଼ ମାସର ଶିଶୁକୁ ପିଟିପିଟି ହତ୍ୟା କଲା ବାପା

ନୂଆଦିଲ୍ଲୀ: ନିଦ ଖରାପ୍ ହେବାରୁ ଦେଢ଼ ମାସର ନିଷ୍ପାପ ଶିଶୁକୁ ପିଟିପିଟି ହତ୍ୟା କରିଦେଲା ବାପା । ଏଭଳି ଏକ ବର୍ବର କାଣ୍ଡ ଘଟିଛି ଦିଲ୍ଲୀ ନିକଟସ୍ଥ ହରିୟାଣାର ପୁରୁଣା ଫରିଦାବାଦ୍ ରେ । ଶିଶୁଟିର ମାଆ ଏହି ଅଭିଯୋଗ ଆଣିଛନ୍ତି । ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି । ଅଭିଯୁକ୍ତ ବର୍ତ୍ତମାନ ସମୟରେ ଫେରାର୍ ଅଛନ୍ତି । ପୋଲିସ ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରିବ ବୋଲି କହିଛି । ଶିଶୁଟି ଜନ୍ମ ହେବା ପରେ ଠିକ୍ ରେ ଦୁନିଆ କ’ଣ ଜାଣିବା ଆଗରୁ ତାର ଜୀବନ ଚାଲିଯାଇଛି। ତାର ନୃସଂଶ ପିତା ତାର ହତ୍ୟା କରିଦେଇଛି । ଏହି ଅଭିଯୋଗ ଶିଶୁଟିର ମା’ କରିଥିବା ବେଳେ ଦୁଇ ମାସ ତଳେ ସେମାନଙ୍କର ଦୁଇଟି ଜାଆଁଳା ସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି । ମହିଳା ଜଣକ କହିଛନ୍ତି ଯେ, ସେ ତାଙ୍କର ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ନିକଟସ୍ଥ କଲୋନୀକୁ ଯାଇଥିଲେ । ଏହି ସମୟରେ ଗୋଟିଏ ପୁଅକୁ ତାଙ୍କର ସ୍ୱାମୀ ଅଟକାଇ ଦେଇଥିଲେ ।

ତେବେ ସେ ଯେତେବେଳେ ଯାଇ ତାଙ୍କର ଭାଇଙ୍କ ଘରେ ପହଞ୍ଚିଥିଲେ, ସେହି ସମୟରେ ତାଙ୍କୁ ଶୀଘ୍ର ଘରକୁ ଫେରି ଆସିବାକୁ ତାଙ୍କର ସ୍ୱାମୀ ଫୋନ୍ ରେ କହିଥିଲେ । ମହିଳା ଘରକୁ ଫେରି ଦେଖିଲେ ଯେ, ଶିଶୁଟିର ମୃତ୍ୟୁ ହୋଇସାରିଛି । ପଡୋଶି କହିଛନ୍ତି ଯେ, ଶିଶୁଟି କାନ୍ଦୁଥିଲା । କିଛି ସମୟପରେ ତାର ପାଟି ନଶୁଭିବାରୁ ସେମାନେ ଯାଇ ଦେଖିଲେ ତ ତାର ମୁଁ ଏବଂ ନାକରୁ ରକ୍ତ ବାହାରୁଥିଲା । ଏହି ସମୟରେ ତାର ପିତା ସୁଯୋଗ ଦେଖି ଘଟଣା ସ୍ଥଳରୁ ଦୌଡ଼ି ଚାଲି ଯାଇଥିଲା । ହତ୍ୟା ଅଭିଯୁକ୍ତ ସୁନ୍ଦର ରାତିରେ ଗାଡ଼ିର ଯାଞ୍ଚ କାମ କରନ୍ତି ଏବଂ ଦିନରେ ଶୁଅନ୍ତି । ଶୋଇବା ସମୟରେ ଯେତେବେଳେ ଶିଶୁଟି କାନ୍ଦିଥିଲା ଏହି ସମୟରେ ନିଦ ଖରାପ ହେବାରୁ ସୁନ୍ଦର ରାଗିଯାଇ ଶିଶୁଟିକୁ ପିଟିପିଟି ହତ୍ୟା କରି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking