31.1 C
Bhubaneswar
Tuesday, May 7, 2024
Homeଓଡିଶାବିଷାକ୍ତ ମଦ ନେଲା ମଣିଷ ଜୀବନ,୩ଗିରଫ ଅବକାରୀ ବିଭାଗ ଓ ମଦ ମାଫିଆ ଭିତରେ ସଲାସୁତୁରା

ବିଷାକ୍ତ ମଦ ନେଲା ମଣିଷ ଜୀବନ,୩ଗିରଫ ଅବକାରୀ ବିଭାଗ ଓ ମଦ ମାଫିଆ ଭିତରେ ସଲାସୁତୁରା

ବଲାଙ୍ଗିର/ସଇଁନ୍ତଳା, – ବଲାଙ୍ଗିର ଜିଲ୍ଲ ସଇଁନ୍ତଲା ବ୍ଲକ ଧରପଗଡ ଗ୍ରାମ ସ୍ଥିତ ଖଣ୍ଡାଧୁଆ ଜୋର ଠାରେ କଲାକାର ଷାଣ୍ଢ(୫୬) ଙ୍କ ମୃତ ଦେହ ପଡିରହିଥିବା ସ୍ଥାନୀୟ ଲୋକେ ଦେଖିବାକ ପାଇଁଥିଲେ ।ପରେ ପୁଲିସ କୁ ଖବର ଦେଇଥିଲେ ଗ୍ରାମବାସୀ ।ପ୍ରକାଶ ଥାଉ କି ରବିବାର ଦିନ ଲୋକେ ଖୋଜା ଖୋଜି କଲା ପରେ କଲାକାର ପାଇନଥିଲେ ।ସକାଳୁ ଉକ୍ତ ଜୋର କୁ ଲୋକେ ସ୍ନାନ କରିବା ପାଇଁ ଯାଇଥିଲେ ।ହେଲେ ଉକ୍ତ ସ୍ଥାନରେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ପଡିଥିବା ଦେଖିବାକୁ ପାଇଁଥିଲେ । ପ୍ରାୟ ୧୫୦ ମିଟର ହେବ ସେହି ସ୍ଥାନରେ ଦେଶୀ ମଦର ଗନ୍ତାଘର ରହିଥିବା ଦେଖିବାକୁ ପାଇଁ ଥିଲା ପୁଲିସ ।ଫଲରେ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।ସେହି ସ୍ଥାନରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଡ୍ରାମରେ ଥିବା ମହୁଲ,ଶତାଧିକ କ୍ୱିଇଟାଲ ପୋଚ,ମଦ ରନ୍ଧା ସରଞ୍ଜାମ ଛାଡି ମଦ ମାଫିଆ ମାନେ ଫେରାର ମାରିଥିଲେ ।ସେହି ନାଳରେ ଦୀର୍ଘ ଦିନ ହେଲା ମଦ ରନ୍ଧା କାରବାର ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ହେଲେ କର୍ଣ୍ଣପାତ କରିନଥିଲା ଅବକାରୀ ବିଭାଗ ।

 
କିଛି ଦିନ ତଳେ ଗ୍ରାମରେ ସ୍ଥାନୀୟ ସରପଂଚ ପ୍ରେମ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।ସରାକାରୀ ଭାଟି ମ୍ୟାନେଜର ୧ ଲକ୍ଷ ଟଙ୍କା ପରେ ମଦ ଭାଟି ବନ୍ଦ ହୋଇଥିଲା ।ତେବେ କଳାକାର ମୃତ୍ୟୁ କୁ ନେଇ ଗ୍ରାମରେ ଉର୍ତେଜନା ଦେଖାଦେଇଥିଲା ।ପୁଲିସ କଲାକାର ଙ୍କ ଶବ ପଡିଥିବା ସ୍ଥାନ ନିକଟରେ ରନ୍ଧା ମଦ କାରବାରରେ ସଂପୃକ୍ତ ମଦପାଫିଆ ଧରପଗଡ ଗ୍ରାମର ତ୍ରିନାଥ ରାଉତ,ବିଭୂତି ରାଉତ ଓ କୈାଲସ ପୋଢ ଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲା ।ପରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥି ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । କିନ୍ତୁ ଅବକାରୀ ବିଭାଗ ଘଟଣା କୁ ଚପେଇଦେବାର ଉଦ୍ୟମ ଚଲାଇଥିଲେ । ହେଲେ ସବୁ ବିଫଲ ହେଲେ ଶେଷରେ ବାଧ୍ୟ ହୋଇ ୩ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା । ପୁଲିସ ।ତେବେ ବିଶାକ୍ତ ମଦ ରନ୍ଧା ହେଉଥିବା ପୁଲିସ ପାଖରେ ଖବର ଥିଲେ ମଧ୍ୟ କାହାକି ଉକ୍ତ ସ୍ଥାନକୁ ଚଢାଉ ନକରି ଚୁପ ରହିଥିଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଅବକାରୀ ବିଭାଗ ଓ ମଦ ମାଫିଆ ଭିତରେ ସଲା ସୁତୁରା ଥିବା ଯୋଗୁ ଏକ ଏଭଲି ଅଭାବନୀୟ ଘଟଣା ଘଟି ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking