34.1 C
Bhubaneswar
Thursday, April 25, 2024
Homeଓଡିଶାନବଦମ୍ପତିଙ୍କୁ ଉପହାର ଦେବ ଏନ୍‌ଆର୍‌ଏଚ୍‌ଏମ୍‌

ନବଦମ୍ପତିଙ୍କୁ ଉପହାର ଦେବ ଏନ୍‌ଆର୍‌ଏଚ୍‌ଏମ୍‌

ଭୁବନେଶ୍ୱର: ରାଜ୍ୟରେ ନବଦମ୍ପତିଙ୍କୁ ବିବାହ ଉପହାର ପ୍ରଦାନ କରାଯିବ । ସ୍ୱାସ୍ଥ୍ୟ ବିଭାଗର ଏନ୍‌ଆର୍‌ଏଚ୍‌ଏମ୍ ଏହା ପ୍ରଦାନ କରିବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଏନ୍‌ଆର୍‌ଏଚ୍‌ଏମ୍ ନିର୍ଦ୍ଦେଶିକା ଶାଲିନି ପଣ୍ଡିତ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି, ନବଦମ୍ପତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ‘ବିବାହ ଉପହାର ଯୋଜନା’ ଆରମ୍ଭ କରାଯାଉଛି । ନବଦମ୍ପତିମାନେ ବିଳମ୍ବରେ ପ୍ରଥମ ସନ୍ତାନ ଓ ଦ୍ୱିତୀୟ ସନ୍ତାନ ଲାଗି ଅତିକମ୍‌ରେ ୩ ବର୍ଷର ବ୍ୟବଧାନ ରଖନ୍ତୁ ।

ଗିଫ୍ଟରେ କିଛି ପରିବାର କଲ୍ୟାଣ ପୁସ୍ତିକା, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ୍‌, ଓରାଲ୍ କଣ୍ଟ୍ରାସେପଟିକ ପିଲ୍‌ସ, ପ୍ରେଗନେନ୍ସି ଟେଷ୍ଟିଂ କିଟ୍‌, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲସ ଓ ବିବାହ ପଞ୍ଜୀକରଣ ଫର୍ମ ଇତ୍ୟାଦି ନବଦମ୍ପତିମାନଙ୍କୁ ପ୍ରଦାନ କରାଯିବ । ତେବେ ଏହି ଉପହାରରେ ଶଙ୍ଖା, ସିନ୍ଦୂର ଇତ୍ୟାଦିକୁ ବାଦ୍ ଦିଆଯାଇଛି । ଏହି ଯୋଜନା ଉଭୟ ସହର ଓ ଗ୍ରାମରେ କାର୍ଯ୍ୟକାରୀ ହେବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ନବଦମ୍ପତିଙ୍କୁ ବିବାହ ଉପହାର ଯୋଜନା ଆରମ୍ଭ ହେଉଛି । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଲାଗୁ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking