38.1 C
Bhubaneswar
Tuesday, April 23, 2024
Homeଅପରାଧସିମ୍ କାର୍ଡ ଭେରିଫିକେସନ ପାଇଁ ମାଗିଲେ ୧୧ ଟଙ୍କା, ଆକାଉଣ୍ଟରୁ ଗାୟବ ହୋଇଗଲା ୬ ଲକ୍ଷ

ସିମ୍ କାର୍ଡ ଭେରିଫିକେସନ ପାଇଁ ମାଗିଲେ ୧୧ ଟଙ୍କା, ଆକାଉଣ୍ଟରୁ ଗାୟବ ହୋଇଗଲା ୬ ଲକ୍ଷ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରୀବାରେ ସିମ୍ ଭେରିଫିକେସନ ନାମରେ ଠକ ଜଣେ ଡାକ୍ତରଙ୍କୁ ନିଜ ଜାଲରେ ପକାଇ ହରିଲୁଟ କରିଥିବା ସାମ୍ନାକୁ ଆସିଛି । ୧୧ ଟଙ୍କା ଚକ୍କରରେ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଠକ ୬ ଲକ୍ଷ ଟଙ୍କା ଉଟାଇ ନେଇଛି । ଡାକ୍ତର ଜଣକ ଅଭିଯୋଗ କରିବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି । ପୁଲିସ ଏହି ମାମଲାର ଖୁଲାସା କରି ଝାଡଖଣ୍ଡରୁ ଅଭିଯୁକ୍ତକୁ ଗିରଫ କରିଛି ।
ଏହି ମାମଲା ରୀବା ସମାନ ଥାନା ଅନ୍ତର୍ଗତ ଅଂଚଳର ଘଟଣା । ସାଇବର ଠକ ଅବସରପ୍ରାପ୍ତ ଡାକ୍ଟର ଅମ୍ବିକା ପ୍ରସାଦ ଦ୍ୱିବେଦୀଙ୍କୁ ନିଜ ଟାର୍ଗେଟ ବନାଇଥିଲା । ୧୮ ଜୁଲାଇ ୨୦୨୧ରେ ଠକ ଡାକ୍ତରଙ୍କୁ ଫୋନରେ କହିଥିଲା, ଯଦି ଆପଣ ନିଜ ସିମ ୨୪ ଘଣ୍ଟା ଭିତରେ ଭେରିଫାଏ ନ କରିବେ ତେବେ ଏହା ବନ୍ଦ ହୋଇଯିବ । ଏହାପରେ ଭେରିଫିକେସନ ପାଇଁ ଠକ ୧୧ ଟଙ୍କା ନେଟ ବ୍ୟାଙ୍କିକରେ ମାଗିଥିଲା । ଠକ କଥାରେ ପଡି ଡାକ୍ତର ଯେମିତି ନିଜ ଏସବିଆଇ ଆକାଉଣ୍ଟରୁ ୧୧ ଟଙ୍କା ଟ୍ରାନ୍ସଫର କରିଲେ, ଲଗାତର ଭାବେ ତାଙ୍କ ଆକାଉଣ୍ଟରୁ ପଇସା କଟିବା ୧୫ ମେସେଜ ଆସିଥିଲା । ଏହି ମେସେଜରୁ ଜଣାପଡିଥିଲା ଯେ, ତାଙ୍କ ଆକାଉଣ୍ଟରୁ ୬ ଲକ୍ଷ ୪୨୩ ଟଙ୍କା ଗାୟବ ହୋଇଛି । ଏହାପରେ ଡାକ୍ତର ଜଣକ ଥାନାରେ ଏନେଇ ଏତଲା ଦେବା ପରେ ପୋଲିସ ତନାଘନା ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking