30.1 C
Bhubaneswar
Friday, April 26, 2024
Homeଓଡିଶାପିଏସିରେ ଉଠିଲା ଜମି ଜବରଦଖଲ ସମସ୍ୟା ରାଜେନ୍ଦ୍ର କଲେଜର ଜମି ଜବରଦଖଲ କଥା ଉଠାଇଲେ ନରସିଂହ

ପିଏସିରେ ଉଠିଲା ଜମି ଜବରଦଖଲ ସମସ୍ୟା ରାଜେନ୍ଦ୍ର କଲେଜର ଜମି ଜବରଦଖଲ କଥା ଉଠାଇଲେ ନରସିଂହ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଆଜି ରାଜ୍ୟ ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ପବ୍ଲିକ ଏକାଉଣ୍ଟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ପିଏସି ଅଧ୍ୟକ୍ଷ ପ୍ରଦିପ୍ତ ନାୟକ । ସ୍ୱତନ୍ତ୍ର ଭାବେ ଏହି ବୈଠକରେ ରାଜ୍ୟରେ ସରକାରୀ ଜମିର ଜବରଦଖଲ ସଂକ୍ରାନ୍ତିୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବୈଠକରେ ବରିଷ୍ଠ ସଭ୍ୟ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସରକାରୀ ଜାଗାରେ ଜବରଦଖଲ ବିଶେଷ କରି ଶିକ୍ଷାନୁଷ୍ଠାନମାନଙ୍କର ଜମିକୁ ଲୋକେ ଜବରଦଖଲ କରି ନିଜ କବଜା କରିରଖୁଥିବାରୁ ଶିକ୍ଷା କ୍ଷେତ୍ରର ଭିତ୍ତିଭୂମିର ବିକାଶ ବେଳେ ଅନେକ ସମସ୍ୟା ଉପଜୁଥିବା କହିଥିଲେ । ନିଜ ନିର୍ବାଚନ ମଣ୍ଡଳିରେ ରାଜେନ୍ଦ୍ର ମହାବିଦ୍ୟାଳୟ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇଥିବାରୁ ଭିତ୍ତିଭୂମି ବିକାଶ ଯଥା ପ୍ରଶାସନିକ କୋଠା, ସାଇନ୍ସ ପାର୍କ, ଅଡିଟରିୟମ ନିର୍ମାଣ ପାଇଁ ୧୦୦ ଏକରୁ ରୁ ଅଧିକ ଜମି ଦରକାର ଅଛି, କିନ୍ତୁ ଦୁର୍ଭାଗ୍ୟର ଜିନିଷ କିଛି ଲୋକ କଲେଜର ଜମି ସଙ୍ଗେ ସଙ୍ଗେ କଲେଜ ପାଖରେ ଥିବା ସରକାରୀ ଜମିକୁ ମଧ୍ୟ ଜବରଦଖଲ କରି କୋଠାବାଡି ନିର୍ମାଣ କରିସାରିଛନ୍ତି । ବିଶ୍ୱ ବିଦ୍ୟାଳୟ ଭିତ୍ତିଭୂମି ପାଇଁ ଏହା ଭିତରେ ରାଜ୍ୟସରକାର ମଧ୍ୟ ୫୦କୋଟି ଟଙ୍କା ଅନୁଦାନ ଦେଇଛନ୍ତି ତେଣୁ ଭିତ୍ତିଭୂମି ବିକାଶ ପାଇଁ କଲେଜ ଜମି ତଥା ଆଖ ପାଖରେ ଥିବା ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ନିହାତି ଜରୁରୀ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ତା ସାଙ୍ଗକୁ ସେ ଅଂଚଳରେ ସରକାରୀ ଜମିରେ ଦଖଲ କରି ରହୁଥିବା ଗରିବ ଭୂମିହୀନମାନଙ୍କୁ ବିନା ମୁଲ୍ୟରେ ଭୂମି ଓ ବାସଗୃହ ବ୍ୟବସ୍ଥା କରି ସେମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ ଶ୍ରୀ ମିଶ୍ର ମତ ଦେଇଥିଲ । ଠିକ୍ ସେହିପରି ଭବାନିପାଟଣାଠାରେ ମଧ୍ୟ ବିଶ୍ୱ ବିଦ୍ୟାଳୟ ନିର୍ମାଣ ହେବାକୁ ଥିବାରୁ ସେଠାରେ ମଧ୍ୟ କଲେଜର ଜବରଦଖଲ ଜମିରୁ ଜବରଦଖଲକାରୀଙ୍କୁ ଶିଘ୍ର ଉଚ୍ଛେଦ କରି ବିଶ୍ୱ ବିଦ୍ୟାଳୟ ପାଇଁ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ରାଜ୍ୟ ବିରୋଧିଦଳ ନେତା ତଥା ପିଏସି ଅଧ୍ୟକ୍ଷ ପ୍ରଦିପ୍ତ ନାଏକ ନିଜ ମତ ରଖିଥିଲେ । ଯାଜପୁର ବିଧାୟ ପ୍ରଣବ ପ୍ରକାଶ ଦାଶ ରାଜ୍ୟସାରା ଶିକ୍ଷାନୁଷ୍ଠାନର ଜମିମାନଙ୍କୁ ପ୍ରାଥମିକତା ଭିତ୍ତିିରେ ଜବର ଦଖଲ କରିବା ପାଇଁ ମତବ୍ୟକ୍ତ କରିବା ସହ ନିଜ ଅଂଚଳରେ ଥିବା ଶିକ୍ଷାନୁଷ୍ଠାନର ଜମିରୁ ଜବରଦଖଲ ମୁକ୍ତ କରିବାକୁ କହିଥିଲେ । ଉପସ୍ଥିତ ଥିବା ସମସ୍ତ ସଭ୍ୟ ଜବରଦଖଲ ଉଚ୍ଛେଦ ସାଙ୍ଗକୁ ଭୂମିହୀନମାନଙ୍କୁ ଭୂମି ଓ ଘର ବିନା ମୁଲ୍ୟରେ ସରକାର ଶିଘ୍ର ଯୋଗାଇଦେଉ ବୋଲି ମତବ୍ୟକ୍ତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking