29.1 C
Bhubaneswar
Sunday, May 19, 2024
Homeଅପରାଧଟଙ୍କା ଲୋଭ ଦେଖାଇ ଯୁବତୀଙ୍କୁ ଅପହରଣ

ଟଙ୍କା ଲୋଭ ଦେଖାଇ ଯୁବତୀଙ୍କୁ ଅପହରଣ

ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ନାଗପଡ଼ା ଗ୍ରାମ ପଞ୍ଚାୟତ ହେଉଛି ଏକ ଆଦିବାସୀ ବହୁଳ ଅଞ୍ଚଳ । ଏଠାରେ ମୁଖ୍ୟତଃ ଧାନଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି କ୍ରୟ ବିକ୍ରୟ ପୂର୍ବକ ଜୀବନ ଜୀବିକା ନିର୍ବାହ କରିଥାନ୍ତି । ଯେତେବେଳେ ଖାଦ୍ୟ ନିଅଣ୍ଟ ହୁଏ ମୋଟା ଅଙ୍କର ପଇସା ଲୋଭରେ ବଶବର୍ତ୍ତୀ ହୋଇ ପ୍ରବାସୀ ଶ୍ରମିକ ଭାବରେ ଚାଲାଣ ହୋଇଥାନ୍ତି । ହେଲେ ଏଭଳି ଏକ ଦୁଃଖଦ ଘଟଣା ଉପାନ୍ତ ନାଗପଡା ଗ୍ରାମରୁ ଆସିଛି । ବୋଡ଼େନ ବ୍ଲକ୍ ଉପାନ୍ତ ନାଗପଡା ପଞ୍ଚାୟତର ଆଠ ଜଣ ଯୁବତୀଙ୍କୁ ସୁନାବେଡ଼ା ଗ୍ରାମର ଶ୍ରମିକ ଦଲାଲ ଜୟପାଲ ପୁଝାରୀ ଗତମାସ ୨୯ ତାରିଖରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ନାଗପଡା ଗ୍ରାମର ମଧ୍ୟସ୍ଥି ଶ୍ରମିକ ଦଲାଲଙ୍କ ସାହାଯ୍ୟରେ ଆନ୍ଧ୍ରପ୍ରଦେଶର ତ୍ରିପୁରା ସହରର ଏକ କମ୍ପାନୀରେ କାମ ଯୋଗାଇ ଦେବା ପାଇଁ ଲୋଭ ଦେଖାଇ ନେଇଯାଇଛି। ସଂପୃକ୍ତ ଯୁବତୀଙ୍କର ପରିବାର ସହିତ ଦୀର୍ଘ ୧୪ ଦିନ ହେବ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ସେମାନେ କେଉଁଠି କେମିତି ଅଛନ୍ତି ଏହି ଚିନ୍ତାରେ ପରିବାରରେ କାନ୍ଦ ବୋବାଳି ସହ ଘରେ ଚୁଲି ମଧ୍ୟ ଜଳୁନାହିଁ । ସୂଚନାଯୋଗ୍ୟ ଯେ, ଆଠ ଜଣଙ୍କ ମଧ୍ୟରୁ ତିନି ଜଣ ଫେରୁଥିବାର ଜଣାପଡ଼ିଛି, ହେଲେ ଏଯାଏ ସେମାନେ ଘରକୁ ପହଞ୍ଚି ନାହାନ୍ତି । ଆଉ ପାଞ୍ଚ ଜଣଙ୍କର ମଧ୍ୟରୁ ଦୁଇ ଜଣଙ୍କୁ କୌଣସି ଘରୋଇ କମ୍ପାନୀରେ ଲଗେଇ ଦେଇଥିବା ବେଳେ ଆଉ ତିନି ଜଣ ନାବାଳିକାଙ୍କ ପତ୍ତା ମିଳିନାହିଁ ।

ଏ ସମ୍ପର୍କରେ ସଂପୃକ୍ତ ଶ୍ରମିକ ଦଲାଲକୁ ଯୋଗାଯୋଗ କଲେ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ଦେଇପାରୁନାହାନ୍ତି । ଫଳରେ ବାଧ୍ୟ ହୋଇ ବୋଡ଼େନ ଥାନାରେ ଏକ ଅପହରଣ ମାମଲାରେ କେସ୍ ଦାୟର ହୋଇଛି ବୋଲି ପରିବାର ବର୍ଗ ସୂଚନା ଦେଇଛନ୍ତି । ଦିନକୁଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ବୋଡ଼େନ ଥାନାଧିକାରୀ କୌଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି । ଏଭଳି କେତେଦିନ ସଂପୃକ୍ତ ଅଧିକାରୀ ହାତବାନ୍ଧି ରଖିଥିବେ । ଏହା ଜନସାଧାରଣରେ ଅସନ୍ତୋଷର ବାତାବରଣ ସୃଷ୍ଟି କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking