32.1 C
Bhubaneswar
Friday, April 26, 2024
Homeଓଡିଶାଆଙ୍ଗନବାଡି କର୍ମିଙ୍କ ଦୁର୍ନିତୀ ଓ ଦୁର୍ବ୍ୟବହାର, ଉପ-ଜିଲ୍ଲାପାଳଙ୍କ ସଂପୃକ୍ତି ଅଭିଯୋଗ

ଆଙ୍ଗନବାଡି କର୍ମିଙ୍କ ଦୁର୍ନିତୀ ଓ ଦୁର୍ବ୍ୟବହାର, ଉପ-ଜିଲ୍ଲାପାଳଙ୍କ ସଂପୃକ୍ତି ଅଭିଯୋଗ

 

ବଲାଙ୍ଗିର, – ଆଜି ଜୁନାହଡିହି ପଡାବାସୀ ତଥା ୱାର୍ଡ ନଂ୯ ଅଂଚଳବାସୀମାନେ ଜୁନାହଡିହି ର ଆଙ୍ଗନବାଡି କର୍ମି ସସ୍ମିତା ନାମଦେଓଙ୍କ ଦୁର୍ନିତୀ ଓ ଦୁର୍ବ୍ୟବହାର ଓ ଏଥିରେ ଉପ-ଜିଲ୍ଲା ପାଳଙ୍କ ସଂପୃକ୍ତି ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଲିଖିତ ଅଭୀଯୋଗ କରିଛନ୍ତି । ଯଦିଓ ସେମାନେ ଏବିଷୟରେ ୨୦୧୭ରୁ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି କିନ୍ତୁ ଏହାର କୌଣସି ସୁଫଳ ମିଳିନଥିବା ବେଳେ, ଅଭିଯୁକ୍ତ ଆଙ୍ଗନବାଡୀ କର୍ମି ସବକଲେକ୍ଟରଙ୍କ ସହ ମୋର ବିଶେଷ ଘନିଷ୍ଠତା ଥିବା ବେଳେ ତମେମାନେ ମୋର କଣ କରି ପାରିବ, ମୁ ଯାହା ଚାଁହିବି ସବକଲେକ୍ଟରଙ୍କ ଜରିଆରେ ସବୁ କିଛି କରିପାରିବି ବୋଲି କହି ଜନସାଧାରଣଙ୍କୁ ଡରାଉଥିବା ନେଇ ଜୁନାହଡିହି ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଏକ ଘଟଣାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ଜଣେ ମହିଳାକର୍ମଚାରୀ ଖୋଦ ଉପ ଜିଲ୍ଲାପାଳଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଏହା ନେଇ ସେ ଜିଲ୍ଲା ପାଳ ଅରିନ୍ଦମ ଡାକୁଆଙ୍କୁ ତିନି ପୃଷ୍ଠାର ଅଭିଯୋଗ ପତ୍ର ଦେଇଥିବା ବେଳେ ଏବିଷୟରେ ତଦନ୍ତ ଜାରିଥିବା ସୁଚନା ରହିଛି । ତେବେ ଜବରଦଖଲ ଉଚ୍ଛେଦ, ଜରୁରିକାଳିନ ଡ୍ୟୁଟି ବଣ୍ଟନ, କରୋନ ନିୟନ୍ତ୍ରଣ ରେ ଉପ ଜିଲ୍ଲାପାଳଙ୍କ ଭୁମିକାକୁ ଜନସାଧାରଣ ନାପସନ୍ଦ କରୁଥିବା ବେଳେ ତାଙ୍କ ବିରୁଦ୍ଧରେ ଏସବୁ ଅଭିଯୋଗ ତାଙ୍କୁ ବିବାଦକୁ ଟାଣି ଆଣୁଥିବା ସହରରେ ଚର୍ଚ୍ଚା ହେଉଛି ା ତେବେ କିଛି ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ପ୍ରତିକ୍ରିୟାଶଳ ହୋଇ ଏଭଳି ଚକ୍ରାନ୍ତ କରୁଥିବା ଉପଜିଲ୍ଲାପାଳ କହିଛନ୍ତି । ଅଭିଯୋଗ ଅନୁସାରେ ମାଁ ଓ ଶିଶୁ ମାନଙ୍କ ପାଇଁ ଆସୁଥିବା ଛତୁଆ,ସୁଜି ହାଲୁଆ, ବାଦାମ ଲଡ ବଣ୍ଟନ ନକରି ନିଜେ ବିକ୍ରି କରୁଛନ୍ତି । ଶିଶୁ ମାନଙ୍କ ପାଇଁ ଆସୁଥିବା ଶୁଖିଲା ଖାଦ୍ୟ ଓ ଭ୍ୟାକସିନ, ସ୍କୁଲ ଡ୍ରେସ ଦିଆଯାଉ ନଥୀବା ବେଳେ ଏସବୁ ବିକ୍ରି କରି ଅର୍ଥ ଆତ୍ମସାତ କରାଯାଉଛି । ଆହୁରି କୋମଳମତି ଶିଶୁ ମାନଙ୍କପ୍ରତି ଜାତିଆଣ ଭେଦଭାଦ କରାଯାଇ ମାଡ ମଧ୍ୟ ଦିଆଯାଉଛି । ସେହିପରି ଯେତିକି ପରିମାଣର ଅଣ୍ଡା ଦିଆଯିବା କଥା ତାହା ମଧ୍ୟ କେବଳ ଅଧା ସଂଖ୍ୟକ ଦିଆଯାଉଛି । ଏସବୁ ର ଖବର ବାରମ୍ବାର ବିଭୀନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ମଧ୍ୟ ଉକ୍ତ ମହିଳାକୁ ଘଣ୍ଟ ଘୋଡାଇ ରଖାଯାଉଛି । ଏପରିକି ଜୁନାଡିହି ବାସୀ ବିଭିନ୍ନ ତଥ୍ୟ ନେଇ ଉପଜିଲ୍ଲାପାଳଙ୍କୁ ଦେଖା କରିବା ପାଇଁ ଆସିବା ସମୟରେ ଉପଜିଲ୍ଲାପାଳ ଜୁନାଡିହିବାସୀଙ୍କୁ ତାଙକ କାର୍ଯ୍ୟାଳୟରୁ ତଡି ଦେଇଥିବା ଜୁନାଡିହି ବାସିନ୍ଦା ଅଭିଯୋଗ କରବା ସହ ଉକ୍ତ ମହିଳାଙ୍କୁ କୋଉ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ସଂରକ୍ଷଣ ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking