32.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟ ସଂଗୀତ ମର୍ଯ୍ୟାଦା ପ୍ରତିବାଦରେ ବଲାଙ୍ଗିର ଠାରେ ବିକ୍ଷୋଭ, ଧାରଣା ଓ କୁଶ ପୁତ୍ତଳିକା ଦାହ

ରାଜ୍ୟ ସଂଗୀତ ମର୍ଯ୍ୟାଦା ପ୍ରତିବାଦରେ ବଲାଙ୍ଗିର ଠାରେ ବିକ୍ଷୋଭ, ଧାରଣା ଓ କୁଶ ପୁତ୍ତଳିକା ଦାହ

ବଲାଙ୍ଗିର,- ରାଜ୍ୟ ସରକାର ବନ୍ଦେ ଉତ୍କଳ ଜଜନୀକୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେବାର ନିଷ୍ପତ୍ତି ବିରୁଦ୍ଧରେ ସାରା କୋଶଳାଂଚଳରେ ପ୍ରତିବାଦ ଆନ୍ଦୋଳନ ଚାଲିଛି । ଆଜି ସକାଳେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଏକ ଜିଲ୍ଲା ସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସକାଳ ପ୍ରାୟ ସାଢେ ୯ଟା ସମୟରୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସଂଗଠନର ଶତାଧିକ ପ୍ରତିନିଧି ସାମାଜିକ ଦୂରତ୍ୱ ରକ୍ଷା କରି ଓ ମୁହଁରେ ମାସ୍କ ପିନ୍ଧି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଛିଡା ହୋଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୋଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ବହୁ ବୁଦ୍ଧିଜୀବୀ, ସଂଗଠକ ଓ ଯୁବ ଛାତ୍ର ଯୋଗ ଦେଇଥିଲେ । ବିକ୍ଷୋଭ ଶେଷରେ ସମନ୍ୱୟ ସମିତି ତରଫରୁ ଜିଲ୍ଲାପାଳଙ୍କ ମାର୍ଫତର ବନ୍ଦେ ଉତ୍କଳ ଜନନୀର ରାଜ୍ୟ ସଂଗୀତର ମର୍ଯ୍ୟାଦା ପ୍ରତ୍ୟାହାର ଦାବୀ ନେଇ ଏକ ଦାବୀପତ୍ର ରାଜ୍ୟ ସରକାରଙ୍କୁ ପଠାଯାଇଥିଲା । ପରେ ରାଜ୍ୟ ସରକାରଙ୍କ ଏକ କୁଶପୁତ୍ତଳିକ ମଧ୍ୟ ଦାହ କରାଯାଇଥିଲା ।
ଏହି ବିକ୍ଷୋଭ ସମାବେଶରେ ସମନ୍ୱୟ ସମିତିର କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଂଜନ ସାହୁ, ସାଧାରଣ ସଂପାଦକ ବିଭୁଦତ୍ତ ମିଶ୍ର, ବରିଷ୍ଠ ସଂଗଠକ ରବି ଶଙ୍କର ମିଶ୍ର, ରଣରାଜ ସିଂ ଦେଓ, ଶରତ ହୋତା, ବରିଷ୍ଠ ନାଗରିକ ସଂଘ ନେତା ମନୋରଂଜନ ମିଶ୍ର, ବସନ୍ତ ଆଚାର୍ଯ୍ୟ, ଗୋପଭୂଷଣ ନାଥ, କର୍ମଚାରୀ ନେତା ବିଭୁତି ବିନ୍ଧାଣୀ, ରମେଶ ନାୟକ, ଜ୍ୟୋତି ମହାନ୍ତି, ଆଦିବାସୀ ନେତା ଶ୍ୟାମ ସୁନ୍ଦର ଭୋଳ, ସୁବ୍ରତ କୁଅଁର, କୋସଲ ଯୁବ ସମନ୍ୱୟ ସମିତି ନେତା ରିଲୁ ରଥ, ବିନୋଦ କାଲସାଏ, ଅଚ୍ୟୁତ ସିପୁନ ଖମାରୀ, ବନମାଳୀ ନାଏକ, ନାରୀ ନେତ୍ରୀ ନିରୁପମା ଉଦ୍‌ଗାତା, ବରିଷ୍ଠ କଳାକାର କପିଳେଶ୍ୱର ଖମାରୀ, ଧୀରେନ୍ଦ୍ର ନାରାୟଣ ସିଂଦେଓ, ଦଳିତ ନେତା ଲାଲମନ ନାଗ, ବଲାଙ୍ଗିର ଏକ୍ସନ କମିଟି ନେତା ମୁନ୍ନା ପଟ୍ଟନାୟକ, ଗିରିଶ ସିଂଦେଓ, ଦେଓଗାଁ ଚିନିକଳ କର୍ମଚାରୀ ସଂଘ ନେତା ସୁବଳ ରଣା, ମିତ୍ରଭାନୁ ବାରିକ, ଟିଟିଲାଗଡର ଯୁବନେତା ରଂଜନ ଖୁଆସ, ବରିଷ୍ଠ ଯୁବ ସଂଗଠକ ସବ୍ୟସାଚୀ ପୁଝାରୀ, ନିଳାନ୍ଦ୍ରୀ ବିହାରୀ ପଣ୍ଡା, ଆଇ.ଟି.ଆଇ. କାଳୀ ଶଙ୍କର ପାଣିଗ୍ରାହୀ ପ୍ରମୁଖ ଙ୍କ ନେତୃତ୍ୱରେ ବହୁ ସଂଗଠନ ଆନ୍ଦୋଳନ ରେ ଯୋଗ ଦେଇଥିଲେ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବେଆଇନ ଓ ଅସାଂବିଧାନିକ ବୋଲି ଘୋଷଣା କରି ତାକୁ ଶିଘ୍ର ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking