30.1 C
Bhubaneswar
Monday, May 20, 2024
Homeଓଡିଶାଜିଏସଟି ଚଢ଼ାଉ : ହାରଭେଷ୍ଟର ବୋଝେଇ ଟ୍ରକରୁ ୫ ଲକ୍ଷ ୯୦ ହଜାର ଟଙ୍କା ଜାରିମାନା...

ଜିଏସଟି ଚଢ଼ାଉ : ହାରଭେଷ୍ଟର ବୋଝେଇ ଟ୍ରକରୁ ୫ ଲକ୍ଷ ୯୦ ହଜାର ଟଙ୍କା ଜାରିମାନା ଆଦାୟ

କଳାହାଣ୍ଡି : ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ଜିଏସଟି ଫାଙ୍କିବା ଅଭିଯୋଗରେ ଏକ ହାରଭେଷ୍ଟର ବୋଝେଇ ଟ୍ରକରୁ ୫ ଲକ୍ଷ ୯୦ ହଜାର ଟଙ୍କା ଜରିମାନା ଆଦାୟ କରିବା ଘଟଣା ଏଠାରେ ଚାଂଚଲ୍ୟ ଖେଳି ଯାଇଛି। ସୂଚନା ଅନୁସାରେ ,ସୋନପୁର ଠାରୁ ଆନ୍ଧ୍ରପ୍ରଦେଶ ର ରାଜ ମହେନ୍ଦ୍ରୀ ଅଭିମୁଖେ ଏକ କମ୍ବାଇନ ହାରଭେଷ୍ଟର ବୋଝେଇ ଟ୍ରକ ନଂ.ଏମ ଏଚ ୦୪ ଜିସି ୫୩୨୫ ଯାଉଥିଲା।ଏହି କମ୍ବାଇନ ହାରଭେଷ୍ଟର କୁ ସୋନପୁର ର ଶରତ ଚନ୍ଦ୍ର ଭୋଇ ନେଉଥିଲେ।ଏହି କମ୍ବାଇନ ହାରଭେଷ୍ଟର ର ମୂଲ୍ୟ ୨୪ ଲକ୍ଷ ୫୯ ହଜାର ୮ ଶହ ୨୧ ଟଙ୍କା ଥିଲା। ଏହି ମେସିନ ର ଇନ ଭଏସ କିମ୍ବା ଇ -ୱେବିଲ ନ ଥିବା ଖବର ପାଇ ଭବାନୀପାଟଣା ବାଣିଜ୍ୟ କର ଏବଂ ଜିଏସଟି ଏନଫୋର୍ସମେଣ୍ଟ ପକ୍ଷରୁ ଜୁନାଗଡ଼ ସହର ନିକଟ ବଲଦିଆମାଲ ଠାରେ ଟ୍ରକ କୁ ଚଢ଼ାଉ କରାଯାଇଛି । ପରେ ଟ୍ରକ ଟିକୁ ଭବାନୀପାଟଣା କାର୍ଯ୍ୟାଳୟକୁ ଅଣା ଯାଇଛି । କାଗଜ ପତ୍ର ଯାଞ୍ଚ ପରେ କୌଣସି ବିଲ ଓ ୱେ- ବିଲ ନ ଥିବା ଯୋଗୁଁ ୫ ଲକ୍ଷ ୯୦ ହଜାର ୩ ଶହ ୫୬ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହି ଚଢ଼ାଉ ରେ ବାଣିଜ୍ୟ କର ବିଭାଗର ଡେପୁଟି କମିଶନର ତପନ ପାଢ଼ୀ, ସିଟିଓ ନୀଳାଦ୍ରୀ ବିହାରୀ ଦାଢ଼ିଆ,ଅତିରିକ୍ତ ସିଟିଓ ଭବାନୀ ପଟେଲ ଓ ଶରତ ସେଠ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking