28.1 C
Bhubaneswar
Saturday, May 11, 2024
HomeUncategorizedମହାରାଜା କଂସଙ୍କ ନଗର ଭ୍ରମଣ : ମଥୁରାନଗରୀକୁ ପୋଲିଓ ମୁକ୍ତ ପାଇଁ ଦାବି

ମହାରାଜା କଂସଙ୍କ ନଗର ଭ୍ରମଣ : ମଥୁରାନଗରୀକୁ ପୋଲିଓ ମୁକ୍ତ ପାଇଁ ଦାବି

ବରଗଡ଼ : ବରଗଡ଼ ଧନୁଯାତ୍ରର ଅନ୍ୟତମ ଆକର୍ଷଣ ହେଉଛି ମହାରାଜା କଂସଙ୍କ ନଗର ଭ୍ରମଣ ଓ ଦଣ୍ଡ ବିଧାନ । ମଥୁରା ନଗରୀରେ ମହାରାଜା କଂସ ପାତ୍ରମନ୍ତ୍ରୀଙ୍କ ସହ ନଗର ଭ୍ରମଣ କରୁଥିବା ବେଳେ ପ୍ରଜାଙ୍କ ସୁଖଦୁଖରେ ସାମିଲ ହେବା ସହ ଦୋଷୀ ବ୍ୟକ୍ତି ତଥା କର୍ମଚାରୀମାନଙ୍କୁ ଅର୍ଥ ଦଣ୍ଡ , ଶାରୀରିକ ଦଣ୍ଡ ଦେଇଥାନ୍ତି । ଏହି ଦଣ୍ଡ ବିଧାନ କରିବାର ପରମ୍ପରା ଯାତ୍ରା ଆରମ୍ଭରୁ ଚାଳିଆସିଥିବା ବେଳେ ଦର୍ଶକ ମଧ୍ୟ ଏହାକୁ ବେଶ୍ ଉପଭୋଗ କରିଥାନ୍ତି ।
ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ମଥୁରା ନଗରୀ କଂସଙ୍କ ରାଜତ୍ୱରେ ଥର ହର ହୋଇପଡ଼ିଛି । ଏଗାର ଦିନ ଧରି ମହରାଜା କଂସଙ୍କ ଶାସନ ଚାଲୁଥିବା ବେଳେ ଏ ସମୟରେ କଂସଙ୍କ ନଗର ଭ୍ରମଣରେ ବାହାରି ପ୍ରଜାଙ୍କ ସୁଖଦୁଃଖରେ ସାମିଲ ହୋଇଥାନ୍ତି । ହାତୀ ପୀଠିରେ ପାତ୍ରମନ୍ତ୍ରୀଙ୍କ ସହ କଂସଙ୍କ ନଗର ଭ୍ରମଣ ଦୃଶ୍ୟ ବେଶ ମନୋରମ ହୋଇଥାଏ । ତେବେ ଯାତ୍ରାର ଦ୍ୱିତୀୟ ଦିବସରେ ମହାରାଜା କଂସ ନିଜ ମହାମନ୍ତ୍ରୀ ଶୁକ୍ରାଜିତ, ମହାମନ୍ତ୍ରୀ ଅନାଦୃଷ୍ଟ, ସେନପତି ହଂସଧ୍ୱଜ, ସେନାପତି ପ୍ରଦ୍ୟୁତ, ସେନାପତି ଚନ୍ଦ୍ରକେତୁ, ସେନାପତି ବିରୁପାକ୍ଷଙ୍କ ସମେତ ସୈନ୍ୟ ସାମନ୍ତ ନଗର ଭ୍ରମଣରେ ବାହାରି ଦୋଷୀ ବ୍ୟକ୍ତି ତଥା ସରକାରୀ କର୍ମଚାରୀମାନଙ୍କ ଦଣ୍ଡବିଧାନ କରିଛନ୍ତି । ମହାରାଜା କଂସ ନିଜ ନଗର ଭ୍ରମଣ ସମୟରେ ଆଜି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମରେ ପହଞ୍ôଚ ବସ୍‌ରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ବସ୍‌ଷ୍ଟାଣ୍ଡ ପରିସରରେ ଶୌଚାଳୟ ଏବଂ ପରିଷ୍କାର ପରିଚ୍ଛନ୍ନ ନେଇ ଯାତ୍ରୀମାନଙ୍କୁ ପଚାରିଥିଲେ । ସେହିପରି ଓଏସ୍‌ଆର୍‌ଟିସି କାର୍ଯ୍ୟାଳୟକୁ ପହଞ୍ôଚ ସମସ୍ତ କର୍ମଚାରୀ ତଥା ବସ ଚାଳକମାନଙ୍କୁ ଡାକି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ଗାଡ଼ି ଚଳାଇବା ସମୟରେ ମଦ୍ୟପାନ ତଥା ମୋବାଇଲ ବ୍ୟବହାର ନ କରିବାକୁ ଡ୍ରାଇଭରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏ ଅବସରରେ ମହାରାଜା କଂସ ବସ୍‌ଷ୍ଟାଣ୍ଡ କର୍ତ୍ତୃପକ୍ଷ ବିଭୁ ସାମନ୍ତରାୟଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ୨ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାରେ ଦଣ୍ଡିତ କରିଥିଲେ । ଏଥିସହ ମହାରାଜା କଂସ ଟ୍ରାଫିକ୍ ନିୟମ ଭାଙ୍ଗୁ ଥିବା ବାଇକ ଚାଳକ ତଥା ବିଭିନ୍ନ ଦୋକାନୀଙ୍କୁ ତାଗିଦ କରିବା ସହ ରାସ୍ତାରେ ନୃତ୍ୟଗୀତର ତାଳେ ତାଳେ ନାଚିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଯେଉଁ ବାଇକ ଚାଳକ ହେଲମେଟ୍ ପିନ୍ଧିଥିବା ମହାରାଜଙ୍କ ଦୃଷ୍ଟିକୁ ଆସୁଥିଲା ତାକୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ । କଂସ ମହାରାଜାଙ୍କ ଏପରି ପଦକ୍ଷେପକୁ ନେଇ ଜନସାଧାରଣରେ ବେଶ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି ।
ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାରାଜା କଂସଙ୍କ ରାଜପ୍ରାସାଦକୁ ଉତ୍କଳମଣି ଗୋପବନ୍ଧୁ ଭିନ୍ନକ୍ଷମ ସଂଘର ସଦସ୍ୟମାନେ ପହଞ୍ôଚ ମଥୁରାନଗରୀକୁ ପୋଲିଓ ମୁକ୍ତ ସହର ଭାବରେ କରିବାକୁ ଦାବି କରିଥିଲେ । ସଂଘର ସଦସ୍ୟମାନେ କଂସ ମହାରାଜାକୁ ସାକ୍ଷାତ କରି ନବ ବର୍ଷର ଅଭିନନ୍ଦନ ଜଣାଇବା ସହ ମଥୁରାନଗରୀରେ ଧିରେ ଧିରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ତାକୁ ଦମନ କରିବାକୁ ଅନୁରୋଧ କରିଥିଲେ । ଏ ଅବସରରେ ସଂଘର ସଭାପତି ଯୋଗେନ୍ଦ୍ର କଠାର , ସମ୍ପାଦକ କମଲ ସାହୁଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking