28.1 C
Bhubaneswar
Saturday, April 27, 2024
Homeଓଡିଶାଭଇଁଷାପାଲି ଟୋଲ ଗେଟରେ ଯାତ୍ରୀବାହୀ ବସ୍‌କୁ ଫିସ୍ ଛାଡ ପାଇଁ ଦାବୀ 

ଭଇଁଷାପାଲି ଟୋଲ ଗେଟରେ ଯାତ୍ରୀବାହୀ ବସ୍‌କୁ ଫିସ୍ ଛାଡ ପାଇଁ ଦାବୀ 

ବଲାଙ୍ଗିର : ବଲାଙ୍ଗିର – ସୋନପୁର ଜାତୀୟ ରାଜପଥ ନଂ ୫୭ ଭଇଁଷାପାଲି ନିକଟରେ ଭାରତୀୟ ରାଷ୍ଟ୍ରିୟ ରାଜମାର୍ଗ ପ୍ରାଧୀକରଣ ପକ୍ଷରୁ ଏକ ଟୋଲ ଗେଟ ସ୍ଥାପନ କରାଯାଇଛି । ଅତିଶୀଘ୍ର ଏହି ଟୋଲଗେଟରେ ବିଭିନ୍ନ ପ୍ରକାର ଯାନବାହାନ ଠାରୁ ଫିସ୍ ଆଦାୟ କରାଯିବ ବୋଲି ଜଣାପଡିବା ପରେ ବଲାଙ୍ଗିର ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ଜିଲ୍ଲାରେ ପଞ୍ଜିକରଣ କରାଯାଇଥିବା

ଯଥା – OR,OD -03 ନମ୍ବର ଧାରୀ ଯାତ୍ରୀବାହୀ ବସ ଗୁଡିକୁ ଫିସ୍ ଛାଡ କରାଯିବା ପାଇଁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳଙ୍କ ଠାରେ ଦାବୀ ଉପସ୍ଥାପନ କରାଯାଇଛି । ଦାବୀ ପତ୍ରରେ କୁହାଯାଇଛି ଯେ, ବଲାଙ୍ଗିର –ସୋନପୁର ରାସ୍ତାରେ ପ୍ରତି ୧୫ ମିନିଟରେ ବଲାଙ୍ଗିର ସଂଘର ଅଧିକାଂଶ ବସ ଯାତାୟତ କରିଥାଏ । ଯାତ୍ରୀବାହୀ ବସ ଗୁଡିକ ଦୈନିକ ସର୍ବନିମ୍ନ ୨ ଥରରୁ ୬ ଥର ଏହି ରାଜପଥରେ ଯିବା ଅସିବା କରଥାଏ । ବସ ଗୁଡିକ ସମସ୍ତ ପ୍ରକାର ଟ୍ୟାକ୍ସ ଦେଉଥିବା ବେଳେ ପୁଣି ଏକ ଟୋଲ ଗେଟ ଫିସ୍  ଦେବା ସମ୍ଭବ ପର ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକ ଭଳି କେବିକେ ଅଞ୍ଚଳରେ ଯାତ୍ରୀ ପରିବହନ ଏକ ଲାଭଜନକ ବ୍ୟବସାୟ ନୁହେଁ । ବଲାଙ୍ଗିର ଓ ସୁବର୍ଣପୁର ଜଲ୍ଲା ଉଭୟ କେବିକେ ଜିଲ୍ଲା ଅନ୍ତର୍ଗତ ହୋଇଥିବାରୁ ଏହି ଅଞ୍ଚଳରେ ଏହି ଟୋଲ ଗେଟ ଫିସ୍ ଛାଡ କରାଯାଉ ବୋଲି ସଂଘ ଦାବୀ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବରଗଡ ସ୍ଥିତ ଜାତୀୟ ରାଜପଥ ଟୋଲ ଗେଟରେ ବରଗଡ ପଞିକୁତ ଯାନବାହାନ ଯଥା –OR,OD-17 ନମ୍ବର ଧାରୀ ସମସ୍ତ ଯାନ ବାହାନକୁ ଟୋଲ ଫିସ୍ ଛାଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking