28.1 C
Bhubaneswar
Saturday, April 27, 2024
Homeଓଡିଶା୨୩ରେ କୋସଲ ଉଲଗୁଲାନ ଦିବସ ପାଇଁ ସଜବାଜ

୨୩ରେ କୋସଲ ଉଲଗୁଲାନ ଦିବସ ପାଇଁ ସଜବାଜ

ବଲାଙ୍ଗିର,(ଦେବାଶିଷ ମିଶ୍ର) – କୋସଲ ଯୁବ ସମନ୍ୱୟ ସମିତି ତରଫରୁ ପ୍ରସ୍ତାବିତ ଜାନୁୟାରୀ ୨୩ ତାରିଖର କୋସଲ ଉଲଗୁଲାନ ଦିବସ ପାଳନର ସଫଳତା ଲାଗି ଆଜି ସ୍ଥାନୀୟ ରୁଗୁଡିପଡା ସ୍ଥିତ କୋସଲ ଫାଉଣ୍ଡେସନ କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଦିନ ମହାନ୍ ବିପ୍ଲବୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ତିଥି । ଏଭଳି ମହାନ ଦିବସରେ ବଲାଙ୍ଗିର ଟାଉନ ହଲ ଠାରେ କୋସଲ ଉଲଗୁଲାନ ଦିବସ ପାଳିତ ହେବ । ଏହି ଅବସରରେ ସମଗ୍ର କୋସଳାଂଚଳରୁ ସହସ୍ରାଧିକ ଯୁବକ ମୋଟର ସାଇକେଲ ଯାତ୍ରାରେ ଆସି କାର୍ଯ୍ୟକ୍ରମରେ ସମ୍ମିଳିତ ହେବେ । କୋସଲ ରାଜ୍ୟ ସମନ୍ୱୟ ସମିତି ବଲାଙ୍ଗିର ଜିଲ୍ଲା ସଭାପତି ବିକ୍ରମାନନ୍ଦ ବହିଦାରଙ୍କ ସଭାପତିତ୍ୱ ଓ କୋସଲ ଯୁବ ସମନ୍ୱୟ ସମିତିର ରାଜ୍ୟ ସଂଯୋଜକ ରିଲୁ ରଥଙ୍କ ସଂଚାଳନରେ ଅନୁଷ୍ଠିତ ଏହି ବୈଠକର
ପ୍ରାରମ୍ଭରେ ସମନ୍ୱୟ ସମିତିର ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳି ଜୋନ ସଂଯୋଜକ ଶରତ ହୋତା କୋସଲ ଉଲଗୁଲାନ ଦିବସର କାର୍ଯ୍ୟସୂଚୀ ସଂପର୍କରେ ପ୍ରାରଂଭିକ ସୂଚନା ଦେଇଥିଲେ । ତା ପରେ ସମସ୍ତ ସଂଗଠକ ଏହାର ସଂର୍ପୁନ ସଫଳତା ପାଇଁ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking