34.1 C
Bhubaneswar
Thursday, April 25, 2024
Homeଓଡିଶାଲାଞ୍ଜିଗଡରେ ବଳିପଡିଛି ଦାଦନ ଦୁଖଃ,ମାସକରେ ଗଲାଣି ୪ଜୀବନ

ଲାଞ୍ଜିଗଡରେ ବଳିପଡିଛି ଦାଦନ ଦୁଖଃ,ମାସକରେ ଗଲାଣି ୪ଜୀବନ

 
ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକରେ ଦିନକୁ ଦିନ ଦାଦନ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଏହି ସମସ୍ୟାକୁ
ରୋକିବାରେ ପ୍ରଶାସନ ବିଫଳ ହେଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି
ସମସ୍ତେ ଅଞ୍ଚଳରେ ମନରେଗା ଯୋଜନାରେ କାମ କରିବେ ଓ ଶ୍ରମିକ ମାନଙ୍କ ପାଇଁ ଅନେକ ତାଲିମ ଓ ଯନ୍ତ୍ରପାତି
ଯୋଗାଇ ଦେଉଥିବା ବେଳେ କିଛି ଅଧରକାରୀଙ୍କ ଖାମଖିଆଲି ନିତି ୍େ‌ାଗୁଁ ସରକାରଙ୍କ ସମସ୍ତ ଯୋଜନା
କେବଳ କାଗଜ କଲମରେ ସିମିତି ହୋଇ ରହିଯାଇଛି । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ
ଶ୍ରମିକ ମାନଙ୍କୁ କାମ ଯୋଗାଉ ଥିବା ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହି ଯୋଜନା ଲାଞ୍ଜିଗଡ ବ୍ଲକରେ
ସମ୍ପୁର୍ଣ୍ଣ ଫେଲ ମାରିଛି । ଏହି ଯୋଜନାରେ ଶ୍ରମିକ ମାନଙ୍କୁ କାମ ମିଳିଥିଲେ ସୁଦ୍ଧା ମାସମାସ ହେବ ମଜୁରୀ
ମିଳିନାହିଁ । ଶ୍ରମିକ ମାନେ ପଞ୍ଚାୟତ ଅଫିସ ଠାରୁ ବ୍ଲକ ଅଫିସକୁ ଦୈାଡି ଦୈାଡି ନୟାନ୍ତ ହେଉଥିଲେ ସୁଦ୍ଧା
କୈାଣସି ଅଧିକାରୀଙ୍କ ଦୃଷ୍ଟି ପଡୁନଥିବା ଅଭିଯୋଗ ହେଉଛି । ମଜୁରୀ ନମିଳିବା ଯୋଗୁଁ ମନରେଗା
ଯୋଜନାରେ କାମ କରିବା ପାଇଁ ଶ୍ରମିକ ମାନେ କାମ କରିବାକୁ ଆଉ ଇଛା ପ୍ରକାଶ କରୁ ନାହାନ୍ତି । ସମସ୍ତଙ୍କ
ହାତକୁ ଜବକାର୍ଡ ଖଣ୍ଡିଏ ଧରାଇ ଦେଇ ତାଙ୍କ କାମ ସାରିଦେଇଛନ୍ତି ପ୍ରଶାସନ । ହେଲେ କାମ ଯୋଗଇଦେବା ଓ କାମ
ଦେଲା ପରେ ମଜୁରୀ ଦେବା ଭୁଲି ଯାଉଛନ୍ତି ।ଫଳରେ ଲାଞ୍ଜିଗଡ ବ୍ଲକର ହଜାର ହଜାର ଯୁବକ ବାହାର ରାଜ୍ୟକୁ ଦାଦନ
ଖଟିବାକୁ ଯାଇ ଅଧିକ ଟଙ୍କା ରୋଜଗାର କରିବା ସ୍ୱପ୍ନ ଦେଖୁଛନ୍ତି । ଦାଦନ ଯାଇ ଅନେକ ଯୁବକ ଗୋଡହାତ
ହରାଇ ପଙ୍ଗୁ ହୋଇ ବର୍ତ୍ତମାନ ଘରେ ବସିଛନ୍ତି । କାନକୁଟ୍ରୁର ଅଚ୍ୟୁତ ସାହୁ,ଦଣ୍ଡିଗୁଡାର ସଦା ମାଝୀ,ସିନ୍ଧିପଦରର
ଅର୍ଜୁନ ମାଝୀ,ଗୋଇପିଟାର ଜଣେ ଯୁବକ ଏଭଳି ଲାଞ୍ଜିଗଡ ବ୍ଲକର ୨୬ରୁ ଉର୍ଦ୍ଧ ଯୁବକ ବାହାର ରାଜ୍ୟରେ
କାମ କରି ହାତଗୋଡ ହରାଇ ଘରେ ପଙ୍ଗୁ ହୋଇ ବସିଛନ୍ତି । ସରକାର ଦେଉଥିବା ୫୦୦ଟଙ୍କା ଭିନ୍ନକ୍ଷମ ଭତ୍ତା ହିଁ
ସେମାନଙ୍କ ସାହା ଭରସା । କାମଧନ୍ଦା କରିନପାରି ନିଜ ଭାଗ୍ୟକୁ ଆଦରି ଘରେ ବସିଛନ୍ତି । ଏହି ଦାଦନ ସମସ୍ୟା
ରୋକିବାକୁ ଶ୍ରମ ବିଭାଗ ତରଫରୁ ଅନେକ ସଚେତନତା କାର୍ଯ୍ୟକ୍ରମ କରିବା କଥା ହେଲେ ତାହା ମଧ୍ୟ କାଗଜ
କଲମରେ ସିମିତ ହୋଇ ରହିଯାଉଛି । ସେଥିପାଇଁ ଦାଦନ ସମସ୍ୟା ଲାଞ୍ଜିଗଡ ବ୍ଲକରେ ଦାଦନ ସମସ୍ୟା ଦିନକୁ ଦିନ ବୃଦ୍ଧି
ପାଇବାରେ ଲାଗିଛି । ଅନେକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ମୁଖରେ ପଡୁଛନ୍ତି ।
ଏମିତିକି ବାହାର ରାଜ୍ୟରୁ ମୃତଦେହ ଆଣିନପାରି ସେ ଜାଗାରେ ପୋଡି ଦିଆଯାଉଛି । ବର୍ତ୍ତମାନ ଗତ
ମାସେ ମଧ୍ୟରେ ୪ଜଣ ଦାଦନ ଶ୍ରମିକର ବାହାର ରାଜ୍ୟରେ ମୃତ୍ୟୁ ବରଣ ହୋଇଛି । ଗତ ଜାନୁଆରୀ ୧ତାରିଖ ଦିନ
ବିଜେପୁରର ମୁଗନା ମାଝୀ ଓ ମୁଷାନାଳର ପ୍ରଦିପ ହରିଜନ କେରଳ ରାଜ୍ୟରେ ମୃତ୍ୟୁ ବରଣ କରିଥିବା ବେଳେ ଗତ
ଡିସେମ୍ବର ମାସ ୧ତାରିଖ ଦିନ ଘୋଡାପୋଖେରର କୁମୁଟି ଜାଲ ଓ ଡିସେମ୍ବର ୯ତାରିଖ ଦିନ ବିଜେପୁରର ନଫିସା
ହରିଜନର ମୃତ୍ୟୁ ହୋଇଛି । ବ୍ଲକରେ ଏମିତି ଗୋଟିଏ ପରେ ଗୋଟିଏ ଦାଦନ ଶ୍ରମିକର ମୃତ୍ୟୁ ହେବା
ଅତ୍ୟନ୍ତ ଦୃଭାଗ୍ୟ ଜନକ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଏହି ବ୍ଲକରେ ଆହୁରି ଅଧିକ ସଚେତନତାର
ଆବଶ୍ୟକତା ରହିଛି । ସେ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ
ମତପ୍ରକାଶ ପାଇଛି ।ଏ ସଂପର୍କରେ ଅତିରିକ୍ତ ଶ୍ରମ ଅଧିକାରୀ ପ୍ରଦିପ କୁମାର ମହାନ୍ତିଙ୍କୁ ପଚାରିବାରୁ ଏହି
ଦାଦନ ସମସ୍ୟା ରୋକିବା ପାଇଁ ଆମେ ଅନେକ ପ୍ରଚେଷ୍ଟା କରୁଛୁ । ପୁଲିସ ଏବଂ ଶ୍ରମ ବିଭାଗର ମିଳିତ
ଆନୁକୁଲ୍ୟରେ ୭ଜଣ ଶ୍ରମିକ ଠିକାଦାର ମାନଙ୍କୁ ଗିରଫ୍ କରିଛୁ କଣ୍ଟାବାଞ୍ଜି,ବଲାଙ୍ଗିର,ବ୍ରହ୍ମପୁର ଓ
କଳାହାଣ୍ଡିର ଅନେକ ଠିକାଦାର ଶ୍ରମିକ ମାନଙ୍କୁ ଅଧିକ ଲୋଭ ଦେଖାଇ ବାହାରକୁ ନେଇ ଯାଉଛନ୍ତି । ୨୦୧୫-
୨୦୧୬ ବର୍ଷରେ ଏହି ଦାଦନ ସମସ୍ୟା ରୋକିବା ପାଇଁ ପାଲ୍ଲା,ଦାସକାଠିଆ ଓ ପଥପ୍ରାନ୍ତ ନାଟକ କରି ଲୋକଙ୍କ ମଧ୍ୟରେ
ସଚେତନତା ସୃଷ୍ଟି କରାଉଥିଲୁ । ହେଲେ ବର୍ତ୍ତମାନ ଆମ ପାଖରେ ଫଣ୍ଡ ନଥିବାରୁ ତାହା ହୋଇପାରୁନାହିଁ ଆଉ ଦାଦନ
ସମସ୍ୟାର ମୁଖ୍ୟ କାରଣ ହେଉଛି ମନରେଗା ଯୋଜନାରେ ସମସ୍ତଙ୍କୁ କାମ ମିଳି ପାରୁନାହିଁ ଓ ମିଳୁଥିଲେ ବି
ଡେରିରେ ମଜୁରୀ ମିଳୁଥିବାରୁ ଶ୍ରମିକ ମାନେ ଅଧିକ ଟଙ୍କା କମେଇବା ଆଶାରେ ବାହାର ରାଜ୍ୟକୁ ଚାଲି
ଯାଉଛନ୍ତି ବୋଲି ପ୍ରକାଶ କରିଥିଲେ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking