28.1 C
Bhubaneswar
Saturday, April 27, 2024
Homeଓଡିଶାକଚ୍ଚାଘର ବଦଳରେ ପକ୍କାଘର ବାଲାଙ୍କୁ ମିଳୁଛି ଆବାସ ଯୋଜନା

କଚ୍ଚାଘର ବଦଳରେ ପକ୍କାଘର ବାଲାଙ୍କୁ ମିଳୁଛି ଆବାସ ଯୋଜନା

ତଦନ୍ତ ଦାବୀରେ ଜିଲ୍ଲାପାଳ କାର୍ଯ୍ୟଳୟ ଘେରିଲେ ଗ୍ରାମବାସୀ 
ବାଲାଙ୍ଗିର: ସରକାର ଗରିବ ଜନ ସାଧାରଣଙ୍କ ପାଇଁ ଆବାସ ଯୋଜନାରେ ଘର ଯୋଗଇ ଦେଉଛନ୍ତି । କିନ୍ତୁ ବଡାବଡିଆ ଓ କର୍ତ୍ତୁପକ୍ଷଙ୍କ ପ୍ରୁୟା ପ୍ରିତି ଯୋଗୁଁ ଗରିବଙ୍କ ବଦଳରେ ପକ୍କା ଘର ବାଲଙ୍କୁ ଆବାସ ଯୋଜନା ଦିଆଯାଉଛି ବୋଲି ଅଭୀଯୋଗ କରିଛନ୍ତି ଲୋଇସିଂହା ବ୍ଲକ ହୀରାପୁର ଗ୍ରାମ ପଞ୍ଚୟତର ଟେଭାଡୁଙ୍ଗ୍ରି ଗ୍ରାମ ବାସୀ । ଉକ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଓ ଗରିବଙ୍କୁ ତାଙ୍କର ହକ ଦେବା ଦାବୀରେ ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟଳୟ ଘେରିବା ସହ ଜିଲ୍ଲାପାଳ ଚଂଚଲ ରାଣାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଟେଭାଡୁଙ୍ଗ୍ରି ଗ୍ରାମରେ ଆବାସ ଯୋଜନା ଅବଣ୍ଟନ ପୂର୍ବରୁ ବିଭାଗୀୟ ସର୍ଭେ କରାଯାଇଥିଲା ।

ଏହି ସର୍ଭେର କାଗଜ ପତ୍ରକାମ ଗ୍ରାମର ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଘରେ ବନ୍ଦ କୋଠରୀ ଭିତରେ ହୋଇଥିବା ବେଳେ ହୀତାଧିକାରୀ ଚୟନରେ ସ୍ପଷ୍ଟ ଭେଦ ଭାବ କରାଯାଇଥିଲା । ଫଲରେ ଗରିବ କଚ୍ଚାଘର ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଆବାସ ଯୋଜନା ସେମାନଙ୍କୁ ନମିଳି ପକ୍କା ଘର ବାଲାଙ୍କୁ ଦିଆଯାଇଛି । ଏହି ଦୁନୀତି ବିଷୟରେ ଗ୍ରାମବାସୀ ବିଡିଓ ଓ ମାନ୍ୟଭର ଲୋଇସିଂହା ବିଧାୟକଙ୍କୁ ଲିଖିତ ଭାବେ ଅଭୀଯୋଗ କଲାପରେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ତେଣୁ ଉକ୍ତ ଘଟଣାର ସବିଶେଷ ତଦନ୍ତ କରାଯାଇ ଗରିବଙ୍କୁ ତାଙ୍କ ହକର ଆବାସ ଭର ଓ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି ଟେଭାଡୁଙ୍ଗ୍ରି ବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking