30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶ୧୦୦ରୁ ଅଧିକ କର୍ମଚାରୀ ଥିଲେ କ୍ୟାଣ୍ଟିନ ଜରୁରୀ

୧୦୦ରୁ ଅଧିକ କର୍ମଚାରୀ ଥିଲେ କ୍ୟାଣ୍ଟିନ ଜରୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶ୍ରମ କାନୁନ ଅନୁସାରେ, କମ୍ପାନୀରେ କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନ ନିହାତି ଭାବରେ କରିବା ଓ ସରକାରୀ ଯୋଜନାକୁ ସୁଦୃଢ ଭାବରେ ଲାଗୁ କରିବା ପାଇଁ ୱେଲଫେୟାର ଅଫିସର ନିଯୁକ୍ତି କରିବା ନିୟମ କରିଛନ୍ତି । ସରକାର ଏହି ନିୟମକୁ ସାରା ଦେଶରେ ଏପ୍ରିଲ ୧ରୁ ଲାଗୁ କରିବେ ।
କେନ୍ଦ୍ର ସରକାରଙ୍କ ତରଫରୁ ଗତବର୍ଷ ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟଦେଶ ସଂହିତା ୨୦୨୦ରେ ଏବି ବିଷୟରେ ଖାସ ବ୍ୟବସ୍ଥା କରିଛନ୍ତି । ଯାହାକୁ ସମସ୍ତ ହିତାଧିକାରୀଙ୍କ ସହିତ ଚର୍ଚ୍ଚା ପରେ ଲାଗୁ କରାଯାଇପାରିବ । ନୂଆ ଶ୍ରମ ଆଇନରେ ହେବାକୁ ଥିବା ପରିବର୍ତ୍ତନ ଅନୁସାରେ ୧୦୦ କର୍ମଚାରୀକୁ ଅଧିକ ଥିବା କମ୍ପାନୀଙ୍କୁ ନିଜ ପ୍ରତିଷ୍ଠାନରେ କ୍ୟାଣ୍ଟିନ ରଖିବା ବାଧ୍ୟତାମୂଳକ । ସେହି କମ୍ପାନୀଙ୍କୁ ୱେଲଫେୟାର ଅଫିସର ବି ନିଯୁକ୍ତ କରିବାକୁ ହେବ । କର୍ମଚାରୀଙ୍କ ଏହି ସଂଖ୍ୟାରେ କଣ୍ଟ୍ରାକ୍ଟରେ କାମ କରୁଥିବା ବ୍ୟକ୍ତି ବି ସାମିଲ ରହିବେ । ସେହି କମ୍ପାନୀଙ୍କୁ ୱେଲଫେୟାର ଅଫିସର ବି ନିଯୁକ୍ତ କରିବାକୁ ହେବ, ଯାହାଦ୍ୱାରା ସରକାରଙ୍କ ଯୋଜନା ସଫଳ ହୋଇପାରିବ । ଏହାବ୍ୟତୀତ ସରକାର ପ୍ରବାସୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ନିୟମ ଲାଗୁ କରିବେ । ଯଦି କମ୍ପାନୀ ସେମାନଙ୍କୁ ସାଇଟକୁ ନେଇ କାମ ସରିଯିବା ପରେ ଘରକୁ ଫେରାଇ ଦେଉଛନ୍ତି , ତେବେ ତାଙ୍କୁ ଖର୍ଚ୍ଚ ମଧ୍ୟ ଦେବେ ।
ଏହାବ୍ୟତୀତ ଓଭରଟାଇମ ନିୟମରେ ବି ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ହିସାବରେ ସମୟ ସରିଗଲା ପରେ ବି ଯଦି କର୍ମଚାରୀ ୧୫ ମିନିଟ ଅଦିକ କାମ କରୁଛନ୍ତି, ତେବେ ତାକୁ ଓଭର ଟାଇମ ହିସାବ କରାଯିବ । କ୍ରମାଗତ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କର୍ମଚାରୀଙ୍କ ଚୁକ୍ତି କିମ୍ବା ସ୍ଥାୟୀ କାର୍ଯ୍ୟ ଉପରେ ଚାପ ନଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ତାଙ୍କୁ ପ୍ରତି ପାଞ୍ଚ ଘଣ୍ଟାରେ ଅଧ ଘଣ୍ଟା ବିରତି ଦେବା କମ୍ପାନୀ ପାଇଁ ଆବଶ୍ୟକ ହେବ । ଆହୁରି ମଧ୍ୟ, ଏହି ବ୍ରେକ୍ ସମୟ ମଧ୍ୟ କାର୍ଯ୍ୟ ସମୟ ସହିତ ଯୋଡା ଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking