16.1 C
Bhubaneswar
Friday, January 28, 2022
Homeଓଡିଶାମା’କୋଳରେ ଷଢ଼ୁଛି ଶୈଶବ

ମା’କୋଳରେ ଷଢ଼ୁଛି ଶୈଶବ

ଝରିଗାଁ : ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଥିବାବେଳେ ସମୟେ ସମୟେ ଗରିବ ଲୋକଙ୍କ ଆକୁଳ ଚିତ୍କାର ସରକାରଙ୍କ ନିକଟରେ ପହିଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ ସଦର ମହକୁମାସ୍ଥିତ ଉଗ୍ରେ ମାଝୀଙ୍କ ୨ବର୍ଷ ୫ମାସର ପୁଅ କ୍ଷେତ୍ରରେ ଦେଖିବାକୁ ମିଳିଛି । ୨ବର୍ଷ ୫ମାସର ପୁଅ ଟିକିର ମା’କୋଳ ହିଁ ସାହାରା । ମା’ କିଛି କାମରେ ଗଲେ ଶଯ୍ୟାରେ କାଠଗଣ୍ଡି ସଦୃଶ୍ୟ ପଡ଼ିରହୁଛି ସେ । ରୋଗ ଭଲ ହେବା ପାଇଁ ବହୁଟଙ୍କାର ଆବଶ୍ୟକତା ରହିଛି । ତେବେ କୁଲିଗିରି କରି ଗୁଜୁରାଣ ମେଣ୍ଟାଉଥିବା ଉକ୍ତ ଗରିବ ପରିବାର ଅର୍ଥାଭାବ ସାଜିଛି ବାଧକ | ଏକମାତ୍ର ପୁଅଟିର ଚିକିତ୍ସା କରାଇ ପାରୁନାହାନ୍ତି | କେବଳ ପୁଅଟିର ମୁହଁକୁ ଚାହିଁ ଲୁହ ଗଡ଼ାଇ ଚାଲିଛନ୍ତି ଉଭୟ ବାପା-ମାଆ ।
ଶିଶୁଟିର ମା’ଲକ୍ଷ୍ମୀ ମାଝୀଙ୍କ କହିବାନୁଯାୟୀ ପୁଅ ଜନ୍ମବେଳେ କିଛି ଜଣାପଡ଼ିନଥିଲା । ତେବେ ତାକୁ ଦେଢ଼ବର୍ଷ ପୁରିବା ପରେ ତାର ଗୋଡ଼ଟି କିଛିମାତ୍ରାରେ ବଙ୍କାହେବାବେଳେ ଏବେ ଦୁଇହାତ ମଧ୍ୟ ବଙ୍କାହେବା ଆରମ୍ଭ କରିଛି । ହାତଗୋଡ଼ ଦୁଟି ଧନୁଭଳି ବଙ୍କା ହେବାରେ ଲାଗିିଥିବାବେଳେ ପୁଅଟି କିଛି କହିବା ମଧ୍ୟ ଆରମ୍ଭ କରିନାହିଁ । ଚାଲିବା ପାଇଁ ସକ୍ଷମ ନଥିବାବେଳେ ମା’କୋଳରେ ହିଁ ତାର ଅଧିକ ସମୟ କଟିଥାଏ । ଅଭାବୀ ପରିବାରରେ ତେଲଲୁଣର ସଂସାରରେ ବାଧକ ସାଜିଛି ପୁଅର ଅଜଣା ରୋଗ । ନିଜଶକ୍ତି ମତେ ପରିବାର ସଦସ୍ୟ ସୁନା ବିକ୍ରିକରି ଝରିଗାଁ ଏବଂ ଉମରକୋଟ ପରେ ନବରଙ୍ଗପୁର ଚିକିତ୍ସାଳୟରେ ପୁଅକୁ ନେଇ ଚିକିତ୍ସା କରାଇଥିଲେ । ତେବେ ନବରଙ୍ଗପୁର ବଡ଼ ମେଡିକାଲ ନେଇ ଚିକିତ୍ସା କରାଯିବ ଶୁଣି ପରିବାର ସଦସ୍ୟୃ ଭାଗ୍ୟକୁ ଆଦରି ଇଚ୍ଛାପୁର ଗାଁକୁ ଫେରିଆସିଛନ୍ତି । ସର୍ବଦା ମା’କୋଳରେ ଅବା ଶେଯରେ ହିଁ ଟିକୁର ଶୈଶବ କଟିଛି । ତାର ରୋଗ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ।
କିଛି ମାନସିକ ବିକୃତି ଥିବା ଅନୁମାନ କରାଯାଉଛି, ଆଉ କିଛି ପୋଲିଓ ଆକ୍ରାନ୍ତ ଥିବା ସନ୍ଦେହ କରୁଛନ୍ତି । ତେବେ ଶିଶୁଟିର ଅବସ୍ଥା ନେଇ ଇଚ୍ଛାପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗାଯୋଗ କରିବାରୁ ମେଡିକାଲ ଦାୟିତ୍ୱରେ ଥିବା ଫାର୍ମାସିଷ୍ଟ୍ ରଞ୍ଜନ ପ୍ରଧାନ ସଠିକ୍ ସୂଚନା ଦେଇନଥିଲେ ହେଁ ଶିଶୁଟି ପୋଲିଓଆକ୍ରାନ୍ତ ହୋଇଥାଇପାରେ, ରକ୍ତ ପରୀକ୍ଷା ପରେ ସଠିକ୍ ଭାବେ କହିହେବ ବୋଲି ଜଣାଇଥିଲେ । ଶିଶୁର ଅବସ୍ଥା ନେଇ ରାଷ୍ଟ୍ରୀୟ ବାଳସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ ପାଇଁ ଟିମର ଦୃଷ୍ଟି ଆକର୍ଷଣ କରିଛନ୍ତି । ଦିନେ ଦୁଇଦିନରେ ଶିଶୁର ଚିକିତ୍ସା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking