29.1 C
Bhubaneswar
Tuesday, May 7, 2024
Homeକରୋନା ଓଡିଶାଆଜିଠାରୁ ରାଜ୍ୟରେ ପୁଣି କରୋନା ଟିକାକରଣ

ଆଜିଠାରୁ ରାଜ୍ୟରେ ପୁଣି କରୋନା ଟିକାକରଣ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ପୁଣି ଟିକାକରଣ ଚାଲିବ। ପଲସ୍ ପୋଲିଓ ଅଭିଯାନ ପାଇଁ ରାଜ୍ୟରେ ଗତ ୩ ଦିନ ଧରି କୋଭିଡ ଟିକାକରଣ ବନ୍ଦ ଥିଲା। ଆଜି ୫୯ ସେସନ ସାଇଟରେ ୬୪୯୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ। ଏଥିରୁ ଭୁବନେଶ୍ୱରର ୧୦ଟି ସାଇଟ ରହିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ସେହିପରି ଫେବୃଆରୀ ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯିବ।  ଏଥିପାଇଁ ହସ୍ପିଟାଲ ବ୍ୟତୀତ ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ ନିର୍ଦେଶ ଦିଆଯାଇଛି। ଏପରିକି କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ଦିଆଯାଇଛି। ସ୍ୱାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଭତ୍ତା ଦେବାକୁ ଚିଠିରେ କୁହାଯାଇଛି। ଟିକା ଯେମିତି ଅପଚୟ ନହେବ, ଆଗୁଆ ଟ୍ରେନିଂ ଦେବାକୁ ପରାମର୍ଶ ସ୍ୱାସ୍ଥ୍ୟ ବିଭାଗ ଦେଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲା ପାଳ, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking