29.1 C
Bhubaneswar
Tuesday, May 7, 2024
Homeଅପରାଧତୁଚ୍ଛ ହେଲା ସଂପର୍କ: ପରିବାରର ୪ ସଦସ୍ୟଙ୍କୁ ହତ୍ୟା କଲା ସାନବୋହୂ

ତୁଚ୍ଛ ହେଲା ସଂପର୍କ: ପରିବାରର ୪ ସଦସ୍ୟଙ୍କୁ ହତ୍ୟା କଲା ସାନବୋହୂ

କୋଲକାତା : ତୁଚ୍ଛ ହେଲା ସଂପର୍କ… ନିଜ ପରିବାରର ସଦସ୍ୟଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ସାନବୋହୂ । ପଶ୍ଚିମ ବଙ୍ଗ ହାୱଡ଼ାରେ ରାକ୍ଷୀ ପୂର୍ଣ୍ଣିମା ପୂଜାକୁ ନେଇ ଝଗଡ଼ାରେ ଜଣେ ମହିଳା ନିଜ ପରିବାରର ଚାରି ଜଣକୁ ହତ୍ୟା କରିଦେଲେ । ମହିଳା ପରିବାରର ସାନବୋହୂ, ସେ ଖଣ୍ଡାରେ ନିଜ ଶାଶୁ, ଦେଢ଼ସୂର ଓ ତାଙ୍କ ପତ୍ନୀ ଏବଂ ୧୨ ବର୍ଷର ଝିଅକୁ ହତ୍ୟା କରିଛନ୍ତି । ମହିଳାଙ୍କ ସ୍ୱାମୀ ଫେରାର ରହିଛନ୍ତି । ପୋଲିସ ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଜବତ କରିଛି । ସେପଟେ ମହିଳାଙ୍କୁ ଗିରଫ କରାଯାଇଛି । ମହିଳା ଚାରି ଜଣକୁ ହତ୍ୟା ନେଇ ସ୍ୱୀକାର କରିଛନ୍ତି । ପୋଲିସ ଅନୂଯାୟୀ ମହିଳା ପଲ୍ଲବୀ ଘୋଷ ନିଜ ସ୍ୱାମୀ ଏବଂ ଆଠ ବର୍ଷର ପୁଅ ସହ ଉପର ଫ୍ଲୋରରେ ରହୁଥିଲେ । ସେହିଭଳି ମହିଳାଙ୍କ ଶାଶୂ, ଦେଢ଼ସୂରଙ୍କ ଏବଂ ତାଙ୍କ ପରିବାର ତଳ ଫ୍ଲୋରରେ ରହୁଥିଲେ ।

ବୁଧବାର ରାତି ପ୍ରାୟ ୧୦:୩୦ ବେଳେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପୂଜା ଆୟୋଜନକୁ ନେଇ ଝଗଡ଼ା ହୋଇଥିଲା । ଏହାପରେ ଝଗଡ଼ା ଉଗ୍ର ରୂପ ନେଇଥିଲା । ଏହି ସମୟରେ ହଠାତ୍ ପଲ୍ଳବୀ ରାଗରେ ଖଣ୍ଡା ଆଣି ଶାଶୂଙ୍କ ଉପରକୁ ଆକ୍ରମଣ କରିଥିଲେ । ମହିଳାଙ୍କ ଚିକ୍ରାର ଶୁଣି ବଡ଼ ପୁଅ ଦେବାଶିଷ, ତାଙ୍କ ପତ୍ନୀ ଏବଂ ଝିଅ ଶାଶୁଙ୍କ ନିକଟକୁ ଆସିଥଲେ । ମହିଳା ସେମାନଙ୍କ ଉପରକୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲେ ଫଳରେ ଗଭୀର କ୍ଷତ ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ପୋଲିସ ସୂଚନା ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ଏବଂ ମହିଳାଙ୍କୁ ଗିରଫ କରିଥିଲା । ଗିରଫ ପରେ ମହିଳା କହିଥିଲେ ପରିବାରରେ ଅନେକ ସମୟରେ କିଛି କିଛି କଥାକୁ ନେଇ ଝଗଡ଼ା ହେଉଥିଲା । ଆଉ ସେଦିନ ତଳ ଫ୍ଲୋରରେ ପାଣି ଟ୍ୟାପ୍ ଖୋଲାଥିବାରୁ ଝଗଡ଼ା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking