31.1 C
Bhubaneswar
Tuesday, May 7, 2024
Homeଓଡିଶାଦୀପିକାଙ୍କ ଧାରଣାସ୍ଥଳରେ ପାଟିତୁଣ୍ଡ ଘଟଣା : ଉଭୟ ପକ୍ଷରୁ ଥାନାରେ ୩ ମାମଲା ରୁଜୁ

ଦୀପିକାଙ୍କ ଧାରଣାସ୍ଥଳରେ ପାଟିତୁଣ୍ଡ ଘଟଣା : ଉଭୟ ପକ୍ଷରୁ ଥାନାରେ ୩ ମାମଲା ରୁଜୁ

ବ୍ରହ୍ମପୁର: ଗାନ୍ଧୀନଗରର କେ ଦୀପିକା ସ୍ତ୍ରୀର ମାନ୍ୟତା ସହ ପୁଅର ପରିଚୟ ଦାବି ନେଇ ଦେଶୀ ବେହେରା ସାହିରେ ଧାରଣାରେ ବସିରହିଛନ୍ତି । ତାଙ୍କୁ ସହଯୋଗ କରିବା ନିମନ୍ତେ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାସ୍ଥଳରେ ରହି ତାଙ୍କୁ ସହଯୋଗ କରୁଛନ୍ତି । ଗତକାଲି ଏହି ଘଟଣାକୁ କେନ୍ଦ୍ରକରି ଦୀନେଶଙ୍କ ପରିବାର ଓ ଦେଶୀବେହେରା ସାହିର କିଛି ବାସିନ୍ଦାଙ୍କ ସହ କେ. ଦୀପିକା ଓ ସମାସସେବୀ ପ୍ରମିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣା ନେଇ ଆଜି ବଡ଼ବଜାର ଥାନାରେ ୩ଟି ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି । ଦୀପିକାଙ୍କ ଅନୁରୋଧକ୍ରମେ ସମାଜସେବୀ ପ୍ରମିଳା ତ୍ରିପାଠୀ ଧାରାଣାସ୍ଥଳକୁ ଯାଇ ତାଙ୍କୁ ସହଯୋଗ କରିଥିଲେ । ସେ ଗତକାଲି ଦୀନେଶଙ୍କ ଘର ଆଗରେ ଧାରଣାରେ ବସିଥିବାବେଳେ ଦୀନେଶଙ୍କ ମା’ ଓ ବାପା ଏବଂ ତାଙ୍କ ମାମୁ ବାପୁଜୀ ରାଓ ମାଡ଼ ମାରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ।

ଏହା ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସେହିପରି ତାଙ୍କ ଭଉଣୀ ଘରକୁ ଯିବାକୁ ରାସ୍ତା ଛାଡ଼ୁ ନଥିବା ବେଳେ ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ଦୀପିକା ତାଙ୍କୁ ଗାଳିଗୁଳଜ କରିବା ସହ ତାଙ୍କୁ ଜୀବନରୁ ମାରିଦେବା ନିମନ୍ତେ ଧମକ ଦେଇଥିବା ଦୀନେଶଙ୍କ ମାମୁ ବାପୁଜୀ ରାଓ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ନ୍ୟାୟ ପାଇଁ ଦୀନେଶଙ୍କ ଘର ଆଗରେ ଧାରଣାରେ ବସିଥିବାବେଳେ ଦୀନେଶଙ୍କ ମା’, ବାପା, ମାମୁ ଓ କିଛି ସାହିବାସିନ୍ଦା ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ତାଙ୍କ ମାଡ଼ କରିଥିଲେ ।

ଏହା ସହ ସେମାନେ ତାଙ୍କ ଛତା ଓ ପାଲ ଚିରି ଦେଇଥିବା ନେଇ ଦୀପିକା ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ୩ଟି ଅଭିଯୋଗ ପାଇବା ପରେ ପୁଲିସ ପୃଥକ୍ ଭାବେ ୩ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ପୁଲିସ କହିଛି । ସୂଚନାଯୋଗ୍ୟ ଯେ ଦୀନେଶ ତାଙ୍କୁ ବିବାହ କରିବାକୁ କହି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ମାତ୍ର ପରେ ବିବାହ କରିନଥିଲେ । ଏନେଇ ଦୀପିକା ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଦିନେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏଥି ମଧ୍ୟରେ ଦୀପିକାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । କିନ୍ତୁ ଦୀନେଶ ଅନ୍ୟତ୍ର ବିବାହ କରୁଥିବା ଶୁଣି ଦୀପିକା ଆସି ତାଙ୍କ ଘର ଆଗରେ ଦୀର୍ଘ ୧୧ ଦିନ ହେବ ଧାରଣା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking