43 C
Bhubaneswar
Tuesday, April 16, 2024
Homeଅପରାଧବୃଦ୍ଧାଙ୍କୁ ଦୁଷ୍କର୍ମ କରି ଚମ୍ପଟ ମାରିଲେ ଅଭିଯୁକ୍ତ

ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଚମ୍ପଟ ମାରିଲେ ଅଭିଯୁକ୍ତ

ପୁରୀ : ପୁରୀରେ ଘଟିଛି ଲଜ୍ୟାଜନକ ଘଟଣା । ବୁଧବାର ରାତିରେ ଜଣେ ୬୧ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଛି । ପୁରୀ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ସମଙ୍ଗରା ବାଲିପାଟଣା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପୀଡ଼ିତାଙ୍କ ପୁଅର ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିଛି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୨ସହଯୋଗୀ ଫେରାର ଅଛନ୍ତି । ତେଣୁ ସେମାନଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ମିଳିଥିବା ସୂଚନା ମୁତାବକ, ବୁଧବାର ରାତିରେ ବୃଦ୍ଧା ଜଣଙ୍କ ତାଙ୍କ ସାନପୁଅ ଘରର ତଳମହଲାରେ ଶୋଇଥିଲେ ।

ସାନପୁଅ ଅନୁପସ୍ଥିତ ଥିବାରୁ ଉପରମହଲାରେ ବୋହୂ ଏକାକି ଥିଲେ । ରାତି ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବୃଦ୍ଧାଙ୍କୁ ମାଉସୀ ମାଉସୀ କବାଟ ଖୋଲ କହି ଡାକିଥିଲା । ଏହାପରେ ଅତର୍କିତ ଭାବେ ତାଙ୍କ ମୁହଁରେ କପଡ଼ା ଦେଇ ଦୁଷ୍କର୍ମ କରିଥିଲା । ଚିତ୍କାର ଶୁଣି ସାନବୋହୂ ତଳମହଲାକୁ ଆସିଯାଇଥିଲେ । ଏହାପରେ ସମ୍ପୃକ୍ତ ଅଭିଯୁକ୍ତ ବାହାରେ ଛିଡ଼ା ହୋଇଥିବା ଦୁଇଜଣ ସହଯୋଗୀଙ୍କ ସହ ବାଇକ୍‌ରେ ଚମ୍ପଟ ମାରିଥିଲା । ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇଥିବା ପୀଡ଼ିତାଙ୍କ ପୁଅ କହିଛନ୍ତିି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking