26.1 C
Bhubaneswar
Wednesday, May 8, 2024
Homeଓଡିଶାବ୍ୟାଙ୍କସେବା ଠପ, ଗ୍ରାହକ ଅସନ୍ତୁଷ୍ଟ

ବ୍ୟାଙ୍କସେବା ଠପ, ଗ୍ରାହକ ଅସନ୍ତୁଷ୍ଟ

ମୟୂରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନଳଗଜା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକମାନେ ବେଶ କିଛିଦିନ ଧରି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। 10ଦିନରୁ ଅଧିକ ହେବ ବ୍ୟାଙ୍କର ଗ୍ରାହକ ସେବା ପ୍ରାୟତଃ ଠପ ହେଇଯାଇଛି | ବର୍ତ୍ତମାନ ମାର୍ଚ୍ଚ ମାସ ସାଙ୍ଗକୁ କରୋନା ସମୟ ଚାଲିଥିବାରୁ ପ୍ରାୟତଃ ସ୍ଵୟଂସହାୟିକା ଗୋଷ୍ଠୀଙ୍କ ଟଙ୍କା ଜମା ଠୁ ଉଠାଣ, ତଫସିଲ ଭୁକ୍ତ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ,ସ୍କୁଲ ଆଡ଼ମିସନ ପର୍ଯ୍ୟନ୍ତ ବ୍ୟାଙ୍କ ଦ୍ୱାରା ହେଉଥିବାରୁ ବ୍ୟାଙ୍କସେବା ସାଧାରଣଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନଳଗଜା ଠାରୁ 10/15 କିଲୋମିଟର ମଧ୍ୟରେ କୌଣସି ବ୍ୟାଙ୍କ ସେବା ସୁବିଧା ନ ଥିବାରୁ ଉପରୋକ୍ତ ବ୍ୟାଙ୍କଟି ଏକମାତ୍ର ଭରସା। ଯୋଉଥିପାଇଁ ବ୍ୟାଙ୍କସେବା ପାଇଁ ପ୍ରତ୍ୟେକଦିନ ଦୂରଦୂରାନ୍ତରୁ ବହୁ ଗ୍ରାହକ ଆସିଥାନ୍ତି। କିନ୍ତୁ ନଳଗଜା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଦୀର୍ଘଦିନ ଧରି ଗ୍ରାହକ ସେବା ବନ୍ଦ ରହୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଦିନକୁଦିନ ଅସନ୍ତୋଷ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି | ଏବାବଦରେ ବ୍ଯାଙ୍କ ମ୍ୟାନେଜରଙ୍କୁ ଯୋଗାଯୋଗ କରିବାରୁ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେ। ଯାହାଫଳରେ ବ୍ଯାଙ୍କକର୍ମଚାରୀମାନେ ସେବା ନାମରେ ଅବହେଳା କରୁଥିବାରୁ ଆଜି କିଛିସମୟ ପାଇଁ ଗ୍ରାହକମାନେ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ମଧ୍ୟ କରିଥିଲେ ଓ ବ୍ୟାଙ୍କ ସେବାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking