28.1 C
Bhubaneswar
Wednesday, April 24, 2024
HomeUncategorizedଉପ-ଜିଲ୍ଲାପାଳ ସଂଜୟ ମିଶ୍ର ନିଲମ୍ବିତ

ଉପ-ଜିଲ୍ଲାପାଳ ସଂଜୟ ମିଶ୍ର ନିଲମ୍ବିତ

 

ବଲାଙ୍ଗିର, – ଆଜି ସଂନ୍ଧ୍ୟାରେ ବଲାଙ୍ଗିର ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ନିଲମ୍ବିତ କାରାଯାଇଥିବା ସୁଚନା ମିଳିଛି । ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ସଚିବାଳୟରୁ ମୁଖ୍ୟ ଶାସନ ସଚିବ ତାଙ୍କୁ ନିଲମ୍ବିତ କରିଥିବା ବିଶ୍ୱସ୍ଥ ସୁତ୍ରରୁ ଖବର ମିଳିଛି । ତେବେ ବିଗତ କିଛି ସମୟ ହେଲା ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କ ବିରୁଦ୍ଧରେ ର୍ଦୁବ୍ୟବହାର, ଜବରଦଖଲ ଉଚ୍ଛେଦରେ ଭେଦଭାବ, ଲାଞ୍ଚ କାରବାର ଅଭିଯୋଗ ବାରମ୍ବାର ହୋଇ ଅସୁଥିଲା । ତେବେ ଏହା ନେଇ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଆଭୀମୁଖ୍ୟ ନିର୍ଣାୟକ ହୋଇଥିବା ବିଶ୍ୱାସ କରାଯାଉଛି । ଆହୁରି ଏକ ଘଟଣାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ଜଣେ ମହିଳାକର୍ମଚାରୀ ଖୋଦ ଉପ ଜିଲ୍ଲାପାଳଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ି । ଏହା ନେଇ ସେ ଜିଲ୍ଲା ପାଳ ଅରିନ୍ଦମ ଡାକୁଆଙ୍କୁ ତିନି ପୃଷ୍ଠାର ଅଭିଯୋଗ ପତ୍ର ଦେଇଥିବା ବେଳେ ଏବିଷୟରେ ତଦନ୍ତ ଜାରିଥିବା ସୁଚନା ରହିଛି । ଆହୁରି ଆଜି ଜୁନାହଡିହି ପଡାବାସୀ ତଥା ୱାର୍ଡ ନଂ୯ ଅଂଚଳବାସୀମାନେ ଜୁନାହଡିହି ର ଆଙ୍ଗନବାଡି କର୍ମି ସସ୍ମିତା ନାମଦେଓଙ୍କ ଦୁର୍ନିତୀ ଓ ଦୁର୍ବ୍ୟବହାର ଓ ଏଥିରେ ଉପ-ଜିଲ୍ଲା ପାଳଙ୍କ ସଂପୃକ୍ତି ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଲିଖିତ ଅଭୀଯୋଗ କରିଛନ୍ତି । ଯଦିଓ ସେମାନେ ଏବିଷୟରେ ୨୦୧୭ରୁ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି କିନ୍ତୁ ଏହାର କୌଣସି ସୁଫଳ ମିଳିନଥିବା ବେଳେ, ଅଭିଯୁକ୍ତ ଆଙ୍ଗନବାଡୀ କର୍ମି ସବକଲେକ୍ଟରଙ୍କ ସହ ମୋର ବିଶେଷ ଘନିଷ୍ଠତା ଥିବା ବେଳେ ତମେମାନେ ମୋର କଣ କରି ପାରିବ, ମୁ ଯାହା ଚାଁହିବି ସବକଲେକ୍ଟରଙ୍କ ଜରିଆରେ ସବୁ କିଛି କରିପାରିବି ବୋଲି କହି ଜନସାଧାରଣଙ୍କୁ ଡରାଉଥିବା ନେଇ ଜୁନାହଡିହି ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।ତେବେ ଜବରଦଖଲ ଉଚ୍ଛେଦ, ଜରୁରିକାଳିନ ଡ୍ୟୁଟି ବଣ୍ଟନ, କରୋନ ନିୟନ୍ତ୍ରଣ ରେ ଉପ ଜିଲ୍ଲାପାଳଙ୍କ ଭୁମିକାକୁ ଜନସାଧାରଣ ନାପସନ୍ଦ କରୁଥିବା ବେଳେ ତାଙ୍କ ବିରୁଦ୍ଧରେ ଏସବୁ ଅଭିଯୋଗ ତାଙ୍କୁ ବିବାଦକୁ ଟାଣି ଆଣୁଥିବା ସହରରେ ଚର୍ଚ୍ଚା ହେଉଛି ା ତେବେ କିଛି ଗୋଷ୍ଠୀ ତାଙ୍କ ବିରୁଦ୍ଧରେ ପ୍ରତିକ୍ରିୟାଶଳ ହୋଇ ଏଭଳି ଚକ୍ରାନ୍ତ କରୁଥିବା ଉପଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking